ଭାବନାତ୍ମକ ବିକାଶ ଜରୁରୀ

ପିଲାଙ୍କୁ ଇଣ୍ଟେଲିଜେଣ୍ଟ କରିବା ପାଇଁ ସମସ୍ତେ ଗୁରୁତ୍ୱ ଦେଇଥାନ୍ତି, କିନ୍ତୁ ସେମାନଙ୍କର ପୂର୍ଣ୍ଣାଙ୍ଗ ବିକାଶ ନିମନ୍ତେ ଭାବନାତ୍ମକ ମୂଲ୍ୟବୋଧ ରହିବା ବି ଜରୁରୀ। ତେଣୁ ଏସବୁ ଦୃଷ୍ଟିରୁ ସେମାନଙ୍କୁ ଛୋଟବେଳୁ ବିଭିନ୍ନ ବିଷୟରେ ଶିକ୍ଷା ଦିଅନ୍ତୁ…

ଘରେ ବିଭିନ୍ନ ଗୃହପାଳିତ ପଶୁ ରଖନ୍ତୁ ଏବଂ ପିଲାଙ୍କୁ ସେମାନଙ୍କ ଯତ୍ନ ନେବାକୁ କୁହନ୍ତୁ। ପିଲାମାନେ ଖୁବ୍‌ଶୀଘ୍ର ପଶୁପକ୍ଷୀଙ୍କ ପ୍ରତି ଆକୃଷ୍ଟ ହୋଇଥାନ୍ତି। ତେଣୁ ସେମାନଙ୍କ ସମ୍ବେଦନଶୀଳତା ବୃଦ୍ଧି ପାଇଥାଏ।
ବାଡିବଗିଚା କିମ୍ବା ବାଲ୍‌କୋନିରେ କିଛି ଗଛ ଲଗାଇ ପିଲାଙ୍କୁ ସେସବୁର ଯତ୍ନ ନେବା ପାଇଁ କୁହନ୍ତୁ। ନିଜ ହାତରେ ଲଗାଇଥିବା ଗଛ ଦେଖି ପିଲାମାନେ ଖୁସି ହେବା ସହିତ ପ୍ରକୃତିପ୍ରେମୀ ହୋଇପାରିବେ।
ପିଲାଙ୍କ ମନରେ ଆସ୍ଥା ଓ ବିଶ୍ୱାସ ସୃଷ୍ଟି କରାନ୍ତୁ। ଈଶ୍ୱରଙ୍କ ପ୍ରତି ଆସ୍ଥା ରହିଲେ ପିଲାମାନଙ୍କ ମନରେ ସକାରାତ୍ମକ ଚିନ୍ତା ବୃଦ୍ଧି ପାଇବ। ଈଶ୍ୱର ସବୁ ଦେଖୁଛନ୍ତି ଭାବି ସେମାନେ ଭୁଲ୍‌ କାମ କରିବେ ନାହିଁ।
ପିଲାଙ୍କୁ ବିଭିନ୍ନ ପ୍ରକାରର ପ୍ରେରଣାମୂଳକ ଗପ କୁହନ୍ତୁ। ଗପ ମାଧ୍ୟମରେ ପିଲାଙ୍କ ମନରେ ପ୍ରଭାବ ପଡିଥାଏ।
ପିଲାଙ୍କୁ ଅଧିକାଂଶ ସମୟ ବୟସ୍କଙ୍କ ସହ ରହିବା ଶିଖାନ୍ତୁ। ସେମାନଙ୍କ ସହ ରହିବା ଫଳରେ ଜୀବନର ଅନେକ ଦିଗପ୍ରତି ସଚେତନ ରହିବା ସହିତ ସଂସ୍କାରମୂଳକ ଚିନ୍ତାଧାରା ସୃଷ୍ଟି କରିପାରିବେ।