ଆଜିକାଲି ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି।ଏହି ଫଟୋରେ ୯୨ ବର୍ଷୀୟ ଜନ ଓି୍ବଲସନ୍ ନିଜ ସ୍ତ୍ରୀ ୮୮ ବର୍ଷୀୟ ମାରଜୋରିଙ୍କ ସହ ନଜର ଆସୁଛନ୍ତି। ଦୁହେଁ ହାତ ଧରାଧରି ହୋଇ ହସ୍ପିଟାଲରେ ଶୋଇଥିବା ଦେଖାଯାଇଛି। ଗତ ମେ ମାସରେ ଜନଙ୍କୁ ଟର୍ମିନାଲ କ୍ୟାନସର ହୋଇଥିବା ଜଣାପଡିଥିଲା। ଏହାପରେ ତାଙ୍କୁ ସେହି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଯେଉଁଠି ପୂର୍ବରୁ ତାଙ୍କ ସ୍ତ୍ରୀ ଚିକିତ୍ସିତ ହେଉଥିଲେ। ଦୁହେଁ କ୍ୱିନ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହାପରେ ହସ୍ପିଟାଲର ନର୍ସ ଏମ୍ମା ବେକର ଜାଣିଥିଲେ ଜନ୍ ଆଉ ବେଶୀ ଦିନ ବଞ୍ଚିବେ ନାହିଁ। ଶେଷ ସମୟରେ ସ୍ତ୍ରୀସ୍ବାମୀଙ୍କୁ ଗୋଟିଏ ଓ୍ବାର୍ଡରେ ରଖିବାର ନିଷ୍ପତ୍ତି ନେଇଥିଲେ। ଦୁହିଁଙ୍କ ବେଡ୍ ପାଖାପାଖି ରଖିବା ପରେ ଉଭୟ ୧୦ ମିନିଟ ପର୍ଯ୍ୟନ୍ତ ପରସ୍ପର ହାତ ଧରି ରହିଥିଲେ। ଏହି ମୂହୂର୍ତ୍ତର ଏକ ଫଟୋ ଏମ୍ମା ଉଠାଇ ଦମ୍ପତିଙ୍କ ପରିବାର ଲୋକଙ୍କୁ ଉଠାଇଥିଲେ। ଗତ ଜୁନ୍ ୧୫ରେ ଜନଙ୍କ ପରଲୋକ ଘଟିଥିଲା। ଜନ୍ ଏବଂ ମାରଜୋରି ୬୨ ବର୍ଷ ଏକାଠି ରହିଥିଲେ। ଉଭୟଙ୍କ ଶେଷ ବିଦାୟ ବେଳର ଫଟୋ ସମସ୍ତଙ୍କୁ ଭାବୁକ କରିଦେଇଛି।