ଭୁବନେଶ୍ୱର,୧୬।୧: ବ୍ୟାଙ୍କ ଅଫ୍ ଇଣ୍ଡିଆ(ବିଓବି)ର ନ୍ୟାଶନାଲ ବ୍ୟାଙ୍କିଙ୍ଗ୍ ଗ୍ରୁପ୍(ଏନ୍ବିଜି) କାର୍ଯ୍ୟକାରୀ ହେବା ପରେ ଏନ୍ବିଜିର ମୁଖ୍ୟ ତଥା ମହାପ୍ରବନ୍ଧକ ବିକ୍ରମ କେଶରୀ ମିଶ୍ର ନିକଟରେ ଏହାର ଏକ ସମୀକ୍ଷା ବୈଠକ କରିଥିଲେ। ବିଶେଷ କରି ବିଓବିର ସମ୍ବଲପୁର ଆଞ୍ଚଳିକ କାର୍ଯ୍ୟାଳୟ ଅଧୀନ ବ୍ରହ୍ମପୁର ଅଞ୍ଚଳ କାର୍ଯ୍ୟାଳୟ ଅନ୍ତର୍ଗତ ଗୋପାଳପୁରଠାରେ ଉକ୍ତ ବୈଠକ ଅନୁଷ୍ଠିତ ହୋଇଥିଲା। ଏପରିକି ବିକ୍ରମ ବିଓବିର ଶାଖା ପ୍ରବନ୍ଧକମାନଙ୍କ ସହିତ ସମୀକ୍ଷା ବୈଠକ ସହ ଗ୍ରାହକ ସମ୍ମିଳନୀରେ ଯୋଗ ଦେଇଥିଲେ।
ଏହି ପରିପ୍ରେକ୍ଷୀରେ ବିକ୍ରମ କେଶରୀ କହିଥିଲେ, ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ(ଏସ୍ଏମ୍ଇ)ଗୁଡ଼ିକର ପ୍ରଗତି ପାଇଁ ବିଶେଷ ଧ୍ୟାନ ଦେବା ନିମନ୍ତେ ସେ ବିଓବିର ଶାଖା ମୁଖ୍ୟମାନଙ୍କୁ ପରାମର୍ଶ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଓବିର ସମ୍ବଲପୁର ଅଞ୍ଚଳର ଆଞ୍ଚଳିକ ପ୍ରବନ୍ଧକ ଅରବିନ୍ଦ ମିଶ୍ରଙ୍କ ସମେତ ୩୫ଟି ଶାଖାର ମୁଖ୍ୟ ଏବଂ ୨୦ଜଣରୁ ଅଧିକ ଗ୍ରାହକ ଯୋଗ ଦେଇଥିଲେ।