Categories: ଜାତୀୟ

ୟୁଏଇ-ଭାରତ ମଧ୍ୟରେ ୨୩ରୁ ବିମାନ ସେବା ଆରମ୍ଭ

ନୂଆଦିଲ୍ଲୀ/ଦୁବାଇ,୨୧।୬: ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ) ଏବଂ ଭାରତ ମଧ୍ୟରେ ଆସନ୍ତା ୨୩ତାରିଖରୁ ବିମାନ ସେବା ଆରମ୍ଭ ହେବ। ୟୁଏଇ ଏୟାରଲାଇନ ପକ୍ଷରୁ ଏହି ସୂଚନା ଦିଆଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୟୁଏଇ-ଭାରତ ମଧ୍ୟରେ ବିମାନ ଚଳାଚଳକୁ ବନ୍ଦ କରାଯାଇଥିଲା। କଟକଣା ହଟିବା ପରେ ୨ ଦେଶ ମଧ୍ୟରେ ବିମାନ ସେବା ପୁଣି ଚାଲିବ।

ଏମିରେଟ୍ସ ପକ୍ଷରୁ କୁହାଯାଇଛି, ଆସନ୍ତା ୨୩ ତାରିଖରୁ ସାଉଥ ଆଫ୍ରିକା, ନାଇଜେରିଆ ଓ ଭାରତ ମଧ୍ୟରେ ବିମାନ ସେବା ଆରମ୍ଭ ହେବ। ଟିକାର ସମ୍ପୂର୍ଣ୍ଣ ଡୋଜ ନେଇଥିବା ଯାତ୍ରୀ ଦୁବାଇ ଯାଇପାରିବେ। ଏହା ସହ ଯାତ୍ରୀଙ୍କ ୪୮ ଘଣ୍ଟା ପୂର୍ବର ନେଗେଟିଭ ଆରଟିପିସିଆର ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଛି। କୋଭିଡ ପୂର୍ବରୁ ୟୁଏଇ ଓ ଭାରତ ମଧ୍ୟରେ ସପ୍ତାହରେ ୩୦୦ରୁ ଅଧିକ ବିମାନ ଯାତାୟତ କରୁଥିଲା। ହେଲେ ଏପ୍ରିଲରୁ ବିମାନ ସେବା ବନ୍ଦ ରହିଥିଲା ।

Share