Categories: ଜାତୀୟ

ପ୍ରସିଦ୍ଧ ଚିତ୍ରକାର ଲକ୍ଷ୍ମଣ ପାଏଙ୍କ ପରଲୋକ

ନୂଆଦିଲ୍ଲୀ,୧୫।୩: ବିଶିଷ୍ଟ ଚିତ୍ରକାର ଲକ୍ଷ୍ମଣ ପାଏଙ୍କ ଗୋଆସ୍ଥିତ ତାଙ୍କ ବାସଭବନରେ ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା। ୧୯୨୬ ମସିହାରେ ଗୋଆରେ ଜନ୍ମଗ୍ରହଣ କରିଥିବା ପାଇଙ୍କୁ ପଦ୍ମ ଭୂଷଣ, ପଦ୍ମଶ୍ରୀ, ନେହେରୁ ପୁରସ୍କାର ଏବଂ ଲଲିତ କଳା ଏକାଡେମୀ ପୁରସ୍କାର ସମେତ ଅନେକ ସମ୍ମାନଜନକ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ପାଇଙ୍କ ଦେହାନ୍ତରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଦୁଃଖ ପ୍ରକାଶ କରିଛନ୍ତି। ସେ ଟୁଇଟରରେ କହିଛନ୍ତି ଯେ, ଗୋଆର ଜଣେ ଜଣାଶୁଣା କଳାକାର ପଦ୍ମଭୂଷଣ ଲକ୍ଷ୍ମଣ ପାଏଙ୍କ ଦେହାନ୍ତ ହେବା ଅତ୍ୟନ୍ତ ଦୁଃଖଦାୟକ। ଗୋଆ ଆଜି ଏକ ରତ୍ନ ହରାଇଲା। କଳା କ୍ଷେତ୍ରରେ ତାଙ୍କର ଅପାର ଅବଦାନକୁ ଆମେ ସର୍ବଦା ମନେ ରଖିବ। ତାଙ୍କ ପରିବାର ପ୍ରତି ମୋର ହୃଦୟରୁ ସମବେଦନା ବୋଲି ସେ କହିଛନ୍ତି।

Share