ଜିନ୍‌ ଓ ଭାଷାର ଦେଶାନ୍ତର

ସଂସ୍କୃତି ବୁଝିବାକୁ ହେଲେ ଆମକୁ ଲୋକଙ୍କୁ ବୁଝିିବାକୁ ହେବ । ଭାରତକୁ ବୁଝିବାକୁ ହେଲେ ଆମକୁ ଭାରତୀୟଙ୍କୁ ବୁଝିିବାକୁ ପଡ଼ିବ। ଦେଖିବାକୁ ହେବ, ଭାରତୀୟମାନେ କେଉଁଠାରୁ ଆସିଥିଲେ? ଆମେ ଭାରତୀୟ ମାଟିରେ କ୍ରମବିକଶିତ ହୋଇଥିଲୁ ନା ଅନ୍ୟ ସ୍ଥାନରୁ ଆସିଥିଲୁ? ସବୁ ମଣିଷଙ୍କ ଆଦ୍ୟଭୂମି ଆଫ୍ରିକା। ୬୦,୦୦୦ ବର୍ଷ ପୂର୍ବେ ଆଫ୍ରିକା ଛାଡ଼ି ଏମାନେ ବାହାରକୁ ଚାଲିଯାଇଥିଲେ। ସେମାନଙ୍କ ମଧ୍ୟରେ ପ୍ରଥମ ଭାରତୀୟ ମଣିଷ ରହିଥିଲେ। ଏହା ପୂର୍ବରୁ ମଣିଷ ଭଳି ଦେଖାଯାଉଥିବା ଜୀବମାନଙ୍କର ଅନେକ ଅସଫଳ ମାଇଗ୍ରେଶନ ବା ଦେଶାନ୍ତର ଗମନ ହୋଇଥିଲା, ଯେଉଁଥିପାଇଁ ତାମିଲନାଡୁରେ ୧,୫୦,୦୦୦ ବର୍ଷର ପୁରୁଣା ପଥର ଉପକରଣ ଦେଖିବାକୁ ପାଉ। ନର୍ମଦା ନଦୀ କୂଳରୁ ମିଳିଥିବା ଖପୁରି ଏହାଠାରୁ ଆହୁରି ପୁରାତନ। ୧.୮ ମିଲିୟନରୁ ୨,୦୦,୦୦୦ ବର୍ଷ ତଳେ ଆଧୁନିକ ହୋମୋ ସାପିଏନ୍ସଙ୍କ ପୂର୍ବରୁ ଏମାନେ ଥିଲେ। କିନ୍ତୁ ୬୦,୦୦୦ ବର୍ଷ ପୂର୍ବେ ଆଧୁନିକ ମଣିଷମାନେ ପ୍ରଥମେ ଭାରତକୁ ଆସି ସମୁଦ୍ର ଉପକୂଳ ଦେଇ ଦକ୍ଷିଣ ପୂର୍ବ ଏସିଆ ପର୍ଯ୍ୟନ୍ତ ଯାତ୍ରା କରିଥିଲେ। ଏହି ଆଦିମାନବମାନେ କହିବା ସମୟରେ ବୋଧହୁଏ ରେଟ୍ରୋଫ୍ଲେକ୍ସ ଧ୍ୱନି(ଟ,ଠ,ଡ଼,ଢ଼,ଣ)ବ୍ୟବହାର କରୁଥିଲେ, ଯାହାକୁ ଆଜି ମଧ୍ୟ ଆମେ ଭାରତରେ ବ୍ୟବହାରକରୁ। ଏବେ ମଧ୍ୟ ଅଷ୍ଟ୍ରେଲୀୟ ମୂଳନିବାସୀଙ୍କ ମଧ୍ୟରେ ସମାନ ପ୍ରକାର ଧ୍ୱନି ଶୁଣିବାକୁ ମିଳେ । ତୁମେ ଆଉ ଏହି ଧ୍ୱନିଗୁଡ଼ିକୁ ବିଶ୍ୱର ଅବଶିଷ୍ଟ ଭାଗରେ ପାଇବ ନାହିଁ ।
ପ୍ରଥମେ ସନ୍ନ୍ୟାସୀ, ବଣିକ ଇତ୍ୟାଦିଙ୍କ ଯାତ୍ରାରୁ ଦେଶାନ୍ତର ଗମନକୁ ପୃଥକ୍‌ କରିବାକୁ ପଡ଼ିବ। ମାଇଗ୍ରେଶନର ଅର୍ଥ କହିଲେ ରହିବାକୁ କୌଣସି ଏକ ନୂଆ ବାସସ୍ଥାନ ଖୋଜିପାଇବା। ଉଦାହରଣ ସ୍ବରୂପ, ପାର୍ସୀ ସମୁଦାୟ ଧାର୍ମିକ ଅତ୍ୟାଚାରରୁ ରକ୍ଷାପାଇବା ପାଇଁ ପ୍ରାୟ ୧ହଜାର ବର୍ଷ ପୂର୍ବେ ଇରାନରୁ ଭାରତକୁ ଆସିଥିଲେ। ଅର୍ଥନୈତିକ କାରଣ,ନିଯୁକ୍ତି ସୁଯୋଗ କିମ୍ବା ରାଜନୈତିକ କାରଣରୁ ଆରମ୍ଭକରି ବିପଦରୁ ରକ୍ଷାପାଇବା ଲାଗି ଲୋକେ ଦେଶାନ୍ତରଗମନ କରିଥାନ୍ତି। ଯେତେବେଳେ ଲୋକେ ସ୍ଥାନ ପରିବର୍ତ୍ତନ କରନ୍ତି ସେତେବେଳେ ସେମାନଙ୍କର ପରିବର୍ତ୍ତନ ହୁଏ। ଏହା ସହ ସେମାନଙ୍କ ବିବାହ, ଭାଷା ଏବଂ ସଂସ୍କୃତିରେ ପରିବର୍ତ୍ତନ ହୋଇଥାଏ।
୧୦,୦୦୦ ବର୍ଷ ପୂର୍ବେ ଭାରତକୁ ବାହାର ଅଞ୍ଚଳରୁ ଲୋକମାନେ ଆସିଥିଲେ। ଏହା ଥିଲା ଏକ ପ୍ରମୁଖ ମାଇଗ୍ରେଶନ। ଏଥିରେ ଇରାନ କୃଷକଙ୍କ ପୂର୍ବଜମାନେ ହିନ୍ଦୁ କୁଶ ପର୍ବତ ପାରହୋଇ ସିନ୍ଧୁ ଉପତ୍ୟକାରେ ପହଞ୍ଚି ସେଠାରେ କୃଷି ବିପ୍ଳବ ସୃଷ୍ଟି କରିଥିଲେ। ସେମାନେ ବାର୍ଲି ,ଗହମ ଉପତ୍ାଦନ କରିବା ସହ ଛେଳି ଏବଂ ମେଣ୍ଢା ପାଳନ କରୁଥିଲେ। ମଇଁଷି ଏବଂ ଚୂଳ ଥିବା ‘ଜେବୁ’ ଷଣ୍ଢ ରଖୁଥିଲେ । ଆଜକୁ ୪,୫୦୦ରୁ ଅଧିକ ବର୍ଷ ପୂର୍ବେ ହରପ୍ପା ସଭ୍ୟତା ବିକଶିତ ହୋଇଥିଲା । ହରପ୍ପାର ଲୋକମାନେ ଜେଡ୍‌(Z) ଆକାରରେ ସେଠାରୁ ଅନ୍ୟ ଆଡ଼କୁ ଯାଇଥିଲେ। ପ୍ରଥମେ ପଶ୍ଚିମରେ ଗାଙ୍ଗେୟ ଉପତ୍ୟକା ଆଡ଼କୁ , ପରେ ପୂର୍ବରେ ନର୍ମଦା ଏବଂ ତା’ପରେ ଦକ୍ଷିଣରେ ପଶ୍ଚିମ ଉପକୂଳ ଆଡ଼କୁ ଯାଇଥିଲେ।
ଜେନେଟିକ୍‌ ବା ଆନୁବଂଶିକ ଗବେଷଣାରୁ ଜଣାପଡ଼େ ଯେ, ପ୍ରାୟ ୩,୮୦୦ ବର୍ଷ ପୂର୍ବେ ଏକ ନୂତନ ଇଣ୍ଡୋ-ୟୁରୋପୀୟ ଗୋଷ୍ଠୀ ଭାରତରେ ପ୍ରବେଶ କରିଥିଲେ, ଯେଉଁମାନେ ଥିଲେ ମୂଳତଃ କାସ୍ପିଆନ ସାଗର ଉତ୍ତରରେ ଥିବା ତୃଣଭୂମି ଅଞ୍ଚଳର। ଏମାନେ ଘେଡ଼ା ପାଳୁଥିଲେ ଓ ଆସିବା ସମୟରେ ୟୁରୋପ ଓ କେନ୍ଦ୍ର ଏସିଆକୁ ସେମାନଙ୍କୁ ସାଙ୍ଗରେ ଆଣିଥିଲେ। କେନ୍ଦ୍ର ଏସିଆରେ ଏହି ଗୋଷ୍ଠୀ ୨ ଭାଗ ହୋଇଗଲେ। ଗୋଟିଏ ଗୋଷ୍ଠୀ ଭାରତ ଅଭିମୁଖେ ଯାତ୍ରା କରିଥିଲେ ଓ ଅନ୍ୟ ଗୋଷ୍ଠୀ ଇରାନ ଆଡ଼କୁ ଚାଲିଯାଇଥିଲେ। ଅଧିକ ଲୋକ ନୂଆ ରଥ ନିର୍ମାଣର ଜ୍ଞାନକୌଶଳ ଏବଂ ଏକ ନୂଆ ଭାଷା ସଂସ୍କୃତକୁ ନେଇ ଆସିଥିଲେ। ଏହି ସଂସ୍କୃତ ବ୍ୟାକରଣ ଦକ୍ଷିଣ ଭାରତରେ କଥିତ ଦ୍ରାବିଡିଆନ ଭାଷାର ବ୍ୟାକରଣଠାରୁ ସମ୍ପୂର୍ଣ୍ଣ ଭିନ୍ନ। ପାଖାପାଖି ୪,୦୦୦ ବର୍ଷ ପୂର୍ବେ ହରପ୍ପାର ଅଧିବାସୀମାନେ ଦକ୍ଷିଣ ଭାରତକୁ ଆସିଥିଲେ। କାସ୍ପିଆନ୍‌ ସାଗରର ଉତ୍ତରରେ ଥିବା ଚାରଣଭୂମିରୁ ଆସିଥିବା ମେଷପାଳକଙ୍କ ଜିନ୍‌ (ଷ୍ଟେପ୍ପିି ପାଷ୍ଟୋରାଲ ଜିନ୍‌) ଭାରତୀୟଙ୍କଠାରେ ରହିଥିବାର ଏକ ସଙ୍କେତ ମିଳେ। ଏହି ଜିନ୍‌ ବୟସ୍କ ଅବସ୍ଥାରେ ଦୁଗ୍ଧକୁ ଭଲ ଭାବେ ହଜମ କରିଥାଏ। ଉତ୍ତର ଓ ପଶ୍ଚିମ ଭାରତର ବୟସ୍କଙ୍କର ଦୁଗ୍ଧ ହଜମ କରିବାର କ୍ଷମତା ଅଛି। ପିଲାଙ୍କଠାରେ ଦେଖାଯାଉଥିବା ଲାକ୍ଟୋଜ ଏଞ୍ଜାଇମ୍‌(ଦୁଗ୍ଧକୁ ହଜମ କରାଏ) ଏହି ବୟସ୍କଙ୍କଠାରେ ରହିଛି। କିନ୍ତୁ ପୂର୍ବ ଓ ଦକ୍ଷିଣ ଭାରତରେ ଅଧିକାଂଶ ବୟସ୍କ ଦୁଗ୍ଧ ହଜମ କରିପାରନ୍ତି ନାହିଁ। ଏହା ସୂଚିତକରେ ଯେ, ସେମାନଙ୍କଠାରେ ଷ୍ଟେପ୍ପି ପାଷ୍ଟୋରାଲ ଜିନ୍‌ ନାହିଁ। ଅନେକେ ଏହି ଜନ୍‌କୁ ଆର୍ଯ୍ୟଙ୍କ ଜିନ୍‌ ବୋଲି କହିଥାନ୍ତି, କିନ୍ତୁ ଏହା ଅନେକ ଭାବନା ଉଦ୍ରେକକରେ।
ଆଉ କେତେକ ସ୍ଥାନରୁ ଭାରତକୁ ଲୋକେ ଆସିଥିବା ଦେଖିବାକୁ ମିଳେ। ପୂର୍ବ ଏସିଆରୁ ଅଷ୍ଟ୍ରୋ-ଏସିଆଟିକ୍‌ ଭାଷାଭାଷୀ ‘ମୁଣ୍ଡା’ ଲୋକମାନେ ଦକ୍ଷିଣ-ପୂର୍ବ ଏସିଆ(ଭିଏଟ୍‌ନାମ)ରୁ ସେମାନଙ୍କ ସହ ଧାନଚାଷର ପଦ୍ଧତିକୁ ସାଙ୍ଗରେ ନେଇ ଆସିଥିଲେ। ଏପରିକି ଏବେ ପୂର୍ବ (ମଗଧ) ଓ ପଶ୍ଚିମ( ମହାରାଷ୍ଟ୍ର ଅଞ୍ଚଳ) ମଧ୍ୟରେ ଏକ ଜିନୀୟ ବା ଆନୁବଂଶିକ ପ୍ରଭେଦ ରହିଛି। ପୂର୍ବରେ ମୁଣ୍ଡାଙ୍କ ଜିନ୍‌ ଥିବା ବେଳେ ପଶ୍ଚିମରେ ଷ୍ଟେପ୍ପି ଜିନ୍‌ ଦେଖିବାକୁ ମିଳେ। ସେମାନଙ୍କ ଭାଷା ମଧ୍ୟ ଭିନ୍ନ। ଏହା ବ୍ୟତୀତ ଆହୁରି ଅନେକ ଅଞ୍ଚଳରୁ ଅଧିବାସୀମାନେ ଭାରତକୁ ଆସିଛନ୍ତି। ଖ୍ରୀଷ୍ଟପୂର୍ବ ୩୦୦ରୁ ୩୦୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ଏହା ଘଟିଛି ଓ ଏମାନଙ୍କ ମଧ୍ୟରେ ଥିଲେ ଗ୍ରୀକ୍‌ସ (ଯବନମାନେ), ସ୍କିଥିଆନ୍‌ସ (ସାକମାନେ), ପାର୍ଥିଆନ୍‌ସ (ପଲ୍ଲଭମାନେ) ଏବଂ କୁଶାଣମାନେ। ଦଶମ ଶତାବ୍ଦୀ ପରେ ତୁର୍କୀ ଏବଂ ଆଫଗାନିସ୍ତାନ ଲୋକେ ମଧ୍ୟ ଆସିଥିଲେ। ସମାନ ଜେନେଟିକ୍‌ ମେକ୍‌ଅପ୍‌ର ଲୋକମାନଙ୍କଠାରୁ ସେମାନେ ସମସ୍ତେ ଆସିଥିଲେ। ତେଣୁ ସେମାନେ ଦେଶାନ୍ତରଗମନ କରିଥିବାରୁ ଆମେ ଜେନେଟିକ୍ସରେ ବଡ଼ ପରିବର୍ତ୍ତନ ଦେଖିବାକୁ ପାଉନାହଁୁ। କିନ୍ତୁ ସେମାନଙ୍କ ସଂସ୍କୃତିରେ ଏକ ଉଲ୍ଲେଖନୀୟ ପରିବର୍ତ୍ତନ ହୋଇଥିବା ଲକ୍ଷ୍ୟ କରାଯାଏ।
ଖ୍ରୀଷ୍ଟପୂର୍ବ ୩୦୦ ବେଳକୁ ପ୍ରାକୃତ ଭାଷା ଥିଲା କୋର୍ଟ ଲାଙ୍ଗୁଏଜ୍‌ ବା ଦରବାରୀ ଭାଷା। ଖ୍ରୀଷ୍ଟାବ୍ଦ ୫୦୦ ପରେ କୋର୍ଟ ଲାଙ୍ଗୁଏଜ୍‌ ସଂସ୍କୃତ ହେଲା। ୧୨୦୦ ଖ୍ରୀଷ୍ଟାବ୍ଦ ପରେ ଏହା ପର୍ସିଆନ (ଫାର୍ସୀ) ହୋଇଗଲା । ଖ୍ରୀଷ୍ଟାବ୍ଦ ୧୮୦୦ ପରେ ସରକାରୀ ଭାଷା ଇଂରାଜୀ ହେଲା । ୧୯୪୭ ପରଠାରୁ ହିନ୍ଦୀକୁ ପ୍ରଭାବୀ ସରକାରୀ ଭାଷା କରିବା ପାଇଁ ପ୍ରୟାସ ଚାଲିଛି। କିନ୍ତୁ ଭାରତର ପ୍ରତ୍ୟେକ ରାଜ୍ୟର ନିଜସ୍ବ ସରକାରୀ ଭାଷା ରହିଛି। ଭାରତର ଅନ୍ୟ ସବୁ ଅଞ୍ଚଳ ତୁଳନାରେ ଉତ୍ତର ଭାରତରେ ହିନ୍ଦୀର ପ୍ରଭାବ ଦେଖୁ, କାରଣ ଉର୍ବର ଗଙ୍ଗାନଦୀ ଅବବାହିକାରେ ଭାରତର ଜନସଂଖ୍ୟାର ପାଖାପାଖି ୫୦% ଲୋକ ରହନ୍ତି। ଏହା ମଧ୍ୟ ବୈଦିକ ସଂସ୍କୃତିର କେନ୍ଦ୍ର। ପ୍ରାୟ ୨୦୦୦ ବର୍ଷ ପୂର୍ବେ ଏହି ଅଞ୍ଚଳରୁ ଲୋକେ ବିନ୍ଧ୍ୟ ପାର୍ବତ୍ୟାଞ୍ଚଳ ପାରହୋଇ ବାହାରକୁ ଯାଇଥିଲେ। କିନ୍ତୁ ତାହା ଏକ ଭିନ୍ନ କାହାଣୀ।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପେସାରେ ଶିକ୍ଷୟିତ୍ରୀ ହେଲେ ବି ଫୁଲଚାଷ ତାଙ୍କ ପାଇଁ ଆଣିଛି ସ୍ବତନ୍ତ୍ର ପରିଚୟ। କେରଳ ଥ୍ରିଶୂର ଜିଲା ବାସିନ୍ଦା ଲତିକା ସୁତାନ ବଗିଚାରେ ପଦ୍ମ ଓ...

ଅକାଳ ଜାତ ଶିଶୁ ଓ କଙ୍ଗାରୁ ଯତ୍ନ

ଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ୨୦୨୦ ମସିହାରେ କରିଥିବା ଏକ ଆକଳନ ଅନୁସାରେ ପ୍ରତିବର୍ଷ ଗର୍ଭଧାରଣର ସାଧାରଣ ସମୟକାଳ, ଅର୍ଥାତ୍‌ ୩୭ ସପ୍ତାହ ସମ୍ପୂର୍ଣ୍ଣ ହେବା ପୂର୍ବରୁ...

ଆଧୁନିକ ଦାସତ୍ୱ

ଦାସତ୍ୱ କଥା ଆଲୋଚନା ହେଲେ ଆମେରିକା କଥା ମନକୁ ଆସେ। ଏହା ସହ ଆଫ୍ରିକାରେ ଅଭାବ, ଅନଟନରେ ଶଢ଼ୁଥିବା ମଣିଷକୁ କ୍ରୀତଦାସ ରୂପେ କ୍ରୟ, ବିକ୍ରୟ...

ମିଥେନ୍‌ ଚିନ୍ତା

ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଶେଷ ହେବାକୁ ଯାଉଛି। ଏହି ସମୟରେ ଏଠାରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ରେକର୍ଡ କରାଯାଇଛି। ୨୦୨୩କୁ ଟପି ୨୦୨୪ ସବୁଠୁ...

ଏଇ ଭାରତରେ

ମହିଳା ସଶକ୍ତୀକରଣ ଓ ଆମତ୍ନିର୍ଭରଶୀଳର ବାର୍ତ୍ତା ଦେଇଛନ୍ତି ବୀଣା ଟମ୍‌। କେରଳର ମାରଙ୍ଗାଟ୍ଟୁପାଲିରେ ରହୁଥିବା ଏହି ୫୬ ବର୍ଷୀୟା ମହିଳା ଜଣକ ନିଜ ବଗିଚାରେ ବିଭିନ୍ନ...

ଯୁଦ୍ଧ ଆଉ କେତେ କାଳ

ରମାଣୁ ବୋମାର ଜନକ ବୋଲି କୁହାଯାଉଥିବା ସୁପ୍ରସିଦ୍ଧ ଆମେରିକୀୟ ବିଜ୍ଞାନୀ କୁଲିଅସ୍‌ ରବର୍ଟ ଓପେନ୍‌ ହେମରଙ୍କ ଜୀବନୀ ଆଧାରିତ ଚଳଚ୍ଚିତ୍ର ‘ଓପେନ୍‌ହେମର’ ମୁକ୍ତିଲାଭ କରିସାରିଛି। ପରମାଣୁ...

ଈଶ୍ୱରଙ୍କ ସହ ବସବାସ

ସୃଷ୍ଟିର ପ୍ରାରମ୍ଭରୁ ମଣିଷ ଈଶ୍ୱରଙ୍କୁ ଅନ୍ବେଷଣ କରିବା ଆରମ୍ଭ କରିଆସିଛି। ସେମାନେ ପ୍ରକୃତିକୁ ଦେବତା ରୂପେ ପ୍ରାର୍ଥନାକଲେ। ବାୟୁଦେବ, ଅଗ୍ନିଦେବ, ବରୁଣଦେବ, ଇନ୍ଦ୍ରଦେବ, ସୂର୍ଯ୍ୟଦେବ ଓ...

ଧର୍ମଶାସ୍ତ୍ର ଓ ମନୁସ୍ମୃତି

ସମସ୍ତେ ଏବେ ମନୁସ୍ମୃତି ବିଷୟରେ ଆଲୋଚନା କରୁଛନ୍ତିି ଏବଂ ଜାତି ପ୍ରଥା ସହ ଏହାର ସମ୍ପର୍କ ରହିଛି ବୋଲି କହନ୍ତି। କିନ୍ତୁ ଏହା ପଛରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri