ଶିଶୁଙ୍କୁ ପାଠ ପଢାଇବା ଉପରେ ଗୁରୁତ୍ୱ

ଦାରିଙ୍ଗବାଡି, ୧୨।୬(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ବିଭିନ୍ନ ପଞ୍ଚାୟତରେ ବୁଧବାର ବିଶ୍ୱ ଶିଶୁ ଶ୍ରମିକ ବିରୋଧୀ ଦିବସ ପାଳିତ ହୋଇଯାଇଛି ଏହି ଅବସରରେ ଉକ୍ତ ବ୍ଲକ ବାଡାବାଙ୍ଗା ପଞ୍ଚାୟତ ଆଦିବାସୀ ଅଧୁଷିତ ଗ୍ରାମ ଶିକାକେତା ଠାରେ ଏହି ଦିବସ ପ୍ରେମ ଅନୁଷ୍ଠାନର ଛାୟାକାନ୍ତ ପ୍ରଧାନଙ୍କ ନେତୃତ୍ୱରେ ହୋଇଯାଇଛି। ଶିଶୁଙ୍କ ମୌଳିକ ଅଧିକାର ସମ୍ପର୍କରେ ଆଲୋଚନା କରାଯାଇଥିବା ବେଳେ ସେମାନଙ୍କ ଉଜ୍ବଳ ଭବିଷ୍ୟତ ପାଇଁ ଉତ୍ତମ ଶିକ୍ଷାଦାନ ଦିଆଯିବା ଆବଶ୍ୟକ ସେମାନଙ୍କୁ କୌଣସି ପରିସ୍ଥିତିରେ ଶ୍ରମିକ ଭାବେ କାର୍ଯ୍ୟରେ ନିୟୋଜିତ କରାଯିବା ଅପରାଧ ଅଟେ ତେଣୁ ଶିଶୁ ଶ୍ରମିକକୁ ନା କହିବା ସହ ସେମାନଙ୍କୁ ପାଠ ପଢାଇବାକୁ ପରାମର୍ଶ ଦିଆଯାଇଥିଲା। ଶିଶୁ ଶ୍ରମିକ ହଟାଇ ସେମାନଙ୍କୁ ସ୍କୁଲ ପଠାଇବାକୁ ସମସ୍ତେ ପଦକ୍ଷେପ ନେବା ଜରୁରୀ ଆବଶ୍ୟକ ବୋଲି ଲୋକଙ୍କୁ ସଚେତନ କରାଯାଇଥିଲା। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିକାକେତା ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରତ୍ୟୁଷ ପ୍ରଧାନ ସମେତ ଅଙ୍ଗନାୱାଡି କର୍ମୀଙ୍କ ସମେତ ଗ୍ରାମବାସୀ, ଅଭିଭାବକ, ଶିଶୁ ମାନେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ ବ୍ଲକ ଅଞ୍ଚଳରେ ଲଗାତାର ୨୦ ଦିନ ପର୍ଯ୍ୟନ୍ତ ସଚେତନ କରାଯାଇ ଉକ୍ତ ଅଞ୍ଚଳରେ ଶିଶୁ ଶ୍ରମିକ ଯେମିତି କେହିବି ହେବେ ନାହିଁ ସେନେଇ ଜୋରଦାର ପ୍ରୟାସ କରାଯିବ ବୋଲି କୁହାଯାଇଛି।