ପାଟଣା,୧୬।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳବାର ବ୍ଲକ କଂଗ୍ରେସ କମିଟି ତରଫରୁ ବିକ୍ଷୋଭ କରାଯାଇଛି। ଜିଲାରେ ବୃହତ ଇସ୍ପାତ ଶିଳ୍ପ ପ୍ରତିଷ୍ଠା, କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ ପ୍ରତ୍ୟାହାର ଦାବି ସହ ପେଟ୍ରୋଲ, ଡିଜେଲ ଓ ଇନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଏହି ବିକ୍ଷୋଭ ହୋଇଛି। ଏବି ବିକ୍ଷୋଭରେ ବ୍ଲକ କଂଗ୍ରେସ କମିଟି ସଭାପତି ଶତ୍ରୁଘ୍ନ ସିଂ, ପାଟଣା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ଇଂ.ବିନୋଦ ବିହାରୀ ନାଏକ, ପୂର୍ବତନ ପାଟଣା ବ୍ଲକ ଅଧକ୍ଷ ଇଂ. ବିଦ୍ୟାଧର ଦାଶ ସାମିଲ ଥିଲେ। ପାଟଣା ବିଡିଓଙ୍କ ଅନୁପସ୍ଥିତରେ ଏବିଡିଓ ପ୍ରଫୁଲ କୁମାର ନାୟକଙ୍କୁ ଜିଲାପାଳଙ୍କ ମାଧ୍ୟମରେ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।
Posted inଆମ ଜିଲା ଖବର, କେନ୍ଦୁଝର, ରାଜ୍ୟ