ଶ୍ରେଷ୍ଠତା ପ୍ରଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୧୧: ଓଡ଼ିଶା ଖଣି ନିଗମ (ଓଡ଼ିଶା ମାଇନିଂ କର୍ପୋରେଶନ ବା ଓଏମ୍‌ସି) ର ନୂତନ ପଦକ୍ଷେପ ‘ୟୁରୋପୀୟ ଫାଉଣ୍ଡେଶନ ଫର୍‌ କ୍ୱାଲିଟି ମ୍ୟାନେଜମେଣ୍ଟ (ଇଏଫକ୍ୟୁଏମ୍‌) କାର୍ଯ୍ୟାନ୍ବୟ’କୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ ଓଏମସି ଅଧ୍ୟକ୍ଷ ତଥା ଇସ୍ପାତ ଏବଂ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଏମ୍‌ସିର ଏମଡି ବଳଓ୍ବନ୍ତ ସିଂହ, ନିର୍ଦ୍ଦେଶକ (ଅର୍ଥ) ସତ୍ୟଜିତ ମହାନ୍ତି, ନିର୍ଦ୍ଦେଶକ (ପରିଚାଳନା) ସବ୍ୟସାଚୀ ମହାନ୍ତି, ନିର୍ଦ୍ଦେଶକ (ପ୍ରୋଜେକ୍ଟ ଓ ପ୍ଲାନିଂ) କ୍ଷୀରୋଦ ଚନ୍ଦ୍ର ବ୍ରହ୍ମାଙ୍କ ସମେତ କାର୍ଯ୍ୟକାରୀ ସହଯୋଗୀ ସଙ୍ଗଠନ ଅଧିକାରୀ ନୀଳାଦ୍ରି ଭଟ୍ଟାଚାର୍ଯ୍ୟ ଏବଂ ନିତେଶ ଜୈନ ପ୍ରମୁଖ ଯୋଗ ଦେଇଥିଲେ। ବିଶେଷ କରି ନିଗମର ବିକାଶମୂଳକ ତଥା ଯୁଗାନ୍ତକାରୀ ଯାତ୍ରାକୁ ଆହୁରି ସୁଦୃଢ କରିବା ସହିତ ଓଏମସିକୁ ବିଶ୍ୱସ୍ତରରେ ପରିଚିତ କରାଇବା ସହ ବିଶ୍ୱର ପ୍ରସିଦ୍ଧ କମ୍ପାନୀମାନଙ୍କ ମଧ୍ୟରେ ସ୍ଥାନ ଦେବା ଏବଂ ବ୍ୟବସାୟ ଓ ପରିଚାଳନା ଲକ୍ଷ୍ୟ ହାସଲ କରିବା ପାଇଁ ଅନ୍ତର୍ଜାତୀୟସ୍ତରରେ ପ୍ରଶଂସିତ ଇଏଫକ୍ୟୁଏମ୍‌ ଫ୍ରେମଓ୍ବାର୍କ ଲାଗୁ କରିଛି। ଏ ସମ୍ପର୍କରେ ଓଏମସିର ଅଧ୍ୟକ୍ଷ କହିଛନ୍ତି, ପ୍ରତିଷ୍ଠା ପରଠାରୁ ଓଏମସି ଅନେକ ସଫଳତା ହାସଲ କରିଛି। ଓଏମସିକୁ ଏକ ବିଶ୍ୱସ୍ତରୀୟ କମ୍ପାନୀ ହେବା ପାଇଁ ଏକ ବିଶ୍ୱସ୍ତରୀୟ ବ୍ୟବସାୟିକ ଉତ୍କର୍ଷ ଢାଞ୍ଚାକୁ ପଥ ପ୍ରଦର୍ଶକ ନୀତି ଭାବେ ଗ୍ରହଣ କରିଥିବାରୁ ସେ ଅଭିନନ୍ଦନ ଜଣାଇଥିଲେ। ସେହିଭଳି ଓଏମସିର ଏମଡି ବଳବନ୍ତ ସିଂହ କହିଥିଲେ, ଗତବର୍ଷ ୩୦ନିୟୁତ ଟନ୍‌ କଞ୍ଚାମାଲ ଉତ୍ପାଦନ ସହିତ ଓଏମସିରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୧୫,୦୦୦ କର୍ମଚାରୀ କାର୍ଯ୍ୟରତ ଏବଂ ସରକାରଙ୍କ ୫-ଟି ପଦକ୍ଷେପ ଦ୍ୱାରା ଏହା ଅନୁପ୍ରାଣିତ ହୋଇଛି। ଓଡ଼ିଶା ଏକ ରୂପାନ୍ତରଣ ଯାତ୍ରା ଦେଇ ଗତି କରୁଛି, ଏହି ପରିବର୍ତ୍ତନ ପାଇଁ ଓଏମସି ଏକ ବିଶ୍ୱସ୍ତରୀୟ ବ୍ୟବସାୟିକ ଉତ୍କର୍ଷ ଢାଞ୍ଚା ଗ୍ରହଣ କରିବାକୁ ଚାହୁଁଥିଲା, ଯାହା ପାଇଁ ଆଜି ଏକ ମାଇଲଖୁଣ୍ଟ ହୋଇଛି,କାରଣ ଆମେ ଓଏମସିରେ ଇଏଫଜେଡଏମ କାର୍ଯ୍ୟାନ୍ବୟନକୁ ଗ୍ରହଣ କରିବାକୁ ଆରମ୍ଭ କରିଛୁ। ଅପରପକ୍ଷରେ ନିର୍ଦ୍ଦେଶକ (ଏଚଆର) ଆଲୋକ କୁମାର ପାଲ ସ୍ବାଗତ ଅଭିଭାଷଣ ସହିତ ଓଏମସିର ନୂତନ ପଦକ୍ଷେପ ବିଷୟରେ ବିସ୍ତୃତ ଭାବେ ଆଲୋକପାତ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଇଏଫଜେଡଏମର ସିଇଓ ରସେଲ ଏବଂ ଡେପୁଟି ସିଇଓ ଜିଆନଲୁକା ମୁଲେ ଭିସି ଜରିଆରେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀଙ୍କ ବଡ଼ ଘୋଷଣା, ଏଣିକି ଶସ୍ତାରେ ବୁକ୍‌ କରିପାରିବେ ଟ୍ରେନ-ବସ୍‌ ଟିକେଟ୍‌

ନୂଆଦିଲ୍ଲୀ,୧୯।୧୦: ଯଦି ଆପଣ ସବୁବେଳେ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି, ଆପଣଙ୍କ ପାଇଁ ଖୁସି ଖବର। ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀ ଦ୍ୱାରା ଏକ ଏପରି...

ତନିସ୍କର ସ୍ବତନ୍ତ୍ର ଅଫର୍‌: ସୁନା-ହୀରା ମୂଲ୍ୟରେ…

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ଟାଟାର  ଗହଣା ରିଟେଲ ବ୍ରାଣ୍ଡ ତନିସ୍କ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୩ଟି  ନୂଆ ଷ୍ଟୋରର ଶୁଭାରମ୍ଭ କରିଛି। ଶୁକ୍ରବାର ଭୁବନେଶ୍ୱରର ପାତ୍ରପଡ଼ା ଓ...

୨୫ ରାଜ୍ୟ, ୧୩ ଦେଶର ଉତ୍ପାଦ ଗୋଟିଏ ସ୍ଥାନରେ

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଦଶମ ଭୁବନେଶ୍ୱର ଅନ୍ତର୍ଜାତୀୟ ବାଣିଜ୍ୟ ମେଳା- ୨୦୨୪ ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପକ୍ଷରୁ ଶୁକ୍ରବାର ଉଦ୍‌ଘାଟନ ହୋଇଯାଇଛି। ଏହି ମେଳାର...

ଓଡ଼ିଶାରେ ୧ ଲକ୍ଷ କୋଟି ନିବେଶ କରିବ ବେଦାନ୍ତ:୨ ଲକ୍ଷ ନୂଆ ନିଯୁକ୍ତି ଆଶା

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ବେଦାନ୍ତ ଗତ ୨୦ ବର୍ଷ ମଧ୍ୟରେ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ କରିବା ସହ ରାଜ୍ୟରେ ୧ ଲକ୍ଷରୁ ଅଧିକ ନିଯୁକ୍ତି...

ପୁଣି ଛଟେଇ କରିବ ମେଟା: ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ କର୍ମଚାରୀ ସାମିଲ

ନୂଆଦିଲ୍ଲୀ,୧୭ା୧୦: ଭବିଷ୍ୟତକୁ ଦୃଷ୍ଟିରେ ରଖି ଛଟେଇ କରିବାକୁ ଯାଉଛି ମେଟା। ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ ଏବଂ ରିଅଲିଟି ଲ୍ୟାବ୍ ସମେତ ୟୁନିଟ୍ ଗୁଡିକରେ କର୍ମଚାରୀଙ୍କୁ ଛଟେଇ...

ଅକ୍ଟୋବରରେ ବଢ଼ିଲା ଏଫ୍‌ଡି ମୂଲ୍ୟ, ୭.୫%ରୁ ଅଧିକ ସୁଧହାର ଦେଉଛନ୍ତି ୧୦ ବ୍ୟାଙ୍କ

ନୂଆଦିଲ୍ଲୀ,୧୭।୧୦: କ୍ରମାଗତ ଭାବେ ବ୍ୟାଙ୍କର ନଗଦ ରାଶି ହ୍ରାସ ପାଇବା ସହିତ ବ୍ୟାଙ୍କ କାରବାରରେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ଉଭୟ ବ୍ୟାଙ୍କ ଓ...

ସୁଲଭ ଇଣ୍ଟରନେଟ୍ ପାଇଁ ଭାରତ ସରକାର ନେଲେ ବଡ଼ ନିଷ୍ପତ୍ତି: ପ୍ରଶଂସା କଲେ ଏଲନ ମସ୍କ

ନୂଆଦିଲ୍ଲୀ,୧୬ା୧୦: ଭାରତରେ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଛି ସାଟେଲାଇଟ ଇଣ୍ଟରନେଟ୍। ଏଥିପାଇଁ କେନ୍ଦ୍ର ସରକାର ସ୍ପେକ୍ଟ୍ରମ୍ ନିଲାମ କରିବା ବଦଳରେ ବିଶ୍ୱ ସ୍ତରୀୟ ନୀତି ଅନୁସରଣ...

କ୍ରୋକୋଡାଇଲ ଷ୍ଟୋରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୬।୧୦: ଦେଶର ପ୍ରମୁଖ ପ୍ରିମିୟମ ପୋଷାକ ବ୍ରାଣ୍ଡ୍‌ ତଥା ଅଗ୍ରଣୀ ରିଟେଲ ଚେନ୍‌ ‘କ୍ରୋକୋଡାଇଲ’ର ଏକ୍ସକ୍ଲୁସିଭ ଷ୍ଟୋର (କ୍ରୋକୋଡାଇଲ ସିମ୍ପୋନି ମଲ୍‌ ପାହାଳ ଷ୍ଟୋର) ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri