Categories: ଜାତୀୟ

ଇନ୍ଦିରା ଗାନ୍ଧୀଙ୍କୁ ହିଟଲରଙ୍କ ସହ ତୁଳନା କଲା‘ପଞ୍ଚଜନ୍ୟ’

ନୂଆଦିଲ୍ଲୀ,୨୫।୬: ଆରଏସଏସର ବିଚାରଧାରାରେ ପ୍ରେରିତ ପତ୍ରିକା ‘ପଞ୍ଚଜନ୍ୟ’ ଦେଶରେ ଲାଗୁ କରାଯାଇଥିବା ଏମରଜେନ୍ସିର ବାର୍ଷିକୀ ଅବସରରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଜର୍ମାନୀର ଏକଛତ୍ରବାଦୀ ଶାସକ ହିଟଲରଙ୍କ ସହ କରିଛି। ଏହାର କଭର ପେଜରରେ ଇନ୍ଦିରା ଗାନ୍ଧୀ ଓ ହିଟଲରଙ୍କ ଫଟୋକୁ ସାମ୍ନାସାମ୍ନି ଲଗାଯାଇଛି। ଆଉ ଏହାର ଟାଇଟଲ ହିଟଲର ଗାନ୍ଧୀ ରଖାଯାଇଛି।
ଏହି ପତ୍ରିକାର ପୃଷ୍ଠାରେ ଲେଖାଯାଇଛି, ୟୁରୋପର ଅନେକ ସ୍ଥାନରେ ହିଟଲରଙ୍କ ଜଘନ୍ୟ ଅପରାଧକୁ ଅସ୍ବୀକାର କରିବା କିମ୍ବା ଭୁଲିଯିବା ଉପରେ ଆଇନଗତ ପ୍ରତିବନ୍ଧକ ରହିଛି। ଏହା ସେମାନଙ୍କ ପାଇଁ ଅସ୍ଥିତ୍ୱ ରକ୍ଷା କରିବାର ଏକ ପ୍ରଶ୍ନ। ଏହି ସ୍ଥିତି ଭାରତରେ ଇନ୍ଦିରା ଗାନ୍ଧୀ ଲଗାଇଥିବା ଏମରଜେନ୍ସିର, ଯାହାକୁ ଭୁଲିବା ଲୋକତନ୍ତ୍ରର ଅସ୍ଥିତ୍ୱ ପାଇଁ ବିପଦଜନକ। ଜୁନ ୨୫, ୧୯୭୫ରେ ଏହି କଳା ରାତି ଆରମ୍ଭ ହୋଇଥିଲା।
ଏହାସହ ପତ୍ରିକାରେ ଜୟପ୍ରକାଶ ନାରାୟଣଙ୍କ ହାତରେ ହାତକଡଇ ଲାଗିଥିବାର ଏକ ଫଟୋ ମଧ୍ୟ ଅଛି। ଯାହାର ଟାଇଟଲ ଦିଆଯାଇଛି ‘ସେହି ଭୟାନକ କାହାଣୀ’। ଏଥିରେ ଲେଖା ଅଛି, ଯଦି ୟୁରୋପ ନାଜିଜିମ ଏବଂ ଫାସିଜିମର ସତ୍ୟକୁ ଭୁଲିଯାଏ, ତେବେ ସେଠାରେ ଆଉ ସମାନ ଘଟଣାକୁ ଏଡାଇବା ସମ୍ଭବ ନୁହେଁ। ଭାରତ ସହିତ ସମାନ ଅବସ୍ଥା। ଯଦି ଆମେ ଜରୁରୀକାଳୀନ ପରିସ୍ଥିତି ଭୁଲିଯାଉ, ତେବେ ଗଣତନ୍ତ୍ରକୁ ବଞ୍ଚାଇବା ଆମ ପାଇଁ ସନ୍ଦେହଜନକ ହେବ।

Share