ୟୁକ୍ରେନ୍‌ ଯବାନଙ୍କ ଭାବପ୍ରବଣ ଭିଡିଓ ଭାଇରାଲ: ଦେଖନ୍ତୁ ଭିଡିଓ

କ୍ୱିଭ୍‌,୨୫।୨: ଆଜି ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧର ଦ୍ୱିତୀୟ ଦିନ। ଗୋଟିଏ ପଟେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରୁଥିବାବେଳେ ଅନ୍ୟପଟେ ଦୁଇ ଦେଶ ମଧ୍ୟରେ ବଢୁଥିବା ତିକ୍ତତା ବିଶ୍ୱର ଚିନ୍ତା ବଢାଇ ଦେଇଛି। ଏହି ସମୟରେ ସୋସିଆଲ ମିଡିଆରେ ୟୁକ୍ରେନରୁ ଏକ ଭାବପ୍ରବଣ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓ ୟୁକ୍ରେନ ସୈନିକଙ୍କର ବୋଲି ଦାବି କରାଯାଉଛି। ଏହି ଛୋଟ ଭିଡିଓରେ ଜଣେ ସୈନିକ ନିଜ ମାତାପିତାଙ୍କୁ ସମ୍ବୋଧିତ କରୁଥିବା ଦେଖାଯାଏ। ସେ କହୁଛନ୍ତି, ମା, ବାପା, ମୁଁ ତୁମକୁ ଭଲ ପାଏ। ଏପରି ଭାବପ୍ରବଣ ଭିଡିଓ ଲୋକଙ୍କୁ ବହୁତ ଭାବପ୍ରବଣ କରିଦେଇଛି। ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ଭିଡିଓରୁ ଏହା ସ୍ପଷ୍ଟ ଭାବେ ଦେଖାଯାଉଛି ଯେ ଏହି ୟୁକ୍ରେନ ଯବାନ ଜଣଙ୍କ ତାଙ୍କ ମାତାପିତାଙ୍କୁ ଏକ ବାର୍ତ୍ତା ପଠାଉଛନ୍ତି। ଏ ପର୍ଯ୍ୟନ୍ତ ରୁଷିଆର ଆକ୍ରମଣରେ ୟୁକ୍ରେନରେ ୧୩୭ ଜଣଙ୍କ ମୃତ୍ୟୁ ଘଟିଛି।

Share