Categories: ବାଣିଜ୍ୟ

ଗୁଣାତ୍ମକ ଗ୍ରାହକ ସେବାକୁ ଗୁରୁତ୍ୱ

ଭୁବନେଶ୍ୱର, ୩୧।୫ (ଅଭୟ ଦାଶ): ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି)ର ବ୍ରହ୍ମପୁର ମଣ୍ଡଳ ପକ୍ଷରୁ ନିକଟରେ ଏକ ଗ୍ରାହକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏହି ସମ୍ମିଳନୀରେ ପିଏନ୍‌ବି ଭୁବନେଶ୍ୱର ଅଞ୍ଚଳର ଆଞ୍ଚଳିକ ମୁଖ୍ୟ ରାଜେଶ କୁମାର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗ୍ରାହକମାନଙ୍କୁ ସମ୍ବୋଧନ କରିବା ସହ ବ୍ୟାଙ୍କର ଡିଜିଟାଲ ଉପତ୍ାଦ, ଅନ୍‌ଲାଇନ ଋଣ ସୁବିଧା ଏବଂ ସମସ୍ତ ଗ୍ରାହକଙ୍କ ପାଇଁ ବ୍ୟାଙ୍କିଙ୍ଗ୍‌ ସେବାକୁ ସହଜ ଓ ସରଳ କରିବା ନେଇ ବ୍ୟାଙ୍କର ପ୍ରତିବଦ୍ଧତାକୁ ସୁନିଶ୍ଚିତ କରିଥିଲେ। ଏପରିକି ଗୁଣାତ୍ମକ ଗ୍ରାହକ ସେବାକୁ ସେ ଗୁରୁତ୍ୱ ଦେବା ସହ ବ୍ୟାଙ୍କର ସମସ୍ତ ମଣ୍ଡଳସ୍ତରୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ପିଏନ୍‌ବି ଭୁବନେଶ୍ୱର ଅଞ୍ଚଳର ଆଞ୍ଚଳିକ ମୁଖ୍ୟ ରାଜେଶ କୁମାର ନିକଟରେ ୨ଦିନିଆ ବ୍ରହ୍ମପୁର ଗସ୍ତରେ ଆସିଥିଲେ। ଏହି ଅବସରରେ ସେ ପିଏନ୍‌ବି ବ୍ରହ୍ମପୁର ମଣ୍ଡଳର ବ୍ୟବସାୟିକ ସମୀକ୍ଷା କରିଥିଲେ ଏବଂ କର୍ପୋରେଟ୍‌ ଦୃଷ୍ଟିକୋଣ ଓ ବର୍ତ୍ତମାନର ଆର୍ଥିକ ବର୍ଷ ପାଇଁ ଆନୁମାନିକ ଆଶା ଉପରେ ବିଚାରବିମର୍ଶ କରିଥିଲେ। ଅପରପକ୍ଷରେ ସେ ପିଏନ୍‌ବିର ସ୍ଥାନୀୟ ଶାଖାଗୁଡିକୁ ପରିଦର୍ଶନ କରିବା ସହ ଶାଖା ଦ୍ୱାରା ପ୍ରଦାନ କରାଯାଉଥିବା ଗ୍ରାହକ ସେବାର ଗୁଣବତ୍ତା ଆକଳନ କରିଥିଲେ।

ଏହି ପରିପ୍ରେକ୍ଷୀରେ ପିଏନ୍‌ବି ବ୍ରହ୍ମପୁର ମଣ୍ଡଳର ମଣ୍ଡଳ ମୁଖ୍ୟ ଡ. ଆଲୋକ ରଞ୍ଜନ ସେନାପତିଙ୍କ ସଭାପତିତ୍ୱରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ସ୍ଥାନୀୟ ଫାର୍ମାର୍ସ ଟ୍ରେନିଂ ସେଣ୍ଟରଠାରେ ଆୟୋଜନ କରାଯାଇଥିଲା। ଏହି ଅବସରରେ ସେନାପତି କୃଷକମାନଙ୍କ ପାଇଁ ଉପଲବ୍ଧ ଥିବା ସ୍ବତନ୍ତ୍ର ଋଣ ଉପତ୍ାଦ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପିଏଲ୍‌ପି ମୁଖ୍ୟ ରାଜେଶ କୁମାର ମହନ୍ତ, ସର୍କଲ ଶସ୍ତ୍ର ମୁଖ୍ୟ ପ୍ରଶାନ୍ତ କୁମାର ସିଂ, ଉପ-ମଣ୍ଡଳ ମୁଖ୍ୟ ପ୍ରଦୀପ କୁମାର ଦାସ, ମୁଖ୍ୟ ପ୍ରବନ୍ଧକ ସୁବ୍ରତ କୁମାର ସେଠୀ, ମୁଖ୍ୟ ପ୍ରବନ୍ଧକ ପ୍ରଶାନ୍ତ କୁମାର ସାହୁ, ମୁଖ୍ୟ ପ୍ରବନ୍ଧକ ମମତା ନନ୍ଦଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

Share