Categories: ଖେଳ

ଭାବପ୍ରବଣ ହେଲେ କୋହଲି: ସଚିନ ମୋ ହିରୋ, ମୁଁ ଜାଣେ…

ନୂଆଦିଲ୍ଲୀ,୫।୧୧: ବିରାଟ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏକ ଶତକୀୟ ଇନିଂସ ଖେଳିଥିଲେ। ଏହି ଇନିଂସ ପାଇଁ ବିରାଟ କୋହଲିଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ପ୍ରଦାନ କରାଯାଇଥିଲା। ଏଥି ସହିତ ବିରାଟ କୋହଲି ନିଜର ମତ ପ୍ରକାଶ କରିଥିଲେ। ବିରାଟ କୋହଲି କହିଛନ୍ତି, ଏହା ଏକ ବଡ ମ୍ୟାଚ, ଆମେ ଟୁର୍ନାମେଣ୍ଟର ପ୍ରାୟ ଶକ୍ତିଶାଳୀ ଦଳ ବିପକ୍ଷରେ ଖେଳୁଥିଲୁ। ଏହା ବ୍ୟତୀତ ମୁଁ ମୋର ଜନ୍ମଦିନରେ ଖେଳୁଥିଲି, ଏହା ମୋ ପାଇଁ ଏକ ଆତ୍ମବିଶ୍ୱାସ ବଢାଇଲା। ଆହୁରି ମଧ୍ୟ ମୋର ଜନ୍ମଦିନକୁ ସ୍ବତନ୍ତ୍ର କରିବା ପାଇଁ ପ୍ରଶଂସକମାନେ କୌଣସି ସୁଯୋଗ ଛାଡି ନ ଥିଲେ। ମୁଁ ମୋର କ୍ରିକେଟ ଉପଭୋଗ କରୁଛି। ମୁଁ ଭଗବାନଙ୍କ ଆଶୀର୍ବାଦ ସହିତ ଏହି ସୁଖ ପ୍ରାପ୍ତ କରୁଛି। ଗତ କିଛି ବର୍ଷ ମଧ୍ୟରେ ମୁଁ ଯେଉଁଭଳି ପ୍ରଦର୍ଶନ କରିଛି ସେଥିରେ ମୁଁ ବହୁତ ଖୁସି। ଏହା ପରେ ସଚିନ ତେନ୍ଦୁଲକରଙ୍କ ରେକର୍ଡକୁ ସମାନ କରିବା ଉପରେ ବିରାଟ କୋହଲି ନିଜର ପ୍ରତିକ୍ରିୟା ଦେଇଛନ୍ତି।
ବିରାଟ କୋହଲି କହିଛନ୍ତି, ସଚିନ ତେନ୍ଦୁଲକର ମୋର ହିରୋ, ତୁମର ହିରୋଙ୍କ ରେକର୍ଡ ସହ ସମାନ ହେବା ଏକ ବିଶେଷ ଅନୁଭବ। ସେ ଜଣେ ଭଲ ବ୍ୟାଟ୍ସମ୍ୟାନ, ଏହା ମୋ ପାଇଁ ଅତ୍ୟନ୍ତ ଭାବପ୍ରବଣ ମୁହୂର୍ତ୍ତ। ମୁଁ ଜାଣେ ମୁଁ କେଉଁଠାରୁ ଆସିଛି, ମୋର ମନେ ଅଛି ସେହି ଦିନ ଯେତେବେଳେ ମୁଁ ମୋର ହିରୋ ସଚିନ ତେନ୍ଦୁଲକରଙ୍କୁ ଟିଭିରେ ଦେଖୁଥିଲି। ତାଙ୍କଠାରୁ ପ୍ରଶଂସା ପାଇବା ପ୍ରକୃତରେ ମୋ ପାଇଁ ଏକ ଅଦ୍ଭୁତ ଅନୁଭୂତି।
ଜନ୍ମଦିନରେ ‘ମହାରେକର୍ଡ’ ହାସଲ କରି ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ସହ ସମକକ୍ଷ ହୋଇଛନ୍ତି ବିରାଟ କୋହଲି। ବିଶ୍ୱକପ୍‌ ୨୦୨୩ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ କୋହଲି ୪୯ ତମ ଶତକ ହାସଲ କରିଛନ୍ତି। ୪୫୨ ଇନିଂସରେ ସଚିନ ୪୯ଟି ଶତକ ଅର୍ଜନ କରିଥିଲେ। କୋହଲି ୨୭୭ ଇନିଂସରେ

Share