୧୩ ଘଣ୍ଟା ଆକାଶରେ ଉଡିବା ପରେ ଯେଉଁଠୁ ଟେକଅପ୍ କରିଥିଲା ସେଇଠି ଲ୍ୟାଣ୍ଡ କଲା ଏମିରେଟ୍ସ ବିମାନ

ଦୁବଇ,୩୧ ।୧: ନ୍ୟୁଜିଲ୍ୟାଣ୍ଡ ଯିବାକୁ ଥିବା ଏମିରେଟ୍ସର ଏକ ବିମାନ ଯାତ୍ରୀଙ୍କୁ ନେଇ ଶୁକ୍ରବାର ଦୁବଇରୁ ଉଡାଣ ଆରମ୍ଭ କରିଥିଲା, ହେଲେ ୧୩ ଘଣ୍ଟାରୁ ଅଧିକ ସମୟ ଧରି ଆକାଶରେ ଉଡିବା ପରେ ବିମାନଟି ଏକ ଅସାମାନ୍ୟ କାରଣ ଯୋଗୁ ପୁଣିଥରେ ସେହି ବିମାନ ବନ୍ଦରରେ ଅବତରଣ କରିଥିଲା । ଫକ୍ସ ନ୍ୟୁଜର ଏକ ରିପୋର୍ଟରୁ ଏହା ଜଣାପଡିଛି ।

ଏମିରେଟ୍ସ ଫ୍ଲାଇଟ ଇକେ୪୪୮ ସ୍ଥାନୀୟ ସମୟ ଅନୁସାରେ ସକାଳ ପ୍ରାୟ ୧୦ଟା ୩୦ରେ ଟେକଅପ୍ କରିଥିଲା । ଫ୍ଲାଇଟ ଆଭେୟାର ଅନୁଯାୟୀ, ପାଇଲଟ ପ୍ରାୟ ୯୦୦୦ ମାଇଲ ଯାତ୍ରା ପରେ ପାଇଲଟ ଅଧାରାସ୍ତାରୁ ୟୁ-ଟର୍ଣ୍ଣ ନେଇଥିଲେ । ବିମାନଟି ଶେଷରେ ଶନିବାର ରାତିରେ ପୁଣିଥରେ ଦୁବଇରେ ଲ୍ୟାଣ୍ଡ କରିଥିଲା ।
ସୂଚନାଯୋଗ୍ୟ, ନ୍ୟୁଜିଲାଣ୍ଡର ଅକଲ୍ୟାଣ୍ଡ ବିମାନ ବନ୍ଦରରେ ଭୟଙ୍କର ବନ୍ୟା କାରଣରୁ ବିମାନଟି ଫେରି ଆସିଥିବା କୁହାଯାଉଛି । ବନ୍ୟା ଯୋଗୁ ସପ୍ତାହ ଶେଷରୁ ବିମାନ ବନ୍ଦରକୁ ବନ୍ଦ କରି ଦିଆଯାଇଛି । ଅକଲ୍ୟାଣ୍ଡ ବିମାନ ବନ୍ଦରର ଅଧିକାରୀ ଟୁଇଟ କରି କହିଛନ୍ତି, ଏହା ଅତ୍ୟନ୍ତ ନିରାଶଜନକ, ହେଲେ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ମହତ୍ୱପୂର୍ଣ୍ଣ । ସେ କହିଛନ୍ତି, ଅକଲ୍ୟାଣ୍ଡ ବିମାନ ବନ୍ଦର ଆମର ଅନ୍ତରାଷ୍ଟ୍ରୀୟ ଟର୍ମିନାଲର କ୍ଷୟକ୍ଷତିର ଆକଳନ କରୁଛି । ଦୁର୍ଭାଗ୍ୟ ବଶତଃ ଏହି ନିଷ୍ପତ୍ତି ନିଆଯାଇଛି କି ଏବେ କୌଣସି ଅନ୍ତରାଷ୍ଟ୍ରୀୟ ବିମାନ ସଂଚାଳିତ ହେବ ନାହିଁ । ଆମେ ଜାଣିଛୁ ଏହା ଖୁବ୍ ନିରାଶଜନକ, ହେଲେ ଯାତ୍ରୀଙ୍କ ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା ।

Share