Categories: ବାଣିଜ୍ୟ

ରୋଗ ଚିହ୍ନଟକୁ ଗୁରୁତ୍ୱାରୋପ

ନୂଆଦିଲ୍ଲୀ,୨୭।୫: ଅନ୍ତଃରାଷ୍ଟ୍ରୀୟ ଫାର୍ମାସ୍ୟୁଟିକାଲ୍‌ କମ୍ପାନୀ ଗ୍ଲେନ୍‌ମାର୍କ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍‌ (ଜିପିଏଲ୍‌) ପକ୍ଷରୁ ଉଚ୍ଚ ରକ୍ତଚାପ ମାସ ପାଳିତ ହୋଇଯାଇଛି। ପ୍ରତି ବର୍ଷ ମେ ମାସରେ ମାସାଧିକ କାଳ ଏ ନେଇ ସଚେତନତାଭିତ୍ତିକ କାର୍ଯ୍ୟକ୍ରମ ସାଙ୍ଗକୁ ଉକ୍ତ ମାସରେ ରୋଗ ଚିହ୍ନଟକୁ ଗୁରୁତ୍ୱ ଦିଆଯାଇଥାଏ। ସେହିଭଳି ଦେଶର ୧୪୩ ପ୍ରମୁଖ ସହରରେ ୨୧୦ରୁ ଅଧିକ ଡାକ୍ତରଖାନା ଏବଂ କ୍ଲିନିକ୍‌ରେ ଗ୍ଲେନ୍‌ମାର୍କ ୧୦୦୦ରୁ ଅଧିକ ସ୍ବାସ୍ଥ୍ୟସେବା ପ୍ରଫେସନାଲଙ୍କ ସହ ସହଭାଗୀ ହୋଇ କାର୍ଯ୍ୟ କରୁଛି।
ଏ ସମ୍ପର୍କରେ ଗ୍ଲେନ୍‌ମାର୍କ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍‌ର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ତଥା ଇଣ୍ଡିଆ ମୁଖ୍ୟ ଆଲୋକ ମଲିକ୍‌ କହିଛନ୍ତି, ଭାରତରେ ଆମେ ଉଚ୍ଚ ରକ୍ତଚାପ ବିରୋଧରେ ଜନ ସଚେତନତା ସୃଷ୍ଟି କରିବା ଏବଂ ଏକ ଅର୍ଥପୂର୍ଣ୍ଣ ପ୍ରଭାବ ପକାଇବା ପାଇଁ ଦୃଢ଼ ପ୍ରତିବଦ୍ଧ ରହିଛୁ। ସେହିଭଳି ଏହାଦ୍ୱାରା ପ୍ରଭାବିତ ଲକ୍ଷ ଲକ୍ଷ ଲୋକଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆଣିବାରେ ଆମେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବୁ ବୋଲି ଆଶାପ୍ରକାଶ କରାଯାଉଛି।
ଅପରପକ୍ଷରେ ସଚେତନତା ସୃଷ୍ଟି କରିବା ଏବଂ ଭାରତୀୟ ଜନସଂଖ୍ୟା ମଧ୍ୟରେ ଉଚ୍ଚ ରକ୍ତଚାପର ନିରାକରଣ ପାଇଁ ଗ୍ଲେନ୍‌ମାର୍କ ଆଗରେ ରହିଛି। ଏହାର ଉଚ୍ଚ ରକ୍ତଚାପ ଔଷଧ ଟେଲ୍‌ମା ଏକ ଅଗ୍ରଣୀ ମେଡିସିନ୍‌ ଭାବେ ଉଭା ହୋଇଛି। ଉଚ୍ଚ ରକ୍ତଚାପ ସଚେତନତା ଏବଂ ୧୮ବର୍ଷରୁ ଅଧିକ ଭାରତୀୟ ବୟସ୍କଙ୍କ ସ୍କ୍ରିନିଂ ଚଳାଇବା ପାଇଁ କମ୍ପାନୀ ଟେକ୍‌ ଚାର୍ଜ ଆଟ୍‌ ୧୮ ଅଭିଯାନ ମଧ୍ୟ ଆରମ୍ଭ କରିଥିଲା। ସେହିଭଳି ୨୦୨୦ରେ ଗ୍ଲେନ୍‌ମାର୍କ ହାଇପରଟେନ୍ସନ୍‌ ସୋସାଇଟି ଅଫ୍‌ ଇଣ୍ଡିଆ ଏବଂ ଆସୋସିଏସନ୍‌ ଅଫ୍‌ ଫିଜିସିଆନ୍ସ ଅଫ୍‌ ଇଣ୍ଡିଆ ସହ ମିଳିତ ଭାବେ ବିଶ୍ୱର ସର୍ବପ୍ରଥମ ଉଚ୍ଚ ରକ୍ତଚାପ ସଚେତନତା ପ୍ରତୀକ ବିପି ଲୋଗୋର ଶୁଭାରମ୍ଭ କରିଥିଲା।

Share