ପେନ୍‌ସନ କଭରେଜ୍‌ ଆବଶ୍ୟକତାକୁ ଗୁରୁତ୍ୱ

ଭୁବନେଶ୍ୱର,୧୮।୧୧: ଦେଶର ପ୍ରମୁଖ ନିୟାମକ ପ୍ରାଧିକରଣ ପେନ୍‌ସନ ଫଣ୍ଡ ରେଗୁଲାଟୋରି ଆଣ୍ଡ ଡେଭଲପମେଣ୍ଟ ଅଥରିଟି (ପିଏଫ୍‌ଆର୍‌ଡିଏ)ଙ୍କ ପକ୍ଷରୁ ଦେଶବ୍ୟାପୀ କର୍ପୋରେଟ ହାଉସଙ୍କ ପାଇଁ ଜାତୀୟ ପେନ୍‌ସନ ସିଷ୍ଟମ (ଏନ୍‌ପିଏସ୍‌) ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଇଣ୍ଡିଆନ ଚାମ୍ବର୍ସ ଅଫ୍‌ କମର୍ସର ମିଳିତ ସହଯୋଗରେ ପିଏଫ୍‌ଆର୍‌ଡିଏ ଶୁକ୍ରବାର ଭୁବନେଶ୍ୱରଠାରେ ଏକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରିଥିଲା। ଉକ୍ତ କାର୍ଯ୍ୟକ୍ରମରେ ପିଏଫ୍‌ଆର୍‌ଡିଏର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏ.ଜି.ଦାସ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଏକ ଦୃଢ ସମାଜ ସହିତ ବଢୁଥିବା ଚିନ୍ତା ପାଇଁ ପେନ୍‌ସନ କଭରେଜ ଆବଶ୍ୟକତାକୁ ଦାସ ବିଶେଷ ଗୁରୁତ୍ୱ ଦେଇଥିଲେ। ସେହିଭଳି ସେ ଦକ୍ଷତା, ମାପକାଠି, ରିଟର୍ନ ଆଦି ବିଷୟରେ ମଧ୍ୟ ବିସ୍ତୃତ ସୂଚନା ଦେଇଥିଲେ। ଅନ୍ୟ ବକ୍ତାମାନଙ୍କ ମଧ୍ୟରେ ରିତବ୍ରତ ସରକାର,ଏଫ୍‌ଆଇଏଆଇର ମୁଖ୍ୟ ଅବସରପ୍ରାପ୍ତ-ଇଣ୍ଡିଆ ଓ ମ୍ୟାନେଜିଂ ପାର୍ଟନର ଏବଂ ସୁମିତ କୁମାର ମୁଖ୍ୟ ମହାପ୍ରବନ୍ଧକଙ୍କ ସମେତ ସତ୍ୟବ୍ରତ ଦାସ ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍‌ (ନାଲ୍‌କୋ) ପ୍ରମୁଖ ଉପସ୍ଥିତ ଥିଲେ। ଏପରିକି ଅବସରକାଳୀନ ଲାଭ ଯୋଜନା ସମ୍ପର୍କରେ ଉପସ୍ଥିତ ବକ୍ତାମାନେ ନିଜ ନିଜର ମତ ଉପସ୍ଥାପନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ୧୦୦ରୁ ଅଧିକ ସମ୍ମାନନୀୟ ବ୍ୟକ୍ତି ଓ ୫୦କର୍ପୋରେଟ ହାଉସ ପ୍ରତିନିଧି,ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ପ୍ରମୁଖ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ୨୦୦୪ ଜାନୁୟାରୀ ୧ ବା ପରେ କେନ୍ଦ୍ର ସରକାରଙ୍କ କାର୍ଯ୍ୟ କ୍ଷେତ୍ରରେ ପ୍ରବେଶ କରିଥିବା ସମସ୍ତ ସରକାରୀ କର୍ମଚାରୀ (ସୈନ୍ୟବାହିନୀ ବ୍ୟତୀତ) ମାନଙ୍କ ପାଇଁ ଏନ୍‌ପିଏସ୍‌ ଲାଗୁ କରାଯାଇଛି। ଏପରିକି ଅଧିକାଂଶ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସରକାର ମଧ୍ୟ ସେମାନଙ୍କର ନୂତନ କର୍ମଚାରୀଙ୍କ ପାଇଁ ମଧ୍ୟ ଏନ୍‌ପିଏସ୍‌ ଲାଗୁ କରିଛନ୍ତି। ବିଶେଷକରି ୨୦୦୯ ମେ ୧ ପରଠାରୁ କର୍ପୋରେଟ ହାଉସ ସମେତ ସ୍ବେଚ୍ଛାକୃତ ଭିତ୍ତିରେ ପ୍ରତ୍ୟେକ ଭାରତୀୟ ନାଗରିକଙ୍କ ପାଇଁ ଏନ୍‌ପିଏସ୍‌ ଉପଲବ୍ଧ ରହିଛି।
ସେହିଭଳି ସାମାଜିକ ସୁରକ୍ଷା ଯୋଜନାରେ ଏକ ମହତ୍ତ୍ୱ ପ୍ରଦାନ କରି ଅଟଳ ପେନ୍‌ସନ ଯୋଜନା (ଏପିଓ୍ବାଇ) ୨୦୧୫ ଜୁନ୍‌ ୧ରେ ଆରମ୍ଭ କରାଯାଇଥିଲାବେଳେ ୨୦୨୩ ନଭେମ୍ବର ୧୧ ସୁଦ୍ଧା ଏନ୍‌ପିଏସ୍‌ ଓ ଏପିୱାଇର ଗ୍ରାହକ ସଂଖ୍ୟା ୬.୮୫ କୋଟି ଅତିକ୍ରମ କରିଛି। ଏପରିକି ଉପରୋକ୍ତ ଯୋଜନାର ମୋଟ ଆସେଟ ୧୦,୪୦,୮୩୧.୫୧ କୋଟି ହୋଇଛି, ଉକ୍ତ ସିଷ୍ଟମ (ଏନ୍‌ପିଏସ୍‌) ଅଧୀନରେ ପ୍ରାୟ ୧୨,୨୪୭ କର୍ପୋରେଟ ହାଉସର ୧୮.୬୨ ଲକ୍ଷ କର୍ମଚାରୀଙ୍କୁ ଏଥିରେ ସାମିଲ କରାଯାଇଛି। ସୂଚନାଯୋଗ୍ୟ, କର୍ପୋରେଟ ହାଉସଗୁଡ଼ିକରେ ଏନ୍‌ପିଏସ୍‌ ବିଷୟରେ ସଚେତନତା ସୃଷ୍ଟି କରିବାକୁ ପେନ୍‌ସନ ପାଣ୍ଠି ନିୟାମକ ଓ ବିକାଶ ପ୍ରାଧିକରଣ ଦେଶବ୍ୟାପୀ କର୍ପୋରେଟ ହାଉସଙ୍କ ପାଇଁ ଏନ୍‌ପିଏସ୍‌ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥାଏ। ଏନ୍‌ପିଏସ୍‌ ହେଉଛି ଏକ ଅବସରକାଳୀନ ଯୋଜନା ଓ ଏହା କର୍ପୋରେଟ ସଂସ୍ଥାଗୁଡ଼ିକଙ୍କ ପାଇଁ କାର୍ଯ୍ୟକାରୀ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀଙ୍କ ବଡ଼ ଘୋଷଣା, ଏଣିକି ଶସ୍ତାରେ ବୁକ୍‌ କରିପାରିବେ ଟ୍ରେନ-ବସ୍‌ ଟିକେଟ୍‌

ନୂଆଦିଲ୍ଲୀ,୧୯।୧୦: ଯଦି ଆପଣ ସବୁବେଳେ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି, ଆପଣଙ୍କ ପାଇଁ ଖୁସି ଖବର। ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀ ଦ୍ୱାରା ଏକ ଏପରି...

ତନିସ୍କର ସ୍ବତନ୍ତ୍ର ଅଫର୍‌: ସୁନା-ହୀରା ମୂଲ୍ୟରେ…

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ଟାଟାର  ଗହଣା ରିଟେଲ ବ୍ରାଣ୍ଡ ତନିସ୍କ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୩ଟି  ନୂଆ ଷ୍ଟୋରର ଶୁଭାରମ୍ଭ କରିଛି। ଶୁକ୍ରବାର ଭୁବନେଶ୍ୱରର ପାତ୍ରପଡ଼ା ଓ...

୨୫ ରାଜ୍ୟ, ୧୩ ଦେଶର ଉତ୍ପାଦ ଗୋଟିଏ ସ୍ଥାନରେ

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଦଶମ ଭୁବନେଶ୍ୱର ଅନ୍ତର୍ଜାତୀୟ ବାଣିଜ୍ୟ ମେଳା- ୨୦୨୪ ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପକ୍ଷରୁ ଶୁକ୍ରବାର ଉଦ୍‌ଘାଟନ ହୋଇଯାଇଛି। ଏହି ମେଳାର...

ଓଡ଼ିଶାରେ ୧ ଲକ୍ଷ କୋଟି ନିବେଶ କରିବ ବେଦାନ୍ତ:୨ ଲକ୍ଷ ନୂଆ ନିଯୁକ୍ତି ଆଶା

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ବେଦାନ୍ତ ଗତ ୨୦ ବର୍ଷ ମଧ୍ୟରେ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ କରିବା ସହ ରାଜ୍ୟରେ ୧ ଲକ୍ଷରୁ ଅଧିକ ନିଯୁକ୍ତି...

ପୁଣି ଛଟେଇ କରିବ ମେଟା: ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ କର୍ମଚାରୀ ସାମିଲ

ନୂଆଦିଲ୍ଲୀ,୧୭ା୧୦: ଭବିଷ୍ୟତକୁ ଦୃଷ୍ଟିରେ ରଖି ଛଟେଇ କରିବାକୁ ଯାଉଛି ମେଟା। ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ ଏବଂ ରିଅଲିଟି ଲ୍ୟାବ୍ ସମେତ ୟୁନିଟ୍ ଗୁଡିକରେ କର୍ମଚାରୀଙ୍କୁ ଛଟେଇ...

ଅକ୍ଟୋବରରେ ବଢ଼ିଲା ଏଫ୍‌ଡି ମୂଲ୍ୟ, ୭.୫%ରୁ ଅଧିକ ସୁଧହାର ଦେଉଛନ୍ତି ୧୦ ବ୍ୟାଙ୍କ

ନୂଆଦିଲ୍ଲୀ,୧୭।୧୦: କ୍ରମାଗତ ଭାବେ ବ୍ୟାଙ୍କର ନଗଦ ରାଶି ହ୍ରାସ ପାଇବା ସହିତ ବ୍ୟାଙ୍କ କାରବାରରେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ଉଭୟ ବ୍ୟାଙ୍କ ଓ...

ସୁଲଭ ଇଣ୍ଟରନେଟ୍ ପାଇଁ ଭାରତ ସରକାର ନେଲେ ବଡ଼ ନିଷ୍ପତ୍ତି: ପ୍ରଶଂସା କଲେ ଏଲନ ମସ୍କ

ନୂଆଦିଲ୍ଲୀ,୧୬ା୧୦: ଭାରତରେ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଛି ସାଟେଲାଇଟ ଇଣ୍ଟରନେଟ୍। ଏଥିପାଇଁ କେନ୍ଦ୍ର ସରକାର ସ୍ପେକ୍ଟ୍ରମ୍ ନିଲାମ କରିବା ବଦଳରେ ବିଶ୍ୱ ସ୍ତରୀୟ ନୀତି ଅନୁସରଣ...

କ୍ରୋକୋଡାଇଲ ଷ୍ଟୋରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୬।୧୦: ଦେଶର ପ୍ରମୁଖ ପ୍ରିମିୟମ ପୋଷାକ ବ୍ରାଣ୍ଡ୍‌ ତଥା ଅଗ୍ରଣୀ ରିଟେଲ ଚେନ୍‌ ‘କ୍ରୋକୋଡାଇଲ’ର ଏକ୍ସକ୍ଲୁସିଭ ଷ୍ଟୋର (କ୍ରୋକୋଡାଇଲ ସିମ୍ପୋନି ମଲ୍‌ ପାହାଳ ଷ୍ଟୋର) ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri