Categories: ବାଣିଜ୍ୟ

ଗୃହ ଋଣକୁ ଗୁରୁତ୍ୱାରୋପ

ନୂଆଦିଲ୍ଲୀ,୫।୪: ଆକ୍ସିସ୍‌ ବ୍ୟାଙ୍କ୍‌ ଏବଂ ଶ୍ରୀରାମ ହାଉସିଂ ଫାଇନାନ୍ସ ଲିମିଟେଡ୍‌ (ଏସ୍‌ଏଚ୍‌ଏଫ୍‌ଏଲ୍‌) ମଧ୍ୟରେ ଏକ ଦ୍ୱିପାକ୍ଷିକ ବାଣିଜି୍ୟକ ସହଭାଗିତା ସମ୍ପର୍କରେ ଘୋଷଣା କରାଯାଇଛି। ୟୁବି କୋ ଡଟ୍‌ ଲେଣ୍ଡ୍‌ ପ୍ଲାଟ୍‌ଫର୍ମ ଜରିଆରେ କୋ-ଲେଣ୍ଡିଂ ମଡେଲକୁ ନେଇ ଉକ୍ତ ସହଭାଗିତା ହୋଇଥିବା ଜଣାପଡ଼ିଛି।

ଏହି ସହଭାଗିତା ଜରିଆରେ ଉଭୟ ସଂସ୍ଥା ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ)କୁ ସୁରକ୍ଷିତ ଋଣ ଏବଂ ଗ୍ରାମାଞ୍ଚଳ ଓ ଅର୍ଦ୍ଧସହରାଞ୍ଚଳର ମଧ୍ୟମ ଓ ନିମ୍ନ ଆୟବର୍ଗର ଗ୍ରାହକମାନଙ୍କୁ ଗୃହ ଋଣ ପ୍ରଦାନ କରିବେ। ଯେଉଁମାନେ ନୂତନ ଭାବେ ଋଣ ନେଉଛନ୍ତି କିମ୍ବା ଏ ପର୍ଯ୍ୟନ୍ତ ଋଣ ନେଇନାହାନ୍ତି, ସେଭଳି ସମ୍ଭାବ୍ୟ ଗ୍ରାହକଙ୍କ ପାଖରେ ପହଞ୍ଚତ୍ବା ଲାଗି ଏହି ସହଭାଗିତା ଜରିଆରେ ପ୍ରୟାସ କରାଯିବ। ଅପରପକ୍ଷରେ କୋ-ଲେଣ୍ଡିଂ ଗାଇଡ୍‌ଲାଇନ ଅନୁସାରେ ନିରବଚ୍ଛିନ୍ନ ଋଣ ପ୍ରକ୍ରିୟାକରଣ ଲାଗି ପ୍ରଯୁକ୍ତି ପ୍ଲାଟ୍‌ଫର୍ମ ୟୁବିକୁ ବ୍ୟବହାର କରାଯିବ।

Share