ଭୁବନେଶ୍ୱର,୨୫।୪(ବ୍ୟୁରୋ): ୩ ଦିନ ହେଲା ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହେଉଛି। ଡହଡ଼ହ ଖରାରେ ଶିଝୁଛି ସାରା ସହର । ଗରମ ସାଙ୍ଗକୁ ଗୁଳୁଗୁଳି ଲୋକଙ୍କୁ ଅତିଷ୍ଠ କରିପକାଉଛି। ସକାଳ ୯ଟାରୁ ଘରୁ ବାହାରିବା ଅସମ୍ଭବ ହୋଇପଡୁଛି। ବିଶେଷକରି ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ଉପରମୁହାଁ ରହୁଛି । ସୋମବାର ୧୧.୩୦ ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୩୯.୪ ଡ଼ିଗ୍ରୀ ରହିଥିଲା।
ସେହିପରି ହୀରାକୁଦରେ ୩୯.୦ , କେନ୍ଦୁଝରରେ ୩୮.୦, ଚାନ୍ଦବାଲିରେ ୩୭.୨, ସମ୍ବଲପୁରରେ ୩୮.୮, ଝାରସୁଗୁଡାରେ ୩୮.୮, ବାଲେଶ୍ୱରରେ ୩୭.୦, ପାରାଦ୍ୱୀପରେ ୩୨.୨, ପୁରୀରେ ୩୨.୪ ଓ ଗୋପାଳପୁରରେ ୩୦.୮ ଡ଼ିଗ୍ରୀ ତାପମାତ୍ରା ରହିଛି।