ଏମଏସଏମଇ ପ୍ରତିଷ୍ଠା ଉପରେ ଗୁରୁତ୍ୱ

ଟିଟିଲାଗଡ଼, ୨୩।୨ (ଡି.ଏନ.ଏ)
ଟିଟିଲାଗଡ ଉପଖଣ୍ଡ ପ୍ରଶାସନ ପକ୍ଷରୁ ସ୍ଥାନୀୟ ରାଜ କନୱର ପାର୍କ ପରିସରରେ ଏମଏସମଏଇ କ୍ଷେତ୍ରରେ ଆଗ୍ରହୀ ଉଦ୍ୟୋଗୀଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଟିଟିଲାଗଡ ଉପଜିଲାପାଳ ସୋମେଶ ଉପାଧ୍ୟାୟ ଏଥିରେ ଅଧ୍ୟକ୍ଷତା କରିଥିଲେ। ଜିଲା ଶିଳ୍ପକେନ୍ଦ୍ର ଜିଏମ ପ୍ରଭୁପ୍ରସାଦ ଚୌଧୁରୀ, ଜିଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ସୁମନ୍ତ ଦାଶ, ଓମଫେଡ ଜିଏମ ସରୋଜ ସାହୁ, ଜିଲା ମୁଖ୍ୟ କୃଷି ଅଧିକାରୀ ଅଶୋକ ମହାନ୍ତି, କୃଷି ନିର୍ବାହି ଯନ୍ତ୍ରୀ ସିଡି ଦାଶ, ଟିଟିଲାଗଡ ସହକାରି ଉଦ୍ୟାନ କୃଷି ଅଧିକାରୀ ନୂତନଶ୍ରୀ ପୁଟେଲ, ବିଦ୍ୟୁତ୍‌ ବିଭାଗ ଏଇ ବିବେକାନନ୍ଦ ଦୀକ୍ଷିତ, ସହାୟକ ମତ୍ସ୍ୟ ଅଧିକାରୀ ଉମେଶ ଧରୁଆ ପ୍ରମୁଖ ଯୋଗଦେଇ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ସମେତ ବିଭିନ୍ନ ସରକାରି ସ୍ମିମରେ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ପ୍ରୋତ୍ସାହିତ କରିଥିଲେ। ଟିଟିଲାଗଡ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସିଏ ଆନନ୍ଦ ଜୈନ, ବଳକୃଷ୍ଣ ଷାଣ୍ଢ, ପ୍ରମୋଦ ପ୍ରଧାନ, ବ୍ୟବସାୟୀ ସଂଘ ସଭାପତି ଶମ୍ଭୁପ୍ରସାଦ ଗୋୟଲ, ସମ୍ପାଦକ ଗୋପାଲକ୍ରିଷ୍ଣ ଜୈନ, ଜେସିଆଇ ସଭାପତି ମନୀଷ ଗୁପ୍ତା, ବୀରେନ୍ଦ୍ର ବାଗ ପ୍ରମୁଖ ଉପସ୍ଥିତ ଥିଲେ।

 

Share