Categories: ବାଣିଜ୍ୟ

‘କର୍ମଚାରୀ କଲ୍ୟାଣମୂଳକ କାର୍ଯ୍ୟକୁ ଗୁରୁତ୍ୱାରୋପ’

ଭୁବନେଶ୍ୱର,୨୯ା୩: ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସ୍‌ବିଆଇ)ର ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ପରିଷଦର ୧୧ତମ ତ୍ରୈବାର୍ଷିକ ଅଧିବେଶନ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପରିଷଦର ସଭାପତି ସୌରଭରଞ୍ଜନ ଦାସଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା। ସେହିଭଳି ସଂଘର ମୁଖ୍ୟ ପରାମର୍ଶଦାତା ତଥା ଅନୁସୂଚିତ ଜାତି ଓ ଜନଜାତି ପରିଷଦର ପୂର୍ବତନ ସାଧାରଣ ସମ୍ପାଦକ ବଂଶୀଧର ସେଠୀ ଅତିଥି ପରିଚୟ ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲାବେଳେ ସଂଘର ସାଧାରଣ ସମ୍ପାଦକ ଜିତେନ୍ଦ୍ର ନାୟକ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଏହି ଅବସରରେ ଏସ୍‌ବିଆଇ ଭୁବନେଶ୍ବର ମଣ୍ଡଳର ମୁଖ୍ୟ ମହାପ୍ରବନ୍ଧକ ଚନ୍ଦ୍ରଶେଖର ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଙ୍ଗଠନର ଅନ୍ତର୍ନିହିତ ଶକ୍ତି ବିଷୟରେ ବିସ୍ତୃତ ଆଲୋକପାତ କରିଥିଲେ। ଏପରିକି ସେ ବ୍ୟାଙ୍କ ଦ୍ୱାରା ସମସ୍ତ କର୍ମଚାରୀଙ୍କ ସର୍ବାଙ୍ଗୀନ କଲ୍ୟାଣମୂଳକ କାର୍ଯ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ। ବିଶେଷକରି ଉନ୍ନତ ଗ୍ରାହକ ସଂଯୋଗ ଦ୍ୱାରା ଓଡ଼ିଶାରେ ଷ୍ଟେଟ ବ୍ୟାଙ୍କକୁ ସଫଳତାର ନୂଆ ଶୀର୍ଷକୁ ପହଞ୍ଚାଇବା ପାଇଁ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମଣ୍ଡଳ ବିକାଶ ଅଧିକାରୀ ମନୋଜ କୁମାର ସିଂ, ନେଟ୍‌ୱର୍କ-୧ର ମହାପ୍ରବନ୍ଧକ ପୋନ୍ନମବଲମ ମୁରୁଗାନ, ଭୁବନେଶ୍ବର ଜୋନ୍‌ର ଉପ ମହାପ୍ରବନ୍ଧକ ସଞ୍ଜୟ କୁମାର ଝା ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଦେଶର ୮ ରାଜ୍ୟର ସାଧାରଣ ସମ୍ପାଦକ ଓ ସଭାପତିଙ୍କ ସମେତ ଅନ୍ୟମାନେ ମଧ୍ୟ ଯୋଗ ଦେଇଥିଲେ।

Share