Categories: ଜାତୀୟ

ଓମିକ୍ରନକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଜରୁରୀକାଳୀନ ବୈଠକ

ନୂଆଦିଲ୍ଲୀ,୨୮।୧୧: ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଥିବା କରୋନାର ନୂଆ ଭିରିଏଣ୍ଟ୍‌ ଓମିକ୍ରନ୍‌କୁ ରବିବାର ଦିନ ଗୃହ ବିଭାଗର ସଚିବଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ସମୟରେ ଓମିକ୍ରନକୁ ଏଡାଇବା ପାଇଁ ସୁରକ୍ଷା ମାନ ବୃଦ୍ଧି କରିବା ନେଇ ଆଲୋଚନା ହୋଇଥିଲା। ବୈଠକ ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ କହିଛି ଯେ, ଅନ୍ତର୍ଜାତୀୟ ବାଣିଜି୍ୟକ ବିମାନ ଉଡ଼ାଣ ଆରମ୍ଭ ହେବାର ତାରିଖ ସମୀକ୍ଷା କରାଯିବ। ଏହାସହ ବିଦେଶରୁ ଆସୁଥିବା ଯାତ୍ରୀମାନଙ୍କ ସ୍କ୍ରିନିଂ ଏବଂ ମନିଟରିଂ ପାଇଁ ସରକାର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରଣାଳୀ (ଏସ୍‌ଓପି) ମଧ୍ୟ ସମୀକ୍ଷା କରିବେ। ଏହା ସହିତ, ବିପଦ ବର୍ଗର ଦେଶରୁ ଆସୁଥିବା ସେହି ବିଦେଶୀ ଯାତ୍ରୀମାନଙ୍କ ଉପରେ ଏକ ସ୍ବତନ୍ତ୍ର କଟକଣା ରଖାଯିବ। ଏଥି ସହିତ, ଓମିକ୍ରନ ପ୍ରକାରର ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ପାଇଁ କିଛି ମାନକ ତାଲିକାଭୁକ୍ତ କରିଛନ୍ତି ଏବଂ ସେମାନଙ୍କୁ କଡାକଡି ପାଳନ କରିବାକୁ କୁହାଯାାଇଛି।
ଏହି ମାନକଗୁଡିକୁ ପ୍ରକାଶ କରି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଅନ୍ତର୍ଜାତୀୟ ଯାତ୍ରୀମାନଙ୍କ ଉପରେ ନଜର ରଖିବା, ସ୍‌ନମୁନାଗୁଡିକର ସଠିକ ଏବଂ ଠିକ ସମୟରେ ପଠାଇବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ବିପଦ ଥିବା ତଥା ଅନ୍ୟ ସମସ୍ତ ଦେଶରୁ ଆସୁଥିବା ଯାତ୍ରୀଙ୍କୁ ନଜର ରଖିବା ପାଇଁ ଏକ ରୋଗ ନିରୀକ୍ଷଣ ନେଟୱାର୍କ ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

Share