ସର୍ବୋତ୍ତମ ପ୍ରଯୁକ୍ତିକୁ ଗୁରୁତ୍ୱ

ଭୁବନେଶ୍ୱର,୨୨ା୪: ବ୍ରିଜ୍‌ଷ୍ଟୋନ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ଉତ୍ପାଦ ‘ତୁରଞ୍ଜା ୬ଆଇ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଯାତ୍ରୀବାହୀ ଯାନ ସେଗ୍‌ମେଣ୍ଟ ପାଇଁ ବ୍ରାଣ୍ଡ୍‌ ନୂଆ ପିଢ଼ିର ଟାୟାର ବ୍ରିଜ୍‌ଷ୍ଟୋନ୍‌ ତୁରଞ୍ଜା ୬ଆଇର ଶୁଭାରମ୍ଭ ସହ ବଜାର ପ୍ରବେଶ ସମ୍ପର୍କରେ ମଧ୍ୟ ଘୋଷଣା କରିଛି। ଭାରତର ସଡ଼କ ଗୁଡ଼ିକ ଲାଗି ଏହା ସ୍ବତନ୍ତ୍ର ଭାବେ ବିକଶିତ ହୋଇଥିବାବେଳେ ଟାୟାର ଓ ଚାଳକଙ୍କୁ ଏହା ଆରାମଦାୟକ ଯାତ୍ରା ଅନୁଭୂତି ସହ ଟାୟାରର ଦୀର୍ଘଜୀବନ ପ୍ରଦାନ କରିଥାଏ। ବ୍ରିଜ୍‌ଷ୍ଟୋନ୍‌ ତୁରଞ୍ଜା ୬ଆଇ ୩୬ ଏସ୍‌କେୟୁରେ ୧୪ ଇଞ୍ଚରୁ ୨୦ ଇଞ୍ଚ ପର୍ଯ୍ୟନ୍ତ ଉପଲବ୍ଧ ।

ଏସ୍‌ୟୁଭି, ସେଡାନ, ହ୍ୟାଚ୍‌ବ୍ୟାକ୍‌ ଓ ସିୟୁଭି ଅନ୍ତର୍ଭୁକ୍ତ ଯାନ ପାଇଁ ଲକ୍ଷ୍ୟ ରଖି ଏହାକୁ ପ୍ରସ୍ତୁତ କରାଯାଇଛି। ପ୍ରିମିୟମ ଗାଡ଼ିଗୁଡ଼ିକ ଲାଗି ଏହି ଟାୟାରର ଶୁଭାରମ୍ଭ ସରକାରଙ୍କ ମେକ୍‌ ଇନ୍‌ ଇଣ୍ଡିଆ ପଦକ୍ଷେପ ବ୍ରିଜ୍‌ଷ୍ଟୋନ୍‌ର ପ୍ରତିବଦ୍ଧତାକୁ ଦର୍ଶାଉଛି। ଅପରପକ୍ଷରେ ବ୍ରିଜ୍‌ଷ୍ଟୋନ୍‌ ଭାରତର ଅଗ୍ରଣୀ ଟାୟାର ପ୍ରସ୍ତୁତକାରୀ ଭାବେ ଉଭାହୋଇଛି। ବିଶେଷ କରି ଏହା ଏନିଲଟେନ୍‌ ଟେକ୍‌ନୋଲୋଜି ସହ ଇନ୍ଧନ ଦକ୍ଷତା ଓ ସୁଗମ ଯାତ୍ରା ଅଭିଜ୍ଞତା ପ୍ରଦାନ କରିବ। ଏପରିକି ତୁରଞ୍ଜା ୬ଆଇ ଉଭୟ ସାଧାରଣ କାର୍ଯ୍ୟଦକ୍ଷତା ଓ କମ୍‌ ଶବ୍ଦ ସହ ଉନ୍ନତ ଇନ୍ଧନ ଏବଂ କାର୍ଯ୍ୟଦକ୍ଷତା ପ୍ରଦାନ ସାଙ୍ଗକୁ ବୈଦ୍ୟୁତିକ ଯାନର ଆବଶ୍ୟକତା ମଧ୍ୟ ଏହା ପୂରଣ କରିବ।

ଏ ସମ୍ପର୍କରେ ବ୍ରିଜ୍‌ଷ୍ଟୋନ୍‌ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ହିରୋସି ୟୋସିଜାନେ କହିଛନ୍ତି, ଦ୍ରୁତଗତିରେ ବଢୁଥିବା ଭାରତୀୟ ବଜାର ପାଇଁ ସର୍ବୋତ୍ତମ ପ୍ରଯୁକ୍ତି ପ୍ରଦାନ କରିବାକୁ ତୁରଞ୍ଜା ୬ଆଇ ଆମର ପ୍ରତିବଦ୍ଧତାକୁ ଦର୍ଶାଉଛି। ଏପରିକି ଭାରତୀୟ ଗତିଶୀଳ କ୍ଷେତ୍ରକୁ ବିଶ୍ୱସ୍ତରୀୟ ଅଗ୍ରଣୀ ଟାୟାର ପ୍ରଯୁକ୍ତି ସହ ଯୋଡ଼ିବାରେ ଆମର ଯୋଜନାବଦ୍ଧ ରଣନୀତିର ଏହା ଏକ ସଫଳତା ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି। ସେହିଭଳି ବ୍ରିଜ୍‌ଷ୍ଟୋନ୍‌ର ମୁଖ୍ୟ ବାଣିଜ୍ୟ ଅଧିକାରୀ ରାଜଶ୍ରୀ ମିତ୍ର କହିଛନ୍ତି, ସର୍ବଭାରତୀୟସ୍ତରରେ ଆମେ ଟାୟାର ପ୍ରଯୁକ୍ତିର ଅଗ୍ରଣୀ ଭୂମିକା ନିର୍ବାହକରି ଆସିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ମୁଦ୍ରାସ୍ଫୀତିକୁ ନେଇ ଆରବିଆଇ ଗଭର୍ନର ଦେଲେ ବଡ଼ ସୂଚନା, କହିଲେ ଆମେ ଏହାକୁ…

ନୂଆଦିଲ୍ଲୀ,୨୬ା୧୦: ଭାରତୀୟ ଅର୍ଥନୀତିରେ ଉତ୍ଥାନପତ୍ତନ ଜାରି ରହିଛି। ଏଫ୍‌ଆଇଆଇ ଦେଶ ଛାଡୁଛନ୍ତି। ଏହି କାରଣରୁ ଗତ କିଛିଦିନ ହେବ ଷ୍ଟକ୍‌ ମାର୍କେଟରେ ମଧ୍ୟ ଏକ ବିରାଟ...

ମାସକୁ ୯୦୦୦ ଟଙ୍କା ରୋଜଗାର କରିବାକୁ ଚାହାନ୍ତି କି? ପୋଷ୍ଟ ଅଫିସର ଏହି ଯୋଜନା ଜବରଦସ୍ତ; ନିବେଶ କରି… 

ନୂଆଦିଲ୍ଲୀ,୨୬।୧୦: ଭାରତର ସର୍ବପୁରାତନ ଅନୁଷ୍ଠାନ ମଧ୍ୟରୁ ପୋଷ୍ଟ ଅଫିସ(ଡାକଘର) ଅନ୍ୟତମ। ଏହା ଡାକ ସମ୍ବନ୍ଧୀୟ ସୁବିଧା ମିଳିବା ସହିତ ବିନିଯୋଗ ଲାଗି ଆକର୍ଷଣୀୟ ବିକଳ୍ପ ପ୍ରଦାନ...

ଆଇଡିବିଆଇର ଆର୍ଥିକ ଫଳାଫଳ

ନୂଆଦିଲ୍ଲୀ,୨୬।୧୦: ଆଇଡିବିଆଇ ବ୍ୟାଙ୍କର ନିର୍ଦ୍ଦେଶକମଣ୍ଡଳୀ ଆଇଡିବିଆଇ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବ୍ୟାଙ୍କର ଆଗାମୀ କାର୍ଯ୍ୟକଳାପ ଓ ଚଳିତ...

ପ୍ରିମିୟମ ବ୍ରାଣ୍ଡ୍‌ ଉପରେ ଆକର୍ଷଣୀୟ ଅଫର

ନୂଆଦିଲ୍ଲୀ,୨୬।୧୦: ବର୍ତ୍ତମାନ ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆନ୍‌ ଫେଷ୍ଟିଭାଲ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଏପରିକି ଆମାଜନ୍‌.ଇନ୍‌ରେ ଭଲ ଅଫର, ବଡ଼ ସଞ୍ଚୟ, ବ୍ଲକ୍‌ ବଷ୍ଟର ମନୋରଞ୍ଜନ ଏବଂ...

ରିଲାଏନ୍ସ ଡିଜିଟାଲରେ ଫେଷ୍ଟିଭାଲ୍‌ ଅଫ୍‌ ଇଲେକ୍ଟ୍ରୋନିକ୍ସ

ମୁମ୍ବାଇ,୨୬।୧୦: ପ୍ରତି ବର୍ଷ ଭଳି ଚଳିତ ବର୍ଷ ଦୀପାବଳିରେ ମଧ୍ୟ ରିଲାଏନ୍ସ ଡିଜିଟାଲର ଇଲେକ୍ଟ୍ରୋନିକ୍ସ ମହୋତ୍ସବ ପାଳନ କରାଯାଉଛି। ଏପରିକି ରିଲାଏନ୍ସ ଡିଜିଟାଲର ବହୁ ପ୍ରତୀକ୍ଷିତ...

ଖିମ୍‌ଜୀ ଜୁଏଲର୍ସର ନୂତନ ଅଭିଯାନ

ଭୁବନେଶ୍ୱର,୨୬।୧୦ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ସର୍ବପୁରାତନ ଗହଣା ବ୍ରାଣ୍ଡ୍‌ ଖିମ୍‌ଜୀ ଜୁଏଲର୍ସର ନୂତନ ଅଭିଯାନ ‘ରୌନକ ୱାଲି ଦିୱାଲି’ର ଶୁଭାରମ୍ଭ...

ଦିନକରେ ନିବେଶକ ହରାଇଲେ ୬ଲକ୍ଷ କୋଟି

ମୁମ୍ବାଇ,୨୬।୧୦: କ୍ରମାଗତ ଭାବେ ଘରୋଇ ଶେୟାର ବଜାର କାରବାରରେ ହ୍ରାସ ଘଟୁଥିଲାବେଳେ ପୁଞ୍ଜିବଜାରର ନିବେଶକମାନେ ଆଶା ଆଶଙ୍କା ମଧ୍ୟରେ କାରବାର କରୁଛନ୍ତି। ଏପରିକି ଚଳିତ କାର୍ଯ୍ୟ...

ଟ୍ରେନ୍‌ରେ ମିଳୁଥିବା କମ୍ବଳ-ଚାଦର କେତେ ଥର ଧୂଆ ଯାଇଥାଏ? ରେଲଓ୍ବେ କଲା ଚମକାଇବା ଭଳି ଖୁଲାସା

ନୂଆଦିଲ୍ଲୀ,୨୫।୧୦: ଭାରତୀୟ ରେଳ ହେଉଛି ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ନେଟଓ୍ବାର୍କ। ପ୍ରତିଦିନ କୋଟି କୋଟି ଲୋକ ଭାରତୀୟ ଟ୍ରେନ୍‌ରେ ଯାତ୍ରା କରିଥାନ୍ତି। ଯଦି ଆପଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri