Categories: ବାଣିଜ୍ୟ

ଗୁଣାତ୍ମକ ସ୍ବାସ୍ଥ୍ୟସେବାକୁ ଗୁରୁତ୍ୱାରୋପ

ଭୁବନେଶ୍ୱର,୧୭।୪: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଜାତୀୟ ନିରାପଦ ମାତୃତ୍ୱ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ଓଡିଶା ୟୁନିଟ ଝାରସୁଗୁଡାଠାରେ ଏକ ସ୍ବାସ୍ଥ୍ୟ ସଚେତନତା ଅଧିବେଶନର ଆୟୋଜନ କରାଯାଇଥିଲା। ବିଶେଷ କରି ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମା’ମାନଙ୍କ ପାଇଁ ମାତୃ ସ୍ବାସ୍ଥ୍ୟ, ପୁଷ୍ଟିକର ଖାଦ୍ୟ ଏବଂ ନବଜାତକ ଯତ୍ନ ଉପରେ ଏକ ଦିନିକିଆ ସଚେତନତା ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଏପରିକି ସ୍ଥାନୀୟ ବ୍ରୁନ୍ଦାମାଳ ଗ୍ରାମରେ ଥିବା ବେଦାନ୍ତର ଆଧୁନିକ ଅଙ୍ଗନଓ୍ବାଡି ନନ୍ଦଘରଠାରେ ଉକ୍ତ ଅଧିବେଶନ ଅନୁଷ୍ଠିତ ହୋଇଥିଲା।
ଏ ସମ୍ପର୍କରେ ବେଦାନ୍ତ ଲିମିଟେଡ୍‌ (ଝାରସୁଗୁଡ଼ା) ର ସିଇଓ ସୁନୀଲ ଗୁପ୍ତା କହିଛନ୍ତି, ଗ୍ରାମୀଣ ଗୋଷ୍ଠୀମାନଙ୍କରେ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଇବା ସହ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ କମ୍ପାନୀ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛି। ଏପରିକି ଆମର ପ୍ରତିବଦ୍ଧତାକୁ ଦୃଷ୍ଟିରେ ରଖି କମ୍ପାନୀ ଓଡ଼ିଶାରେ ବିଭିନ୍ନ ସ୍ବାସ୍ଥ୍ୟ ସମ୍ବଧୀୟ ପଦକ୍ଷେପ ଆରମ୍ଭ କରିଛୁ। ବିଶେଷ କରି ଅଣ ସଂରକ୍ଷିତ ଅଞ୍ଚଳରେ ବେଦାନ୍ତର ସାମାଜିକ ପ୍ରଭାବ ଓ ପ୍ରୟାସ ଜରିଆରେ ମହିଳା ଏବଂ ଶିଶୁ ସ୍ବାସ୍ଥ୍ୟକୁ ଅଧିକ ପ୍ରୋତ୍ସାହିତ କରିବା ଲାଗି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଉଛି। ସେହିଭଳି ମହିଳା ଏବଂ ଶିଶୁ ବିକାଶର ଗୁରୁତ୍ୱପୂର୍ଣ୍ଣ ଗୋଷ୍ଠୀ କେନ୍ଦ୍ର ଭାବେ ଉଭା ହୋଇଥିବା କମ୍ପାନୀର ନନ୍ଦଘର ଉକ୍ତ ପ୍ରୟାସର ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ବିଶେଷ କରି ମେଡିକାଲ୍‌ ଚେକ୍‌ ଅପ୍‌ ସହିତ ମା ଏବଂ ନବଜାତ ଶିଶୁମାନଙ୍କ ପାଇଁ ଆବଶ୍ୟକ ସ୍ବାସ୍ଥ୍ୟ ସହାୟତା ସେମାନଙ୍କର ସୁସ୍ଥତାକୁ ନିଶ୍ଚିତ କରାଇଥାଏ।
ବେଦାନ୍ତର ନନ୍ଦଘର ଜରିଆରେ ଆଶାୟୀ ତଥା ନୂତନ ମାତୃତ୍ୱ ଲାଭ କରିଥିବା ମା ମାନଙ୍କ ପାଇଁ ନିୟମିତ ସୂଚନାପୂର୍ଣ୍ଣ ଅଧିବେଶନ ତଥା ସ୍ବାସ୍ଥ୍ୟ ଶିବିର କମ୍ପାନୀର ଝାରସୁଗୁଡା କାର୍ଯ୍ୟ କ୍ଷେତ୍ର ଅଞ୍ଚଳରେ ଆୟୋଜନ କରାଯାଇଥାଏ। ଏପରିକି ୨୦୨୨-୨୩ ଆର୍ଥତ୍କ ବର୍ଷରେ ୩୦,୦୦୦ ରୁ ଅଧିକ ମହିଳାଙ୍କ ନିକଟରେ ଉକ୍ତ ସେବା ଓ ସୁବିଧା ପହଞ୍ଚତ୍ଥିଲା ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

Share