କିଶୋରୀ, ବାଳକଙ୍କ ବିକାଶ ପ୍ରତି ଗୁରୁତ୍ୱାରୋପ

ପାଟଣା,୨୬।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଶନିବାର କନ୍ୟା ଓ ବାଲ୍‌ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଆଚାର୍ଯ୍ୟ ଗଣେଶ୍ୱର କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସ୍ତ୍ରୀ ଓ ପ୍ରସୂତି ବିଭାଗ ଡା. ଭାଗ୍ୟଶ୍ରୀ ପରିଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଖବରଦାତା ବୀର କିଶୋର ଦାଶ ଯୋଗଦେଇ ଥିଲେ। ଏହି ଅବସରରେ ଅତିଥିମାନେ କିଶୋରୀଙ୍କ ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ ନେଇ ମତବ୍ୟକ୍ତ କରିଥିଲେ। ଡା. ପରିଡ଼ା କିଶୋରୀମାନଙ୍କ ଶାରୀରିକ ସମସ୍ୟା ଓ ସମସାମୟିକ ସମାଜରେ ନିଜକୁ କିଭଳି ସୁରକ୍ଷିତ ରଖିବେ ତାହାରି ଉପରେ ବିଜ୍ଞାନସମ୍ମତ ଦିଗ୍‌ଦର୍ଶନ ଦେଇଥିଲେ। ପ୍ରଧାନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ୱିତୀୟ ଅଧିବେଶନର ବାଲ୍‌ ଶିବିରରେ ମୁଖ୍ୟ ଅତିଥି ଭାବେ ଖବରଦାତା ଦାଶ ଉପସ୍ଥିତ ରହିଥିଲେ। ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ମହାବିଦ୍ୟାଳୟର ଡେମନ୍‌ଷ୍ଟ୍ରେଟର ମଦନମୋହନ ମହାନ୍ତ ଯୋଗଦେଇ ବାଳକମାନଙ୍କ ସାମଗ୍ରିକ ବିକାଶ ଉପରେ ଦିଗ୍‌ଦର୍ଶନ ଦେଇଥିଲେ। କାର୍ଯ୍ୟକ୍ରମକୁ ଗୁରୁମା’ ସସ୍ମିତା ଦାଶ, ରେବତୀ ତ୍ରିପାଠୀ, ସବିତା ମହାନ୍ତ, ତ୍ରିବେଣୀ ମହାନ୍ତ, ହୀରାଲାଲ ମହାନ୍ତ, ବେଣୁଧର ମହାନ୍ତ, ସନ୍ତୋଷ ବେହେରା ପ୍ରମୁଖ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାରେ ମହିଳା କଣ୍ଡକ୍ଟର, ମୁଖ୍ୟମନ୍ତ୍ରୀ ବସ୍‌ସେବା ଠପ୍‌

ପାଟଣା,୨୫ା୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ବସ୍‌ସେବା ସୋମବାର ସକାଳୁ ଠପ୍‌ ହୋଇଛି। ୩ ଦଫା ଦାବି ନେଇ ପାଟଣା ବ୍ଲକ...

ଓଲଟିଲା କୁକୁଡ଼ା ବୋଝେଇ ପିକଅପ୍‌: ଯିଏ ଯୁଆଡେ ପାଇଲେ ବୋହି ନେଲେ

ପାଟଣା,୨୪।୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଚିଲିଦା ନିକଟରେ ରବିବାର ଭୋରରୁ ଏକ କୁକୁଡ଼ା ବୋଝେଇ...

ଚନ୍ଦକା ଗଲା ଛୁଆହାତୀ, ଭାବବିହ୍ବଳ ହେଲେ ବନ କର୍ମଚାରୀ

କେନ୍ଦୁଝର,୨୩ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ମେଗାନର୍ସରୀରେ ରଖାଯାଇଥିବା ୩ମାସର ଛୁଆହାତୀକୁ ବନ ବିଭାଗର ‘ରକ୍ଷକ’ ଯାନରେ ଶନିବାର ଚନ୍ଦକା ସ୍ଥାନାନ୍ତର...

ଭାରସାମ୍ୟ ହରାଇ ବସ୍‌କୁ ଧକ୍କା ଦେଲା ବାଇକ୍‌, ଦୁଇ ଗୁରୁତର

ପାଟଣା,୨୨।୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଢେଙ୍କିକୋଟ ଦେଇ ଯାଇଥିବା ୨୨୦ନଂ ଜାତୀୟ ରାଜପଥର ମଙ୍ଗଳପୁର ପୋଲ ନିକଟରେ ଶୁକ୍ରବାର ଭୁବନେଶ୍ୱରରୁ ଆସୁଥିବା ପୁଜାରାଣୀ...

ହନୁମାନ ମନ୍ଦିରରୁ ପୂଜା ସାମଗ୍ରୀ ନେବାବେଳେ ଧରିଲା ପୋଲିସ, ବାଇକ୍‌ ଛାଡ଼ି ଦୁର୍ବୃତ୍ତ ଫେରାର

କେନ୍ଦୁଝର,୨୨ା୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ସ୍ବାମ ଶାସନ ଛକ ନିକଟରେ ଥିବା ହନୁମାନ ମନ୍ଦିରରୁ ଗୁରୁବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ତାଲା ଭାଙ୍ଗି...

ବିଦ୍ୟାଳୟ ରାସ୍ତାରୁ ଜବରଦଖଲ ହଟାଇଲା ପ୍ରଶାସନ

ପାଟଣା,୨୧ା୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ତହସିଲ ଅନ୍ତର୍ଗତ ସାହାରପଡ଼ା ବଜାରରେ ସରକାରୀ ଜମିକୁ ମାଡ଼ି ଜଣେ ବ୍ୟକ୍ତି ଟାୟାର ଓ ଗାଡି ପାର୍ଟସ୍‌ ଦୋକାନ...

ସ୍କୁଲ ଯିବାକୁ କହିବାରୁ ଆତ୍ମହତ୍ୟା କଲେ ନାବାଳକ

ପାଟଣା,୨୧।୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ପିଙ୍ଗୁ ପାଟଣା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ଜଣେ ୧୪ବର୍ଷ ନାବାଳକ ଗାଁ ହୁଡ଼ିର ଏକ...

୫ ମାସରେ ଶୁଣାଣି ଶେଷ: ସ୍ତ୍ରୀ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡାଦେଶ

କେନ୍ଦୁଝର,୨୦ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଦୌରାଜଜ୍‌ ଅଶୋକ କୁମାର ପଣ୍ଡା ଏକ ହତ୍ୟା ମାମଲାର ଶୁଣାଣି କରି ଅଭିଯୁକ୍ତ ଶୁକ୍ରା ଜୁଆଙ୍ଗଙ୍କୁ ଆଜୀବନ କାରାଦଣ୍ଡରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri