Categories: ବାଣିଜ୍ୟ

ଗୁଣାତ୍ମକ ସେବାକୁ ଗୁରୁତ୍ୱାରୋପ

ଭୁବନେଶ୍ୱର,୧୩।୬: ଦେଶର ପ୍ରମୁଖ ହୋମିଓପାଥି କ୍ଲିନିକ ଡ଼.ବାର୍ତ୍ତାର ଏକ୍ସକ୍ଲୁସିଭ ସେଣ୍ଟର ଭୁବନେଶ୍ୱରର ଅଶୋକ ନଗରଠାରେ ସୋମବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଓଡ଼ିଆ ଅଭିନେତା ଅଖିଳ ମୋହନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଥିଲେ। ଏ ସମ୍ପର୍କରେ ଡ଼. ବାର୍ତ୍ତାର ରିଜିଓନାଲ ମେଣ୍ଟର ଡା. ତୁଷାର ମିତ୍ତଲ କହିଛନ୍ତି, ବର୍ତ୍ତମାନ ସମୟରେ ଲୋକ ହୋମିଓପାଥି ଉପରେ ଅନେକ ଭରସା କରୁଛନ୍ତି। ଏପରିକି ହୋମିଓପାଥି ଦ୍ୱାରା ରୋଗର ନିରାକରଣ ହୋଇପାରୁଛି। ସେହିଭଳି ରୋଗୀଙ୍କର ଭରସା ଓ ବିଶ୍ୱାସ ବଞ୍ଚାଇ ରଖିବା ପାଇଁ ଗୁଣାତ୍ମକ ସେବା ଓ ସୁବିଧା ସହିତ ଆବଶ୍ୟକ ଚିକିତ୍ସାକୁ ଆମେ ବେଶ ଗୁରୁତ୍ୱ ଦେଇଥାଉ। ସେହିପରି ଡା. ବୈଶାଳୀ କାମତ ଆମେ ସବୁବେଳେ ରୋଗୀଙ୍କ ଆବଶ୍ୟକତାକୁ କେନ୍ଦ୍ରରେ ରଖି ଆଶୁ ଚିକିତ୍ସା ସହ ଉପଯୁକ୍ତ ପରାମର୍ଶ ପ୍ରଦାନ କରିଥାଉ।

Share