Categories: ବାଣିଜ୍ୟ

ଦ୍ୱିପାକ୍ଷିକ ସହଭାଗିତାକୁ ଗୁରୁତ୍ୱାରୋପ

ଭୁବନେଶ୍ୱର,୮।୭: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ-ଜାପାନ ଆସୋସିଏସନର ଅଧ୍ୟକ୍ଷ ୟୋସିହିଦେ ସୁଗାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ୪ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଉକ୍ତ ଗସ୍ତରେ ଆସିଥିବା ଜାପାନ ଏମ୍‌ପିଙ୍କ ଏକ ପ୍ରତିନିଧି ଦଳ ‘ଗଣେଶ’ ଗ୍ରୁପ୍‌କୁ ଫେଡେରେଶନ ଅଫ୍‌ ଇଣ୍ଡିଆନ ଚ୍ୟାମ୍ବର୍ସ ଅଫ୍‌ କର୍ମସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି) ପକ୍ଷରୁ ସ୍ବାଗତ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସ୍ବତନ୍ତ୍ର ସମ୍ମିଳନୀକୁ ସମ୍ବୋଧନକରି ଫିକି ସଭାପତି ଶୁଭ୍ରକାନ୍ତ ପଣ୍ଡା ଉଭୟ ଦେଶର ଦ୍ୱିପାକ୍ଷିକ ସମ୍ପର୍କ ଓ ନୀତିଗତ ସହଭାଗିତାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏପରିକି ଜାପାନ ତା’ର ବୈଷୟିକ ବିଦ୍ୟା ଓ ଗୁଣାମତ୍କ ଉପତ୍ାଦ ପାଇଁ ପରିଚିତ ଥିବାବେଳେ ଭାରତ ଦ୍ରୁତଗତିରେ ଅଗ୍ରଗତି କରୁଥିବା ଏକ ବୃହତ୍‌ ଅର୍ଥନୀତି ରାଷ୍ଟ୍ର ହୋଇଥିବାରୁ ଉଭୟ ଦେଶ ମଧ୍ୟରେ ଥିବା ବ୍ୟବସାୟିକ ସମ୍ଭାବନା ଉପରେ ପଣ୍ଡା ବିସ୍ତୃତ ଆଲୋକପାତ କରିଥିଲେ। ସେହିପରି ୟୋସିହିଦେ ସୁଗା ଭାରତ-ଜାପାନର ମିଳିତ ନୀତିଗତ ଆବଶ୍ୟକତା ସହିତ ବିଶ୍ୱ ସମୁଦାୟର ଉନ୍ନତି ପାଇଁ କାର୍ଯ୍ୟ କରିବା ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଉକ୍ତ ସମ୍ମିଳନୀରେ ଫିକି ଇଣ୍ଡିଆ-ଜାପାନ ଏମ୍‌ପିଙ୍କ ପ୍ରତିନିଧି ଫୋରମର ଅଧ୍ୟକ୍ଷ ଏମ୍‌ପି ସୁଶୀଲ କୁମାର ମୋଦିଙ୍କ ସମେତ ଓଡ଼ିଶାର ଏମ୍‌ପି ସୁଜିତ କୁମାର ଏବଂ ଫୋରମ୍‌ର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

Share