ଭୁବନେଶ୍ୱର,୨୪।୨(ବ୍ୟୁରୋ): ବିଧାନସଭାରେ ବଜେଟ ୨୦୨୩-୨୪ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ରାଜ୍ୟ ବଜେଟରେ ଶିକ୍ଷାକୁ ଗୁରୁତ୍ୱ ଦେଇଛନ୍ତି ସରକାର । ବଜେଟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ୨୨ ହଜାର ୨୮ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। ମୋ ସ୍କୁଲ ଅଭିଯାନରେ ୭ ଲକ୍ଷ ୭୧ ହଜାର ୯ଶହ ୩୪ଜଣ ପୂର୍ବତନ ଛାତ୍ରଛାତ୍ରୀ ୩୧ ଜାନୁଆରୀ ୨୦୨୩ ସୁଦ୍ଧା ସାମିଲ ହେବା ୧ ଶହ ୯୬ କୋଟି ଟଙ୍କା ସହାୟତା ପ୍ରଦାନ କରିଛନ୍ତି । ଅନୁରୂପ ଅନୁଦାନକୁ ଦୃଷ୍ଟିରେ ରଖି ସରକାର ବିଦ୍ୟାଳୟଗୁଡିକର ସାମଗ୍ରିକ ବିକାଶ ପାଇଁ ୩ ଶହ ୮୨ କୋଟି ଟଙ୍କା ପ୍ରଦାନ କରିଛନ୍ତି ।