ପୁଅର ପ୍ରଥମ ଜନ୍ମଦିନରେ ଭାବବିହ୍ବଳ ହେଲେ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦିୟା ମିର୍ଜାଙ୍କ ପୁଅ ଅଭ୍ୟାନ ଆଜାଦ ରେଖୀଙ୍କୁ ଆଜି ଅର୍ଥାତ୍‌ ମେ’ ୧୪ରେ ବର୍ଷେ ପୂରିଛି। ପୁଅର ପ୍ରଥମ ଜନ୍ମଦିନରେ ଏକ ସ୍ବତନ୍ତ୍ର ଏବଂ ଭାବପ୍ରବଣ ପୋଷ୍ଟ ଲେଖିଛନ୍ତି। ସୋସିଆଲ ମିଡିଆରେ ଫଟୋ ଶେୟାର କରି ଦିୟା କ୍ୟାପଶନ ଲେଖିଛନ୍ତି, ଯେତେବେଳେ ତାଙ୍କ ପୁଅ ଜନ୍ମ ହେଲା, ସେତେବେଳେ ‘ଇମାଜିନ୍‌’ ଗୀତ ବାଜୁଥିଲା। ଏହା ସହିତ ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ସୁନ୍ଦର ଫଟୋ ଶେୟାର କରିଛନ୍ତି। ଦିୟାଙ୍କ ପୋଷ୍ଟରେ ବଲିଉଡ୍‌ ଷ୍ଟାର୍‌ ଏବଂ ପ୍ରଶଂସକମାନେ ପୁଅକୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

ସେ ତାଙ୍କ କ୍ୟାପଶନରେ ଲେଖିଛନ୍ତି, ଆମର ପ୍ରେମ, ଆମର ଚମତ୍କାର, ତୁମେ ଏହି ଦିନ ୧ ବର୍ଷ ପୂର୍ବେ ‘ଇମାଜିନ୍‌’ଗୀତରେ ଜନ୍ମ ହୋଇଥିଲ। ୩ ମାସ ପୂର୍ବରୁ ତୁମେ ୮୨୦ ଗ୍ରାମ ଥିଲ। ଜନ୍ମର ୩୬ ଘଣ୍ଟା ପରେ, ଆମେ ଜାଣିଲୁ ତୁମର ନେକ୍ରୋଟାଇଜିଂ ଏଣ୍ଟ୍ରୋକୋଲିଟିସ ଅଛି ଏବଂ ଜୀବନ ରକ୍ଷାକାରୀ ଅସ୍ତ୍ରୋପଚାର କରିବାକୁ ପଡ଼ିବ। ସେଥିପାଇଁ ଏନ୍‌ଆଇସିୟୁରେ ୯୦ ଦିନ ପାଇଁ ରଖାଯାଇଥିଲା। ଶେଷରେ ଆମକୁ ଷ୍ଟୋମା ସାହାଯ୍ୟରେ ଘରକୁ ପଠାଇଲେ।

ଶକ୍ତି ଏବଂ ଓଜନ ଓଜନ ବଢ଼ିବା ପରେ ତୁମର ଆଉ ଏକ ଅସ୍ତ୍ରୋପଚାର ପାଇଁ ଡାକ୍ତରଖାନା ଯାଇଥିଲୁ। ଯାହା ସାଢ଼େ ୪ ଘଣ୍ଟା ଧରି ଚାଲିଥିଲା। ସବୁଠାରୁ ଖରାପ ପରିସ୍ଥିତି ପାଇଁ ଡାକ୍ତରମାନେ ଆମକୁ ପ୍ରସ୍ତୁତ କରିଥିଲେ ଏବଂ କହିଥିଲେ, ଆପଣ ଆମ ସହିତ ଅଭ୍ୟାନକୁ ଫେରିବା ପାଇଁ ଅତି କମ୍‌ରେ ୨୧ ଦିନ ଲାଗିବ।

ସେ ଲେଖିଛନ୍ତି, ତୁମର ସମସ୍ତେ ଭଲ ଯତ୍ନ ନେଇଥିବାରୁ ଆମେ ଡାକ୍ତର ଏବଂ ନର୍ସଙ୍କୁ କୃତଜ୍ଞତା ଜଣାଉଛୁ। ଅଭ୍ୟାନ, ତୁମେ ଏ ଦୁନିଆକୁ ଉତ୍ତରାଧିକାରୀ କରିଛ ଯାହା ତୁମର ଭଲପାଇବା, ଅନୁଗ୍ରହ, ସହାନୁଭୂତି ଏବଂ ଦୟା ଉପରେ ନିର୍ଭର କରିବ। ଆମ ପୁଅର ଜନ୍ମଦିନର ଶୁଭେଚ୍ଛା। ଆମ ଜୀବନରେ ଆସିଥିବାରୁ ଧନ୍ୟବାଦ ବୋଲି ଦିୟା ଲେଖିଛନ୍ତି।

ଦିୟାଙ୍କ ଏହି ପୋଷ୍ଟ ଦେଖି ବଲିଉଡ୍‌ ଷ୍ଟାର ଏବଂ ପ୍ରଶଂକମାନେ ବି ଭାବବିହ୍ବଳ ହୋଇପଡ଼ିଛନ୍ତି।

Share