Categories: ଫୁରସତ

ଭାରତ ବୁଲିବାକୁ ଆସିଥିବା ଆମେରିକୀୟ ୟୁଟ୍ୟୁବର୍‌ ହଠାତ୍‌ ମହିଳାଙ୍କ ହାତକୁ ଦେଲେ ଟଙ୍କା ବିଡ଼ା, ଭାବପ୍ରବଣ ହେଲେ ଲୋକେ

ଆଜିକାଲି ଆମେରିକୀୟ ୟୁଟ୍ୟୁବର୍‌ ତଥା ଅନ୍‌ଲାଇନ ଷ୍ଟ୍ରିମର ଡାରେନ ଜେସନ ୱାଟକିନ୍ସ ଜୁନିଅରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ୟୁଜର୍ସ ଏହା ଦେଖିବା ପରେ ଭାବପ୍ରବଣ ହୋଇପଡିଛନ୍ତି। ଭିଡିଓରେ ଭାରତକୁ ବୁଲିବାକୁ ଆସିଥିବା ଆମେରିକୀୟ ୟୁଟ୍ୟୁବର୍‌୍‌ ଜଣେ ଗରିବ ମହିଳାଙ୍କୁ ଟଙ୍କା ସାହାଯ୍ୟ କରୁଥିବା ଦେଖିବାକୁ ମିଳେ। ସହାୟତା ପାଇବା ପରେ ମହିଳାଙ୍କ ଆଖିରୁ ଖୁସିର ଲୁହ ଝରିବାକୁ ଲାଗେ। ଏହା ୟୁଟ୍ୟୁବର୍‌ ମହିଳାଙ୍କୁ ସାହସ ଦେଉଥିବାର ଦେଖାଯାଇଛି।ଭିଡିଓରେ ତାଙ୍କର ଉଦାରତା ଦେଖିବା ପରେ ଲୋକମାନେ ପ୍ରଭାବିତ ହୋଇଛନ୍ତି।
ଏହି ଆମେରିକୀୟ ୟୁଟ୍ୟୁବର୍‌ IShowSpeed କିମ୍ବା Speed ନାମରେ ମଧ୍ୟ ଜଣାଶୁଣା। ଭିଡିଓରେ ଏହା ଦେଖିବାକୁ ମିଳେ ଯେ, IShowSpeed ତାଙ୍କ କାରକୁ ରାସ୍ତା କଡ଼ରେ ଅଟକାଇଥାନ୍ତି ଏବଂ ତା’ପରେ ସେ କାରରୁ ବାହାରକୁ ଆସିବା ମାତ୍ରେ ସେ ଏକ ଗରିବ ମହିଳାଙ୍କ ସହ ତାଙ୍କ ପିଲାଙ୍କ ସାମ୍ନାରେ ଠିଆ ହେବା ସହ କଥା ହେବା ଆରମ୍ଭ କଲେ। ସେ ମହିଳାଙ୍କ ହାତରେ ଥିବା ନୋଟ ବିଡ଼ା ଦେଇଥିଲେ। ଏହା ଦେଖି ମହିଳା ଆଶ୍ଚର୍ଯ୍ୟ ହେବା ସହ କାନ୍ଦି ପକାଇଥିଲେ।
ଏହି ହୃଦୟସ୍ପର୍ଶୀ ଭିଡିଓରେ ମହିଳା ଏହି ଆର୍ଥିକ ସହାୟତା ପାଇଁ ସ୍ପିଡ୍‌ଙ୍କୁ ଧନ୍ୟବାଦ ଦେଉଛନ୍ତି ଏବଂ ଲୁହ ପୋଛିବାବେଳେ ସେ ତାଙ୍କ ଅସୁବିଧା ବିଷୟରେ କହିବା ଆରମ୍ଭ କରିଛନ୍ତି। ମହିଳା ଜଣକ କହିଛନ୍ତି ଯେ ତାଙ୍କ ସ୍ବାମୀ ତାଙ୍କୁ ଛାଡିବା ପରେ ସେ ସମ୍ପୂର୍ଣ୍ଣ ଏକୁଟିଆ ହୋଇଯାଇଛନ୍ତି।

Share