Categories: ବାଣିଜ୍ୟ

ଗୁଣବତ୍ତା ଉତ୍ପାଦ ଯୋଗାଣକୁ ଗୁରୁତ୍ୱ

ଭୁବନେଶ୍ୱର, ୨।୧୦: ଦେଶର ପ୍ରମୁଖ ଖାଇବା ତେଲ ବ୍ରାଣ୍ଡ୍‌ ହାତୀ ମାର୍କା କଚ୍ଚି ଘନି ସୋରିଷ ତେଲ ଚଳିତ ପାର୍ବଣ ଋତୁରେ ବଣ୍ଡଲ କଲେକ୍ସନର ଶୁଭାରମ୍ଭ କରାଯାଇଛି। ଏ ସମ୍ପର୍କରେ ହାତୀ ସୋରିଷ ତେଲର ସଭାପତି ରାଘବ ଭଗତ କହିଛନ୍ତି, ଆମେ ଆମର ଗ୍ରାହକଙ୍କୁ ସର୍ବଦା ସର୍ବୋତ୍ତମ ଏବଂ ଗୁଣବତ୍ତା ପ୍ରମାଣିତ ହୋଇଥିବା ଉପତ୍ାଦ ଯୋଗାଇବା ସହିତ ଏହାକୁ ସମସ୍ତଙ୍କ ଜୀବନଶୈଳୀର ଏକ ଅଂଶ ଭାବେ ପରିଣତ କରିବାକୁ ଯାଉଛୁ, ଏପରିକି ଚଳିତ ପାର୍ବଣ ଋତୁରେ ଆମେ ଆମର ଗ୍ରାହକଙ୍କର ପ୍ରିୟ ପରିଜନଙ୍କୁ ଶୁଦ୍ଧତା, ସ୍ବାସ୍ଥ୍ୟ ତଥା ସ୍ବାଦର ଉପହାର ଦେବା ପାଇଁ ଏକ ବଣ୍ଡଲ କଲେକସନ ଉପଲବ୍ଧ କରାଇଛୁ।

ବିଶେଷକରି ରନ୍ଧନ ଆଦିରେ ବ୍ୟବହୃତ ହେବା ସହିତ ହାତୀ ବ୍ରାଣ୍ଡ୍‌ କଚ୍ଚି ଘନି ତେଲ ସାଂସ୍କୃତିକ ମହତ୍ତ୍ୱ ମଧ୍ୟ ବଜାୟ ରଖିଥାଏ। ଭାରତୀୟ ପରିବାରଗୁଡ଼ିକରେ ଏହା ଶୁଦ୍ଧତା ଏବଂ ଐଶ୍ୱରୀୟ ଭାବନା ଜାଗ୍ରତ ପାଇଁ ଦୀପ ପ୍ରଜ୍ୱଳନରେ ମଧ୍ୟ ବ୍ୟବହାର କରାଯାଇଥାଏ। ହାତୀ ସୋରିଷ ତେଲ ଏହି ପବିତ୍ର ପରମ୍ପରାର ଏକ ଅଂଶ ହୋଇଥିବାରୁ ବେଶ୍‌ ଗର୍ବିତ। ଶୁଭ ରୀତିନୀତି ପାଇଁ ଏହା ଗ୍ରାହକଙ୍କର ଏକ ବିଶ୍ୱସ୍ତ ପସନ୍ଦ ହୋଇ ରହିଆସିଛି। ଚଳିତ ପାର୍ବଣ ଋତୁରେ ହାତୀ ବ୍ରାଣ୍ଡ୍‌ କଚ୍ଚି ଘନି ସୋରିଷ ତେଲ ଏକ ଆଦର୍ଶ ଉପହାର ଭାବେ ପରିଗଣିତ ହେବ।

ବିଶେଷକରି ଏହାର ପ୍ରିମିୟମ ଗୁଣବତ୍ତା ଏବଂ ପାରମ୍ପରିକ ଚମତ୍କାରିତା ଏହାକୁ ଚଳିତ ପାର୍ବଣ ଋତୁରେ ଆପଣଙ୍କ ପ୍ରିୟଜନଙ୍କ ପ୍ରତି ପ୍ରେମ ଏବଂ ସମ୍ମାନର ଏକ ହୃଦୟସ୍ପର୍ଶୀ ଭାବନା ଭାବେ ପରିଗଣିତ ହେବ। ହାତୀ ବ୍ରାଣ୍ଡ୍‌ କଚ୍ଚି ଘନି ସୋରିଷ ତେଲର ଗୁଣବତ୍ତାକୁ ଅନୁଭବ କରନ୍ତୁ। ଆମର ସମସ୍ତ ଉପତ୍ାଦରେ ସର୍ବୋଚ୍ଚ ଗୁଣବତ୍ତା ଏବଂ ଶୁଦ୍ଧତାର ମାନ ବଜାୟ ରଖିବା ପାଇଁ ହାତୀ ସୋରିଷ ତେଲ ପ୍ରତିଶ୍ରୁତିବଦ୍ଧ। ଆମର ନୂତନ ହାତୀ ବ୍ରାଣ୍ଡ୍‌ କଚ୍ଚି ଘନି ତେଲ ଏହାର ବ୍ୟତିକ୍ରମ ନୁହେଁ ଏବଂ ଆମେ ଏହାର ଲାଭ ଏବଂ ଐତିହ୍ୟକୁ ଗ୍ରାହକଙ୍କ ସହ ବଜାୟ ରଖିବା ନେଇ ବେଶ୍‌ ଉତ୍ସାହିତ।

Share