Categories: ଖେଳ

ଏମର୍ଜିଂ ପୁରସ୍କାର ଯୋଜନା

ଭୁବନେଶ୍ୱର, ୨୪।୭(ତପନ ସ୍ବାଇଁ): ଓଡ଼ିଶା ସରକାରଙ୍କ କ୍ରୀଡ଼ା ବିଭାଗର ଅବସରପ୍ରାପ୍ତ ପ୍ରଶାସନିକ ଓ ବୈଷୟିକ ଅଧିକାରୀ ସଂଘର ବାର୍ଷିକ ବୈଠକ ରବିବାର ପୁରୀସ୍ଥିତ ୟୁଥ୍‌ ହଷ୍ଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ପରାମର୍ଶଦାତା ବୋର୍ଡ ଗଠନ କରାଯାଇଛି। ଏଥିରେ ହରିପ୍ରସାଦ ଶତପଥୀ, କିଶୋର ମାଣିଆ, ଅରୁଣ ଦାସ ଓ ପଙ୍କଜ ସାହୁ ରହିଛନ୍ତି।

ଗଠିତ ଆଡ୍‌ହକ୍‌ କମିଟିର ସଭାପତି ଗିରିଜା ମହାନ୍ତି, କାର୍ଯ୍ୟକାରୀ ସଭାପତି ଅଶୋକ ମହାନ୍ତି, ସମ୍ପାଦକ ଆର.ଏନ୍‌. ସେନାପତି, ଓ କୋଷାଧ୍ୟକ୍ଷ ଭାବେ ଆର.କେ. ମଣ୍ଡଳ ମନୋନୀତ ହୋଇଛନ୍ତି। ଜୋନାଲ ସମ୍ପାଦକଭାବେ ଏନ୍‌.କେ. ମିଶ୍ର, ବି.ଡି. ପ୍ରଧାନ, କୁମାର ପଣ୍ଡା, ଅକ୍ଷୟ ପଟ୍ଟନାୟକ ଏବଂ କାର୍ଯ୍ୟକାରିଣୀ ସଦସ୍ୟଭାବେ ଜଇରାଜ ପଟ୍ଟନାୟକ, ଜ୍ଞାନ ରଞ୍ଜନ ପରିଡ଼ା, ଅଭୟ ପଟ୍ଟନାୟକ, ସନାତନ ସାହୁ, ଆର.ପି. ପାଣି ରହିଛନ୍ତି। ନିଜ ଅଭିଜ୍ଞତାକୁ ପାଥେୟ କରି ସଂଘର କର୍ମକର୍ତ୍ତାମାନେ କ୍ରୀଡ଼ା ବିଭାଗର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଅବସରରେ ସେମାନଙ୍କ ମତାମତ ରଖିବେ। ସଂଘର ସଦସ୍ୟଙ୍କ ସହଯୋଗରେ ବର୍ଷର ପ୍ରତି କ୍ୱାର୍ଟରରେ ନ୍ୟୁଜଲେଟର ପ୍ରକାଶ କରିବା ସହିତ ଭବିଷ୍ୟତରେ ଜଣେ ଏମର୍ଜିଂ କ୍ରୀଡ଼ାବିତ୍‌ଙ୍କୁ ପୁରସ୍କୃତ କରିବାର କାର୍ଯ୍ୟକ୍ରମ ରହିଛି।

 

 

 

Share