ଏମରସନ ମଙ୍ଗାୱା ପୁଣି ଥରେ ଜିମ୍ବାୱେର ରାଷ୍ଟ୍ରପତି…

ହରାରେ,୨୭।୮: ଜିମ୍ବାୱେ ରାଷ୍ଟ୍ରପତି ଏମର୍ସନ ମଙ୍ଗାୱା ଶନିବାର ଦ୍ୱିତୀୟ ତଥା ଅନ୍ତିମ କାର୍ଯ୍ୟକାଳ ପାଇଁ ନିର୍ବାଚିତ ହୋଇଛନ୍ତି। ତେବେ ଶାସକ ଦଳ ଜେଡଏଏନଓ୍ବାଇ-ପିଏଫ ବିରୋଧରେ ନିର୍ବାଚନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ନ୍ୟୁୟର୍କ ଟାଇମ୍ସ ଏହି ସୂଚନା ଦେଇଛି ।

ରାଷ୍ଟ୍ରପତି ନିର୍ବାଚନରେ ଏମରସନ ମଙ୍ଗାୱା ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ନେଲସନ ଚାମିସାଙ୍କୁ ପରାସ୍ତ କରିଛନ୍ତି। ମଙ୍ଗାୱାଙ୍କ ବିଜୟ ଜିମ୍ବାୱେରେ ଶାସକ ଦଳର କ୍ଷମତାକୁ ଦୃଢ଼ କରିଛି।

ରାଷ୍ଟ୍ରପତି ଭାବରେ ନିର୍ବାଚିତ ହେବା ପରେ ୮୦ ବର୍ଷୀୟ ମଙ୍ଗାୱା ଅନେକ ଆହ୍ବାନର ସମ୍ମୁଖୀନ ହେବେ।ା ଜିମ୍ବାୱେ ଗତ ଦୁଇ ଦଶନ୍ଧି ଧରି ବିପର୍ଯ୍ୟସ୍ତ ଅର୍ଥନୈତିକ ନୀତିର ସମ୍ମୁଖୀନ ହୋଇଛି, ଯାହା ଦେଶରେ ଉଚ୍ଚ ମୁଦ୍ରାସ୍ଫୀତି ଏବଂ ବେକାରୀ ସମସ୍ୟା ସୃଷ୍ଟି କରିଛି। ଦେଶରେ ଔଷଧ ଏବଂ ଯନ୍ତ୍ରପାତିର ଅଭାବ ମଧ୍ୟ ରହିଛି।

ମଙ୍ଗାୱାଙ୍କ ବିଜୟ ଯୋଗୁ ବର୍ତ୍ତମାନ ପାଶ୍ଚାତ୍ୟ ଦେଶମାନଙ୍କ ସହିତ ତିକ୍ତତା ବୃଦ୍ଧି ପାଇପାରେ, ଯାହା ଦ୍ୱାରା ୧୮ ବିଲିୟନ ଆମେରିକୀୟ ଡଲାରର ଋଣ ମିଳିବାରେ ସମସ୍ୟା ହୋଇପାରେ।

ଦ ନ୍ୟୁୟର୍କ ଟାଇମ୍ସ ଅନୁଯାୟୀ ଜିମ୍ବାୱେର ଜନସଂଖ୍ୟା ଏକକୋଟି ୬୦ ଲକ୍ଷ। ନିର୍ବାଚନରେ ଦେଶରେ ଅନିୟମିତତାର ବହୁ ଇତିହାସ ରହିଛି । ଯାହା ପ୍ରାୟ ଚାରି ଦଶନ୍ଧି ଧରି ଜଣେ ସ୍ବାଧୀନତା ସଂଗ୍ରାମୀ ରବର୍ଟ ମୁଗାବେଙ୍କୁ କ୍ଷମତା ବଜାୟ ରଖିବାରେ ସାହାଯ୍ୟ କରିଥିଲା।

ମଙ୍ଗାୱା ଏବଂ ତାଙ୍କ ସହଯୋଗୀମାନେ ୨୦୧୭ରେ ମୁଗାବେଙ୍କୁ କ୍ଷମତାରୁ ବହିଷ୍କାର କରିଥିଲେ। ପରବର୍ତ୍ତୀ ବର୍ଷ, ମଙ୍ଗାୱା ଚାମିସାଙ୍କୁ ପରାସ୍ତ କରି ନିର୍ବାଚନରେ ଜିତିଥିଲେ। ସେ ୫୦ ପ୍ରତିଶତରୁ ଅଧିକ ଭୋଟ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲେବାନନ୍‌ରେ ଇସ୍ରାଏଲ୍‌ର ଜୋର୍‌ଦାର ଆକ୍ରମଣ

ମାର୍ଜାୟୁନ୍‌,୨୪ା୯: ଇସ୍ରାଏଲୀ ସେନା ଲେବାନନ୍‌ ଉପରେ ଆକ୍ରମଣକୁ ଜୋର୍‌ଦାର କରିଛି। ସୋମବାର ଏହାର ସବୁଠୁ ଘାତକ ଆକ୍ରମଣରେ ୨୭୪ ଜଣ ନିହତ ହେବା ସହ ୪୦୦ରୁ ଅଧିକ...

ମାନବଜାତିର ସଫଳତା ଯୁଦ୍ଧକ୍ଷେତ୍ରରେ ନାହିଁ: ପ୍ରଧାନମନ୍ତ୍ରୀ ମୋଦି

ଜାତିସଂଘ,୨୪ା୯: ମାନବଜାତିର ସଫଳତା ଯୁଦ୍ଧକ୍ଷେତ୍ରରେ ନୁହେଁ, ଆମର ସାମୂହିକ ସାମର୍ଥ୍ୟରେ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଜାତିସଂଘର ‘ସମିଟ୍‌ ଅଫ୍‌ ଦି ଫ୍ୟୁଚର’ରେ...

ଭାରତରେ ନିବେଶ ପାଇଁ ଆମେରିକୀୟ ସିଇଓଙ୍କୁ ମୋଦିଙ୍କ ଆହ୍ବାନ

ନ୍ୟୁୟର୍କ,୨୩ା୯(ପି.ଟି.):ଆମେରିକାର ବୃହତ୍‌ ପ୍ରଯୁକ୍ତି ସଂସ୍ଥାଗୁଡ଼ିକର ସିଇଓମାନଙ୍କୁ ଭାରତରେ ଶିଳ୍ପ ପ୍ରତିଷ୍ଠା ଓ ପୁଞ୍ଜିନିବେଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମନ୍ତ୍ରଣ କରିଛନ୍ତି। ରବିବାର ଆମେରିକାର ବୃହତ୍‌...

ଲେବାନନ୍‌ର ୩୦୦ ସ୍ଥାନରେ ଆକ୍ରମଣ କଲା ଇସ୍ରାଏଲ: ୧୦୦ ମୃତ, ୪୦୦ ଆହତ

ବେରୁଟ୍‌/ଜେରୁଜେଲମ,୨୩।୯: ଇସ୍ରାଏଲ ଏବଂ ଲେବାନନ୍‌ ମଧ୍ୟରେ ତିକ୍ତତା କ୍ରମାଗତ ବଢିବାରେ ଲାଗିଛି। ହେଜ୍‌ବୋଲ୍ଲା ଉପରେ ଚାପ ପକାଇବାକୁ ଇସ୍ରାଏଲ ଲେବାନନ୍‌ ଉପରେ ୩୦୦ ସ୍ଥାନରେ ରକେଟ୍‌...

ଗାଜାରୁ ଲେବାନନ୍‌ ମୁହାଁଇଛି ସଂଘର୍ଷ

ବେରୁଟ୍‌,୨୩ା୯: ଲେବାନନ୍‌ର ଆତଙ୍କବାଦୀ ସଂଗଠନ ହେଜ୍‌ବୁଲ୍ଲା ଏବଂ ଇସ୍ରାଏଲୀ ସେନା ମଧ୍ୟରେ ଘମାଘୋଟ ଲଢ଼େଇ ହୋଇଛି। ଇସ୍ରାଏଲ୍‌ର ଉତ୍ତର ଭାଗକୁ ଟାର୍ଗେଟ କରି ହେଜ୍‌ବୁଲ୍ଲା ଶତାଧିକ...

ଜାପାନ-ଆମେରିକା ଉପରେ ଆକ୍ରମଣ କରିବ ଚାଇନା? ଚମକାଇ ଦେଲେ ବିଶେଷଜ୍ଞ

ଟୋକିଓ,୨୩।୯: ତାଇୱାନର ଉତ୍ତେଜନା ଏବଂ ସେନକାକୁ ଦ୍ୱୀପପୁଞ୍ଜକୁ ନେଇ ବିବାଦ ମଧ୍ୟରେ ଚାଇନା-ଜାପାନ ସମ୍ପର୍କ ଏକ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଶାନ୍ତି...

ରାଷ୍ଟ୍ରପତି ନିର୍ବାଚନ ହାରିଗଲେ କ’ଣ କରିବେ ଟ୍ରମ୍ପ? ଏବେ କଲେ ସ୍ପଷ୍ଟ

ଓ୍ବାଶିଂଟନ,୨୩।୯: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଦିନକୁ ଦିନ ଆକର୍ଷଣୀୟ ହେବାରେ ଲାଗିଛି। ନିର୍ବାଚନ ତାରିଖ ନଭେମ୍ବର ୫ ରଖାଯାଇଛି। ରବିବାର ଏକ ଇଭେଣ୍ଟରେ ରିପବ୍ଲିକାନ ପାର୍ଟି...

ମୋଦିଙ୍କୁ ଧନ୍ୟବାଦ ଦେଲେ ଶ୍ରୀଲଙ୍କା ରାଷ୍ଟ୍ରପତି

କଲମ୍ବୋ,୨୩।୯: ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନରେ ଜିତିଥିବା ଅନୁରା କୁମାରା ଦିସାନାୟକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଭାରତ ସହ କାମ କରିବାକୁ ନିଜର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri