Categories: ଖେଳ

ପାକିସ୍ତାନ ୨୦୫ ରନ୍‌ରେ ଅଲଆଉଟ୍‌

କଲମ୍ବୋ,୧୯।୭: ଏମର୍ଜିଙ୍ଗ ଏସିଆ କପରେ ଭାରତୀୟ-ଏ ଦଳ ଏବଂ ପାକିସ୍ତାନ-ଏ ଦଳ ମଧ୍ୟରେ ମୁକାବିଲା ଚାଲିଛି। ଟସ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ପାକିସ୍ତାନ-ଏ ଦଳ ଏହି ମ୍ୟାଚରେ ୪୮ ଓଭରରେ ୨୦୫ ରନ ସ୍କୋର କରି ଅଲଆଉଟ୍‌ ହୋଇଯାଇଥିଲା। ଫଳରେ ଭାରତକୁ ବିଜୟ ଲକ୍ଷ୍ୟ ୨୦୬ ରନ୍‌ ମିଳିଛି। ଭାରତରୁ ବୋଲିଂରେ ରାଜବର୍ଦ୍ଧନ ହଙ୍ଗରଗେକର ୫ଟି ଉଇକେଟ୍‌ ନେଇଥିବା ବେଳେ ମାନବ ସୂଥାର ୩ ଉଇକେଟ ନେଇଥିଲେ। ପାକିସ୍ତାନର ବ୍ୟାଟିଂରେ କାସିମ ଆକ୍ରାମ ୪୮ ରନ୍‌ର ଏକ ଇନିଂସ ଖେଳିଥିଲେ।
ଶ୍ରୀଲଙ୍କାରେ ଖେଳାଯାଉଥିବା ଏମର୍ଜି ଏସିଆ କପରେ ଉଭୟ ଭାରତ ଏବଂ ପାକିସ୍ଥାନ ଗ୍ରୁପ-ବିରେ ସାମିଲ ହୋଇଛନ୍ତି। ଏହି ମ୍ୟାଚରେ ପାକିସ୍ତାନୀ ଅଧିନାୟକ ମହମ୍ମଦ ହାରିସ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ।

Share