ଅତୁଳନୀୟ ବୀମା ସମାଧାନକୁ ଗୁରୁତ୍ୱ

ଭୁବନେଶ୍ୱର,୨୦।୫: ଘରୋଇ ବଜାରରେ ବୀମା ଶିଲ୍ପର ଚାହିଦା ବୃଦ୍ଧି ପାଉଛି। ଏପରିକି ଗ୍ରାହକଙ୍କୁ ଅତୁଳନୀୟ ବୀମା ସମାଧାନ ଯୋଗାଇଦେବାକୁ ଘରୋଇ ବୀମା କମ୍ପାନୀ ବନ୍ଧନ ଲାଇଫ୍‌ ଗୁରୁତ୍ୱ ପ୍ରଦାନ କରୁଛି। ଏ ନେଇ ବନ୍ଧନ ଲାଇଫ୍‌ର ଏମ୍‌ଡି ତଥା ସିଇଓ ସତୀଶୱାର ବିଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ କମ୍ପାନୀ ବୀମା କ୍ଷେତ୍ରରେ ବିପ୍ଳବ ଆଣିବାକୁ ଯାଉଛି। ଏପରିକି ଡିଜିଟାଲ ଉଦ୍ଭାବନ ଏବଂ ରଣନୈତିକ ଭାଗୀଦାରି ଉପରେ ବିଶେଷ ଧ୍ୟାନଦେବା ସହ ଉପଲବ୍ଧତା ଏବଂ ଗ୍ରାହକଙ୍କ ଅନୁଭୂତି ବୃଦ୍ଧିକରି ବ୍ୟାପକ ଦର୍ଶକଙ୍କୁ ଅତୁଳନୀୟ ବୀମା ସମାଧାନ ପ୍ରଦାନ କରିବାକୁ କମ୍ପାନୀ ଲକ୍ଷ୍ୟ ରଖିଛି।

ସେହିଭଳି ଆମେ ବନ୍ଧନ ଲାଇଫ୍‌ ନାମରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରୁଛୁ। ଆମର ଅଭିନବ ଭାବନା ଏବଂ ବ୍ୟାପକ ପହଞ୍ଚ ସହ ଆମେ ଜୀବନର ପ୍ରତ୍ୟେକ ଦିଗରେ ଆଗକୁ ବଢିବା ପାଇଁ ବ୍ୟକ୍ତି ଏବଂ ପରିବାରକୁ ସଶକ୍ତ କରିବା ସହିତ ଉତ୍ସର୍ଗୀକୃତ ଅଛୁ ବୋଲି ସତୀଶୱାର ବି କହିଛନ୍ତି। ସେହିପରି ଆମେ ଭାବୁଛୁ ଯେ ବନ୍ଧନ ଲାଇଫ୍‌ ଦ୍ୱାରା ନିର୍ମିତ ପ୍ରତ୍ୟେକ ସ୍ବପ୍ନ ହେଉଛି,ଏକ ଉଜ୍ଜ୍ୱଳ ଭବିଷ୍ୟତର ଉଡ଼ାଣ। ‘ଭାରତ କି ଉଡ଼ାନ୍‌, ବନ୍ଧନ ସେ’ ପ୍ରତି ଆମର ପ୍ରତିବଦ୍ଧତା ଆମକୁ ନୂତନ ଶିଖରରେ ପହଞ୍ଚାଇବ। ସମଗ୍ର ଦେଶରେ ବ୍ୟକ୍ତି ଏବଂ ସମୁଦାୟକୁ ସଶକ୍ତ କରିବ ବୋଲି ସତୀଶୱାର ବି କହିଛନ୍ତି।

ଅପରପକ୍ଷରେ ୧,୦୦୦ ନୂତନ ସଦସ୍ୟଙ୍କୁ ନିଯୁକ୍ତି ଦେବା ପାଇଁ କମ୍ପାନୀର ସଙ୍କଳ୍ପ ଏହାର ଉପସ୍ଥିତିକୁ ସୁଦୃଢ଼ କରିବା ଏବଂ ଦେଶବ୍ୟାପୀ ଏକ ସମ୍ପ୍ରସାରିତ ଗ୍ରାହକ ଆଧାରକୁ ସେବା ପ୍ରଦାନ କରିବା ପାଇଁ ଏହାର ସମର୍ପଣକୁ ପ୍ରତିଫଳିତ କରିଥାଏ। ଅଧିଗ୍ରହଣ ପରେ ବର୍ତ୍ତମାନର ଲିଡରଶିପ୍‌ ଦଳ ଅପରିବର୍ତ୍ତିତ ରହିବ। ଏକ ନିରବଚ୍ଛିନ୍ନ ପରିବର୍ତ୍ତନକୁ ସୁଗମ କରିବା ଏବଂ କମ୍ପାନୀର ମୂଳନୀତିକୁ ବଜାୟ ରଖିବା ପାଇଁ ସଙ୍ଗଠନ ବର୍ତ୍ତମାନର ଲିଡରଶିପ୍‌ ପାଇଁ ଯୋଜନା କରିଛି। ଉଲ୍ଲେଖଯୋଗ୍ୟ, ପୂର୍ବରୁ ଏଗନ୍‌ ଲାଇଫ୍‌ ଇନ୍‌ସ୍ୟୁରାନ୍ସ ନାମରେ ପରିଚିତ ବନ୍ଧନ ଲାଇଫ୍‌ ତା’ର ଗତିଶୀଳ ନୂତନ ପରିଚୟ ଉନ୍ମୋଚନ କରିଛି,ଯେଉଁଥିରେ ‘ଭାରତ କି ଉଡାନ୍‌, ବନ୍ଧନ ସେ’ର ପ୍ରତିଶ୍ରୁତି ରହିଛି,ଯାହା ସାରା ଦେଶରେ ସ୍ବପ୍ନ ଏବଂ ଆକାଂକ୍ଷାର ପୋଷଣ ପାଇଁ ଏକ ପ୍ରତିବଦ୍ଧତା ଜାହିର କରୁଛି।

ଏହି ରଣନୀତିକ ପୁନଃ ବ୍ରାଣ୍ଡିଂ କମ୍ପାନୀ ପାଇଁ ଏକ ନୂତନ ଯୁଗର ସୂଚନା ଦେଉଛି, ଯାହା ଅଭିନବତ୍ୱ,ସଶକ୍ତୀକରଣ ଏବଂ ସମ୍ପ୍ରସାରଣ ଦ୍ୱାରା ଚିହ୍ନିତ ହୋଇଛି। ସେହିପରି ଏହାର ବିତରଣ ଦକ୍ଷତାରେ ଉନ୍ନତି ଆଣିବା ପାଇଁ ବନ୍ଧନ ଲାଇଫ୍‌ ତା’ର ଲିଡରଶିପ୍‌ ଷ୍ଟାଫ୍‌ ବୃଦ୍ଧି କରିବ। ଏ ଦିଗରେ ମୁଖ୍ୟ ବ୍ୟବସାୟ ଅଧିକାରୀ ବାଙ୍କାସ୍ୟୁରାନ୍ସ ଭାବେ ଇନ୍ଦ୍ରନୀଲ ଦତ୍ତଙ୍କୁ ନିଯୁକ୍ତ କରିବା ବନ୍ଧନ ଲାଇଫ୍‌ର ଏକ ପ୍ରମୁଖ ମଲ୍ଟି ଚ୍ୟାନେଲ ବୀମା କମ୍ପାନୀ ହେବାର ସଂକଳ୍ପକୁ ସୂଚାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ଲୋବାଲ ଫୁଟ୍‌ ପ୍ରିଣ୍ଟ ବିସ୍ତାରକରିବ ମାଲାବାର

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱର ସର୍ବବୃହତ୍‌ ଗହଣା ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ ୨୦୨୪ ଅକ୍ଟୋବରରେ ୨୦ଟି...

ରିଲାଏନ୍ସ ଫାଉଣ୍ଡେଶନ ସ୍କିଲିଂ ଏକାଡେମିର ଶୁଭାରମ୍ଭ

ମୁମ୍ବାଇ, ୭।୯ (ଅଭୟ ଦାଶ): ଭାରତର ଭବିଷ୍ୟତ ରୂପରେଖ ପ୍ରସ୍ତୁତ କରିବା ଦିଗରେ ଏକ ବଳିଷ୍ଠ ପଦକ୍ଷେପ ସ୍ବରୂପ ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ...

ରାଜ୍ୟରେ ସାମାଜିକ ଯୋଜନାର ସଫଳ ରୂପାୟନ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତି (ଏସ୍‌ଏଲ୍‌ବିସି) ଓଡ଼ିଶାର ୧୭୫ ତମ ଓ ୧୭୬ ତମ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ଆର୍ଥିକ...

ଗଣେଶପୂଜାରେ ୨୫ କୋଟିର ବ୍ୟବସାୟ ଆକଳନ

ଭୁବନେଶ୍ୱର,୭।୯ (ଅନୁରାଧା ମହାରଣା): ଗଣେଶପୂଜା ସାରା ଦେଶରେ ଖୁବ୍‌ ଉସତ୍ାହର ସହ ପାଳନ କରାଯାଉଥିବାବେଳେ ପୂଜା ବ୍ୟବସାୟ ମଧ୍ୟ ବଢ଼ିବାରେ ଲାଗିଛି। ଭାରତୀୟ ବ୍ୟବସାୟୀମାନେ ଚାଇନା...

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ‘ଆୱାର୍ଡ ଟୁ ରିୱାର୍ଡ’ କାର୍ଯ୍ୟକ୍ରମ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନଷ୍ଠାନ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ‘ଆୱାର୍ଡ ଟୁ ରିୱାର୍ଡ’କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଗୁରୁଦିବସ ଅବସରରେ...

ଦିନକରେ ନିବେଶକ ହରାଇଲେ ୫ଲକ୍ଷ କୋଟିରୁ ଅଧିକ

ମୁମ୍ବାଇ, ୭।୯ (ଅଭୟ ଦାଶ): ଅନ୍ତଃରାଷ୍ଟ୍ରୀୟ ବଜାରରେ ଦେଖାଦେଇଥିବା ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀ ସହ ଫେଡେରାଲ ରିଜର୍ଭ ସୁଧ ହାର ହ୍ରାସର ପ୍ରଭାବ ଭାରତୀୟ...

ଜେଏସ୍‌ଏଲ୍‌ର ନୂଆ ମାଇଲଷ୍ଟୋନ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ଉଚ୍ଚ ଶକ୍ତିସମ୍ପନ୍ନ ଟେମ୍ପର୍ଡ ୩୦୧ ଏଲ୍‌ ଗ୍ରେଡ୍‌ ଅଷ୍ଟେନିଟିକ୍‌ ଷ୍ଟେନ୍‌ଲେସ୍‌ ଷ୍ଟିଲର ଉଲ୍ଲେଖନୀୟ ସଫଳତା ପାଇଁ...

ବଜାରରେ ନିଶାନ୍‌ର ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ନିଶାନ୍‌ ଇଣ୍ଡିଆର ବହୁ ପ୍ର୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌ର ଅନାବରଣ ଓ ବଜାର ପ୍ରବେଶ ସର୍ବଭାରତୀୟସ୍ତରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri