Categories: ବାଣିଜ୍ୟ

ଗୋଷ୍ଠୀ ବିକାଶକୁ ଗୁରୁତ୍ୱାରୋପ

ନୂଆଦିଲ୍ଲୀ,୧୬।୫: ଦେଶର ପ୍ରମୁଖ ଘରୋଇ ଶିଳ୍ପସଂସ୍ଥା ତଥା ବେଦାନ୍ତ ଗ୍ରୁପର ସହଯୋଗୀ କମ୍ପାନୀ ବେଦାନ୍ତ ସେସାଗୋଆର ଆଇରନ ଓର ଓଡ଼ିଶା ପକ୍ଷରୁ ପ୍ରୋଜେକ୍ଟ ନିର୍ମଳ ମାଧ୍ୟମରେ ସୁନ୍ଦରଗଡ ଜିଲା ନାଡିଡିହି ଅଞ୍ଚଳର ୩ଟି ବିଦ୍ୟାଳୟ ଏବଂ ତିନୋଟି ଅଙ୍ଗନୱାଡି କେନ୍ଦ୍ରକୁ ଆରଓ ୱାଟର ପ୍ୟୁରିଫାୟର ପ୍ରଦାନ କରାଯାଇଛି। ବିଶେଷ କରି କମ୍ପାନୀର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସଆର) କାର୍ଯ୍ୟକ୍ରମ ଜରିଆରେ ଉକ୍ତ ସାମଗ୍ରୀ ପ୍ରଦାନ କରାଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ଏପରିକି ବେଦାନ୍ତ ଲିମିଟେଡର ଆଇରନ ଓର ଓଡିଶା ସିଇଓ ଜୋସେଫ କୋଏଲହୋ ଏବଂ ଆଇରନ ଓର ଓଡିଶାର ସିଏସଆର ମୁଖ୍ୟ ପ୍ରିୟଦର୍ଶିନୀ ମାଥ୍ୟୁଙ୍କ ଉପସ୍ଥିତିରେ ଆରଓ ୱାଟର ପ୍ୟୁରିଫାୟରକୁ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନଙ୍କୁ ହସ୍ତାନ୍ତର କରାଯାଇଥିଲା। କମ୍ପାନୀର ଏଭଳି ପଦକ୍ଷେପକୁ ସମ୍ପୃକ୍ତ ବିଦ୍ୟାଳୟର ପରିଚାଳନା କମିଟି ଏବଂ ବିଦ୍ୟାଳୟ କର୍ମଚାରୀଙ୍କ ଦ୍ୱାରା ପ୍ରଶଂସା କରାଯାଇଥିଲା। ଏ ସମ୍ପର୍କରେ ବେଦାନ୍ତ ଲିମିଟେଡ (ବେଦାନ୍ତ ସେସାଗୋଆ)ର ଆଇରନ ଓର ଓଡ଼ିଶା ସିଇଓ ଜୋସେଫ କୋଏଲହୋ କହିଥିଲେ, ଆମେ ଆମର ସିଏସଆର କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଛୁ। ଏପରିକି ଆମ ଚାରିପାଖ ଗୋଷ୍ଠୀଙ୍କର ସାମଗ୍ରିକ ବିକାଶ ପାଇଁ ମଧ୍ୟ ଆମେ ପ୍ରତଶ୍ରୁତିବଦ୍ଧ। ବିଶେଷ କରି ସ୍ବାସ୍ଥ୍ୟ ଏବଂ ଗୋଷ୍ଠୀର ବିକାଶ କାର୍ଯ୍ୟକ୍ରମ ଆମର ଏକ ପ୍ରମୁଖ କ୍ଷେତ୍ର ହୋଇଥିତ୍ବା ବେଳେ ଏହି ପଦକ୍ଷେପ ଆମ ପ୍ଲାଣ୍ଟ ଅଞ୍ଚଳର ବିଦ୍ୟାଳୟ ଛାତ୍ରୀଛାତ୍ରମାନଙ୍କ ପାଇଁ ସ୍ବାସ୍ଥ୍ୟ ଏବଂ ସ୍ବଚ୍ଛତା ସୁବିଧା ସୁଦୃଢ଼ କରିବା ଆମର ପ୍ରୟାସରେ ଏକ ପଦକ୍ଷେପ।
ସୂଚନାଯୋଗ୍ୟ, ବେଦାନ୍ତ ରିସୋର୍ସ ଲିମିଟେଡର ସହାୟକ କମ୍ପାନୀ ବେଦାନ୍ତ ଲିମିଟେଡ ହେଉଛି ବିଶ୍ୱର ଅଗ୍ରଣୀ ଜୈଳ ଏବଂ ଗ୍ୟାସ ଓ ଧାତୁ କମ୍ପାନୀ, ଯାହାକି ତୈଳ ଏବଂ ଗ୍ୟାସ, ଜିଙ୍କ, ଲେଡ, ରୁପା, ତମ୍ବା, ଲୁହାପଥର, ଇସ୍ପାତ, ଏବଂ ଆଲୁମିନିୟମ ତଥା ପାୱାର ଆଦି କ୍ଷେତ୍ରରେ ଭାରତ, ଦକ୍ଷିଣ ଆଫ୍ରିକା ଏବଂ ନାମ୍ବିଆରେ କାର୍ଯ୍ୟ ଜାରି ରଖିଛି।

Share