ୟୁପି ପରେ ମଧ୍ୟପଦେଶ, ଉତ୍ତରାଖଣ୍ଡରେ ଟ୍ୟାକ୍ସ ଫ୍ରି ହେଲା ‘ସମ୍ରାଟ ପୃଥ୍ବୀରାଜ’

ମୁମ୍ବାଇ,୩।୬: ବହୁ ପ୍ରତୀକ୍ଷିତ ଫିଲ୍ମ ‘ସମ୍ରାଟ ପୃଥ୍ବୀରାଜ’ ଆଜି ସମଗ୍ର ଦେଶରେ ରିଲିଜ୍‌ ହୋଇଛି। ଫିଲ୍ମରେ ସୁପରଷ୍ଟାର ଅକ୍ଷୟ କୁମାର ପୃଥ୍ବୀରାଜଙ୍କ ଚରିତ୍ରରେ ନଜର ଆସିବେ। ଏସବୁ ଭିତରେ ଫିଲ୍ମଟିକୁ ଗୋଟିଏ ପରେ ଗୋଟିଏ ରାଜ୍ୟରେ ଟ୍ୟାକ୍ସ ଫ୍ରି କରାଯାଉଛି।
ଗୁରୁବାର ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟରେ‘ସମ୍ରାଟ ପୃଥ୍ବୀରାଜ’କୁ ଟ୍ୟାକ୍ସ ଫ୍ରି ଘୋଷଣା କରିଥିଲେ। ବର୍ତ୍ତମାନ ମଧ୍ୟପଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏବଂ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ମଧ୍ୟ ଟୁଇଟ୍‌ କରି ଫିଲ୍ମକୁ ଟିକସ ମୁକ୍ତ କରାଯାଇଥିବା ନେଇ ଘୋଷଣା କରିଛନ୍ତି। ଟୁଇଟ୍‌ କରି ଶିବରାଜ ସିଂହ ଲେଖିଛନ୍ତି , ‘ମହାନ ଯୋଦ୍ଧା ପୃଥୀରାଜ ଚୌହାନଙ୍କ ଜୀବନ ଉପରେ ଆଧାରିତ ଏହି ଫିଲ୍ମକୁ ରାଜ୍ୟରେ ଟ୍ୟାକ୍ସ ଫ୍ରି କରିବାକୁ ନିଷ୍ପତ୍ତି ନେଇଛୁ। ପୃଥୀରାଜ ଚୌହାନଙ୍କ ଜୀବନ ବିଷୟକୁ ଅଧିକରୁ ଅଧିକ ଯୁବବର୍ଗ ଦେଖନ୍ତୁ। ଏହାଦ୍ୱାରା ମାତୃଭୂମି ପ୍ରତି ସେମାନଙ୍କର ଅଧିକ ଭଲ ପାଇବା ଜାଗୃତ ହେବ।’

Share