ହଲିଉଡରେ ଲେଖକଙ୍କ ଅନଶନ ଯୋଗୁ ପୋଷ୍ଟପୋନ ହେଲା ଏମି ଆଓ୍ବାର୍ଡ?

ନୂଆଦିଲ୍ଲୀ,୨୯।୭: ହଲିଉଡରେ ଚାଲିଥିବା ଲେଖକ ଏବଂ ଅଭିନେତାମାନେ ଚଳାଇଥିବା ଅନଶନ ଯୋଗୁ ଏବେ ସାରା ବିଶ୍ୱରେ ହେଡଲାଇନ ସୃଷ୍ଟି ହୋଇଛି। ଏହି ଷ୍ଟ୍ରାଇକ ଯୋଗୁଁ ଅନେକ ବଡ ଚଳଚ୍ଚିତ୍ର ଅଟକି ଯାଇଛି। ବର୍ତ୍ତମାନ ଏହା ଟିଭି ଜଗତର ସବୁଠାରୁ ଲୋକପ୍ରିୟ କାର୍ଯ୍ୟକ୍ରମ ଏମି ପୁରସ୍କାରକୁ ମଧ୍ୟ ପ୍ରଭାବିତ କରିଛି, ଯାହା ୨୦୨୪ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଟିଭି ଏବଂ ୱେବ ସିରିଜ ଦୁନିଆର ସବୁଠାରୁ ସମ୍ମାନଜନକ ପୁରସ୍କାର ମଧ୍ୟରୁ ଏମି ଅନ୍ୟତମ ପୁରସ୍କାର ଭାବରେ ବିବେଚନା କରାଯାଏ।
ପ୍ରଥମ ଏମି ପୁରସ୍କାର ୨୦୨୩, ୧୮ ସେପ୍ଟେମ୍ବରରେ ଘୋଷଣା କରାଯିବାରଥିଲା। ଗତ କିଛି ଦିନ ହେବ ଧର୍ମଘଟ ଯୋଗୁ ଏହାକୁ ଘୁଞ୍ଚାଇ ଦିଆଯିବ ବୋଲି ଅନୁମାନ କରାଯାଉଥିଲା। ଲେଖକ ଏବଂ ଅଭିନେତାମାନଙ୍କ ଧର୍ମଘଟ ଯୋଗୁଁ ହଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରି ଠପ ହୋଇପଡିଛି। ମୁଭି ଏବଂ ଟିଭି ଶୋ’ର ଉତ୍ପାଦନ ବନ୍ଦ ହୋଇଯିବା ପରେ ଏମି ପୁରସ୍କାର ଭଳି ପ୍ରମୁଖ ପୁରସ୍କାର ମଧ୍ୟ ଏହାଦ୍ୱାରା ପ୍ରଭାବିତ ହେବ ବୋଲି ଅନୁମାନ କରାଯାଉଥିଲା।

Share