ମୋଦିଙ୍କ ଫ୍ରାନ୍ସ ଗସ୍ତର ଭିଡିଓ ଶେୟାର କଲେ ରାଷ୍ଟ୍ରପତି ଇମାନ୍ବେଲ

ପ୍ୟାରିସ,୧୬।୭: ପ୍ରଧାନମନ୍ତ୍ରୀ ମୋଦିଙ୍କ ଫ୍ରାନ୍ସ ଓ ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ) ର ଯାତ୍ରା ଶନିବାର ଶେଷ ହୋଇଛି। ୧୩ ଜୁଲାଇରେ ମୋଦି ଆରମ୍ଭ କରିଥିବା ଏହି ମହତ୍ୱପୂର୍ଣ୍ଣ ଯାତ୍ରା ଶେଷ କରି ଏବେ ଭାରତ ଫେରି ଆସିଛନ୍ତି। ଇତିମଧ୍ୟରେ ଶନିବାର ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବେଲ ମ୍ୟାକ୍ରୋ ମୋଦିଙ୍କ ଅଫିସିଆଲ ଭିଜିଟକୁ ନେଇ ଏକ ସ୍ବତନ୍ତ୍ର ଭିଡିଓ ଶେୟାର କରିଛନ୍ତି। ଏହାସହ କ୍ୟାପଶନରେ ଲେଖିଛନ୍ତି, ଭାରତୀୟଙ୍କ ପ୍ରତି ବିଶ୍ୱାସ ଓ ମିତ୍ରତା।

ଏହି ଭିଡିଓରେ ପ୍ୟାରିସରେ ବଷ୍ଟିଲ ଡେ ପରେଡରେ ଭାରତୀୟ ସେନାବାହିନୀର ଅଂଶଗ୍ରହଣ ବ୍ୟତୀତ ପ୍ରଧାନମନ୍ତ୍ରୀ ନାଗରିକ କିମ୍ବା ସାମରିକ ଆଦେଶରେ ଫ୍ରାନ୍ସର ସର୍ବୋଚ୍ଚ ସମ୍ମାନ ‘ଗ୍ରାଣ୍ଡ କ୍ରସ ଅଫ ଲେଜିଅନ ଅଫ ଅନର’ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି। ଭାରତର ରାଫେଲ ଯୁଦ୍ଧ ବିମାନର ଅଂଶଗ୍ରହଣ ସହିତ ପରେଡର ଝଲକ ମଧ୍ୟ ଦେଖିବାକୁ ମିଳିଛି।

Share