ଶିଶୁଙ୍କୁ ପାଠ ପଢାଇବା ଉପରେ ଗୁରୁତ୍ୱ

ଦାରିଙ୍ଗବାଡି, ୧୨।୬(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ବିଭିନ୍ନ ପଞ୍ଚାୟତରେ ବୁଧବାର ବିଶ୍ୱ ଶିଶୁ ଶ୍ରମିକ ବିରୋଧୀ ଦିବସ ପାଳିତ ହୋଇଯାଇଛି ଏହି ଅବସରରେ ଉକ୍ତ ବ୍ଲକ ବାଡାବାଙ୍ଗା ପଞ୍ଚାୟତ ଆଦିବାସୀ ଅଧୁଷିତ ଗ୍ରାମ ଶିକାକେତା ଠାରେ ଏହି ଦିବସ ପ୍ରେମ ଅନୁଷ୍ଠାନର ଛାୟାକାନ୍ତ ପ୍ରଧାନଙ୍କ ନେତୃତ୍ୱରେ ହୋଇଯାଇଛି। ଶିଶୁଙ୍କ ମୌଳିକ ଅଧିକାର ସମ୍ପର୍କରେ ଆଲୋଚନା କରାଯାଇଥିବା ବେଳେ ସେମାନଙ୍କ ଉଜ୍ବଳ ଭବିଷ୍ୟତ ପାଇଁ ଉତ୍ତମ ଶିକ୍ଷାଦାନ ଦିଆଯିବା ଆବଶ୍ୟକ ସେମାନଙ୍କୁ କୌଣସି ପରିସ୍ଥିତିରେ ଶ୍ରମିକ ଭାବେ କାର୍ଯ୍ୟରେ ନିୟୋଜିତ କରାଯିବା ଅପରାଧ ଅଟେ ତେଣୁ ଶିଶୁ ଶ୍ରମିକକୁ ନା କହିବା ସହ ସେମାନଙ୍କୁ ପାଠ ପଢାଇବାକୁ ପରାମର୍ଶ ଦିଆଯାଇଥିଲା। ଶିଶୁ ଶ୍ରମିକ ହଟାଇ ସେମାନଙ୍କୁ ସ୍କୁଲ ପଠାଇବାକୁ ସମସ୍ତେ ପଦକ୍ଷେପ ନେବା ଜରୁରୀ ଆବଶ୍ୟକ ବୋଲି ଲୋକଙ୍କୁ ସଚେତନ କରାଯାଇଥିଲା। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିକାକେତା ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରତ୍ୟୁଷ ପ୍ରଧାନ ସମେତ ଅଙ୍ଗନାୱାଡି କର୍ମୀଙ୍କ ସମେତ ଗ୍ରାମବାସୀ, ଅଭିଭାବକ, ଶିଶୁ ମାନେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ ବ୍ଲକ ଅଞ୍ଚଳରେ ଲଗାତାର ୨୦ ଦିନ ପର୍ଯ୍ୟନ୍ତ ସଚେତନ କରାଯାଇ ଉକ୍ତ ଅଞ୍ଚଳରେ ଶିଶୁ ଶ୍ରମିକ ଯେମିତି କେହିବି ହେବେ ନାହିଁ ସେନେଇ ଜୋରଦାର ପ୍ରୟାସ କରାଯିବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଇଲା ବୋଝେଇ ପିକଅପ୍‌ ଭ୍ୟାନ ଜବତ: ଜଣେ ଗିରଫ

ଦେବଗଡ,୨୩।୨ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ତଥା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କରଳଗା ଛକରୁ ବେଆଇନ କୋଇଲା ବୋଝେଇ ଏକ ପିକଅପ୍‌...

ବେଆଇନ କେନ୍ଦୁପତ୍ର ବୋଝେଇ ପିକଅପ ଭ୍ୟାନ୍‌ ଜବତ, ଦୁଇ ଗିରଫ 

ଦେବଗଡ଼,୨୩।୨(ଶଶାଙ୍କ ଶେଖର ଝାଙ୍କର): ବୌଦ୍ଧ ଜିଲା ରିଆମାଳ ବ୍ଲକ ତଥା କୁଣ୍ଢେଇଗୋଳା ଥାନା କରଲଗା ଛକରୁ ବେଆଇନ କନ୍ଦୁପତ୍ର ବୋଝେଇ ଏକ ପିକଅପ୍‌ ଭ୍ୟାନ ଜବତ...

ବଡ଼ ଭଉଣୀ ପ୍ରତି ହେଉଥିବା ଅସଦାଚରଣ ଦେଖିଦେବାରୁ ସାନଭାଇଙ୍କୁ ହତ୍ୟା

ରାଜକନିକା,୨୩।୧(ସଞ୍ଜୟ କୁମାର ଦାଶ): ବଡ଼ ଭଉଣୀଙ୍କୁ ଅସଦାଚରଣ କରାଯିବା ଦେଖିଦେବାରୁ ତାଙ୍କ ସାନଭାଇଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ହତ୍ୟା କରାଯାଇଛି। ଏହାପରେ ଏହାକୁ ଆତ୍ମହତ୍ୟାର ରୂପ...

ଫାର୍ମହାଉସ ମାଲିକଙ୍କୁ ଗୁଳିକରି ହତ୍ୟା

ଢେଙ୍କାନାଳ,୨୩।୧(ରତନ ନାୟାର): ଶୋଇଥିବା ବେଳେ ଫାର୍ମହାଉସ ମାଲିକଙ୍କୁ ଗୁଳିକରି ହତ୍ୟା। ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲା ସଦର ଥାନା ଭାପୁର ଫାଣ୍ଡି କଳାଙ୍ଗ...

ଲୁଟ୍‌ ପରେ ଘରେ ନିଅଁା ଲଗାଇଦେଲେ

ବାଲୁଗଁା,୨୩।୧(ସଂଗ୍ରାମ ପାଇକରାୟ): ଖୋର୍ଦ୍ଧା ଜିଲା ବାଲୁଗଁା ଥାନା ଅଧୀନ ନାଭାଲ ଫାଣ୍ଡି ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ବେଲପଡ଼ା ଗ୍ରାମ ରାସ୍ତାରେ...

ଚତୁର୍ଥୀ ଦିନ ନବବଧୂ ଧରିଲେ ପ୍ରେମିକ ହାତ

ତାଳଚେର,୨୩ା୨(ମନୋଜ ନନ୍ଦ): ରୀତିନୀତିରେ ମନ୍ଦିରରେ ହୋଇଥିଲା ବିବାହ। ନବବଧୂଙ୍କୁ ଧରି ଘରକୁ ଫେରିଥିଲେ ବର। ଚତୁର୍ଥୀ ପାଇଁ ବରପକ୍ଷ ସମସ୍ତ ଆୟୋଜନ ଶେଷ କରିଥିଲେ। ହେଲେ...

ଠିକାଦାରଙ୍କୁ ଗୁଳିମାଡ଼

ରାଉରକେଲା,୨୨।୨(ସଙ୍ଗୀତା ଜେନା): ରାଉରକେଲା ପୋଲିସ ଜିଲା ସେକ୍ଟର-୩ ଥାନା ଅଧୀନ ସେକ୍ଟର-୪ ପୋଷ୍ଟ ଅଫିସ ନିକଟରେ ଶନିବାର ଜଣେ ଠିକାଦାରଙ୍କୁ ଗୁଳିମାଡ଼ ହୋଇଛି। ସେ ହେଲେ...

ମୋ ବସ୍‌ରେ ଲାଗିଲା ନିଆଁ: ଅଣନିଃଶ୍ୱାସୀ ହୋଇ ଝରକା ବାଟେ ବାହାରିଲେ ଯାତ୍ରୀ

କଟକ,୨୨।୨: ପୁଣି ମୋ ବସ୍‌ରେ ଘଟିଛି ଅଘଟଣ। କଟକ ଜିଲା ଜଗତପୁର ଥାନା ଅଧୀନ ବିରୂପା ବ୍ୟାରେଜ ନିକଟରେ ଶନିବାର ଏକ ମୋ ବସ୍‌ରେ ଅଚାନକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image