Categories: ବାଣିଜ୍ୟ

କାର୍ଯ୍ୟକ୍ଷେତ୍ରରେ କର୍ମଚାରୀଙ୍କ ଆବଶ୍ୟକତାକୁ ଗୁରୁତ୍ୱ

ଭୁବନେଶ୍ୱର,୨୭।୭ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ବାଣିଜ୍ୟକ ସଂସ୍ଥା ତଥା ବେଦାନ୍ତ ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ବେଦାନ୍ତ ଆଲୁମିନିୟମ ପକ୍ଷରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥାଏ। ବିଶେଷକରି କମ୍ପାନୀରେ କାର୍ଯ୍ୟରତ ସବୁ ବର୍ଗର କର୍ମଚାରୀଙ୍କ ପାଇଁ ସମାନ ନିୟମ ଓ ସୁବିଧା ଉପଲବ୍ଧ। ଏପରିକି କମ୍ପାନୀ ବିଶ୍ୱସ୍ତରୀୟ ପ୍ଲାଣ୍ଟ ପରିଚାଳନା କରି କର୍ମଚାରୀଙ୍କ ପାଇଁ ସମସ୍ତ ଆବଶ୍ୟକତାକୁ ମଧ୍ୟ ପୂରଣ କରିଛି। ସେହିଭଳି କମ୍ପାନୀର ପ୍ଲାଣ୍ଟଗୁଡିକ ଅର୍ଦ୍ଧ ସହରୀ ଗ୍ରାମାଞ୍ଚଳରେ ଅବସ୍ଥିତ ହୋଇଥିଲେ ମଧ୍ୟ କର୍ମଚାରୀଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବାସିନ୍ଦାଙ୍କ ପାଇଁ ସମସ୍ତ ଆବଶ୍ୟକ ସୁବିଧା ଉପଲବ୍ଧ କରାଇଛି। କମ୍ପାନୀ ଓଡ଼ିଶାର ଝାରସୁଗୁଡ଼ା ଓ କଳାହାଣ୍ଡି ଜିଲା ସହିତ ଛତିଶଗଡ଼ର କୋର୍ବାଠାରେ ମଧ୍ୟ କାରଖାନା କରିଥିବାବେଳେ ଝାରସୁଗୁଡ଼ାରେ ବିଶ୍ୱର ବୃହତ୍‌ ଏକକ ଅବସ୍ଥାନ ଆଲୁମିନିୟମ ସ୍ମେଲଟିଂ ଅପରେଶନ କାରଖାନା ଥିବାବେଳେ କଳାହାଣ୍ଡିର ଲାଞ୍ଜିଗଡ଼ରେ କମ୍ପାନୀର ଆଲୁମିନା ରିଫାଇନେରି ରହିଛି। ସେହିପରି ଛତିଶଗଡ଼ର କୋର୍ବାଠାରେ ବାଲ୍‌କୋର ଆଇକନିକ ଆଲୁମିନିୟମ କାରଖାନା କାର୍ଯ୍ୟକ୍ଷମ ରହିଛି।
ଏ ସମ୍ପର୍କରେ ବେଦାନ୍ତ ଲିମିଟେଡ୍‌ର ସିଓଓ(ଆଲୁମିନିୟମ ବିଜ୍‌ନେସ) ସୁନୀଲ ଗୁପ୍ତା କହିଛନ୍ତି, ଆମେ ସର୍ବଦା ଆମର କର୍ମଚାରୀମାନଙ୍କର ପିତାମାତାଙ୍କୁ ଗୁରୁତ୍ୱ ଦେଉଛୁ, ଏପରିକି ପିତାମାତା ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହୋଇଥିବାବେଳେ ଆମେ ଆମ କର୍ମକ୍ଷେତ୍ରରେ ମଧ୍ୟ ଏହାକୁ ପାଳନ ଓ ସମର୍ଥନ କରିବା ଉଚିତ। ବିଶେଷକରି ସେଥିପାଇଁ ଆମେ ଏକ ସହାୟକ ଇକୋ ସିଷ୍ଟମ ମଧ୍ୟ ରଖିଛୁ, ଆମର କର୍ମଚାରୀ ଓ ସେମାନଙ୍କ ପରିବାରକୁ ସଶକ୍ତ କରିବା ଲାଗି ଆମେ ନିରନ୍ତର ପ୍ରୟାସ କରୁଛୁ। ସେହିଭଳି ବାଲ୍‌କୋର ସିଇଓ ତଥା ନିର୍ଦ୍ଦେଶକ ରାଜେଶ କୁମାର କହିଛନ୍ତି, ଆମେ ଏକ ପରିବଶେ ସୃଷ୍ଟି କରିଛୁ,ଯେଉଁଠାରେ ନମନୀୟ କାର୍ଯ୍ୟ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ସହିତ କର୍ଯ୍ୟଭାରକୁ ଅଧିକ ଉତ୍ସାହିତ କରିବା ଏବଂ କାର୍ଯ୍ୟ ସନ୍ତୁଳନତା ଉପରେ ଅଧିକ ଧ୍ୟାନ ଦିଆଯାଇଥାଏ। ଅପରପକ୍ଷରେ କମ୍ପାନୀ ପ୍ରତ୍ୟେକ କାର୍ଯ୍ୟକ୍ଷେତ୍ରରେ କର୍ମଚାରୀଙ୍କ ପାଇଁ ଉତ୍କୃଷ୍ଟ ଆବାସିକ ଟାଉନଶିପ ସହିତ ଶିକ୍ଷା, ସ୍ବାସ୍ଥ୍ୟ ଓ ଅନ୍ୟାନ୍ୟ ସୁବିଧା ଉପଲବ୍ଧ କରାଇଛି।

Share