The Impact of Practical Education on Quick Recall.
हर स्कूल में ऐसी शिक्षा व्यवस्था होनी चाहिए और हर शिक्षक ऐसा! pic.twitter.com/n5Vq9O1RiU
— Temjen Imna Along (@AlongImna) December 18, 2023
ନାଗାଲାଣ୍ଡର ମନ୍ତ୍ରୀ ଏବଂ ଭାଜପା ନେତା ତେମଜେନ ଇମ୍ନା ଆଲୋଙ୍ଗ ସୋସିଆଲ ମିଡିଆରେ ବେଶ ଆକ୍ଟିଭ ରହିଥାନ୍ତି। ତାଙ୍କର ପ୍ରତିଟି ପୋଷ୍ଟ ଚର୍ଚ୍ଚାର ବିଷୟ ପାଲଟିଥାଏ। ଅନେକ ସମୟରେ ସେ ନିଜ ସହ ଜଡ଼ିତ ପୋଷ୍ଟ ଶେୟାର କରି ଲୋକଙ୍କୁ ହସାଇଥାନ୍ତି। ହେଲେ ଏବେ ସେ ଶେୟାର କରିଥିବା ଭିଡିଓ ସମସ୍ତଙ୍କ ହୃଦୟ ଜିତୁଛି। କାରଣ ତାହା ଜଣେ ଶ୍ରେଣୀ ଶିକ୍ଷକଙ୍କର, ଯାହାଙ୍କ ପଢ଼ାଇବାର ଶୈଳୀ ଦେଖି ଯେକେହି ତାଙ୍କର ପ୍ରଶଂସକ ପାଲଟିଯାଉଛନ୍ତି।
ଭିଡିଓରେ ଦେଖିବାକୁ ପାଇବେ ଯେ, କ୍ଲାସରେ ଦଶରୁ ଅଧିକ ଛାତ୍ରୀଛାତ୍ର ଅଛନ୍ତି। ସମସ୍ତଙ୍କ ପାଖରେ ଭିନ୍ନ ଭିନ୍ନ ପରିବା ରହିଛି। ଶିକ୍ଷକଜଣଙ୍କ ସେମାନଙ୍କ ପାଖରେ ପହଞ୍ଚି ପରିବାଗୁଡ଼ିକର ଇଂରାଜୀ ନାମ କହିବାକୁ କହୁଛନ୍ତି। ତେବେ ତାଙ୍କ ପଢ଼ାଇବା ଶୈଳୀ ନିଆରା ହୋଇଥିବାରୁ ସମସ୍ତେ ତାକୁ ପ୍ରଶଂସା କରୁଛନ୍ତି।
ଭାଜପା ନେତା ଭିଡିଓ ଶେୟାର କରି କହିଛନ୍ତି ଯେ, ପ୍ରତିଟି ସ୍କୁଲରେ ଏଭଳି ଶିକ୍ଷା ବ୍ୟବସ୍ଥା ହେବା ଉଚିତ। ତା ସହ ପ୍ରତି ଶିକ୍ଷକ ଏଭଳି ହେବା ଉଚିତ।
ଦେଖନ୍ତୁ ଭିଡିଓ: