ଭଞ୍ଜନଗର,୫ା୩(ବାବୁଲା ପ୍ରଧାନ): ରାଜ୍ୟ ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘ ଭଞ୍ଜନଗର ଶାଖା କାର୍ଯ୍ୟାଳୟଠାରେ ବୁଧବାର ୫୪ତମ ଜାତୀୟ ସୁରକ୍ଷା ମାସ ଓ ଲାଇନ୍ମ୍ୟାନ ଦିବସ ଟାଟା ପାଓ୍ବାର ପକ୍ଷରୁ ପାଳିତ ହୋଇଯାଇଛି। କର୍ମଚାରୀମାନେ ସୁରକ୍ଷିତ ଭାବେ କିଭଳି କାର୍ଯ୍ୟ କରିବେ, ସୁରକ୍ଷା ପୋଷାକ ଓ ଆବଶ୍ୟକୀୟ ସରଞ୍ଜାମ ବ୍ୟବହାର ଏବଂ ସଠିକ୍ କାର୍ଯ୍ୟ କିଭଳି କରିବେ ସେନେଇ ବୈଠକରେ ଯୋଗ ଦେଇ ଅତିଥିମାନେ କହିଥିଲେ। ନିୟମକୁ ପାଳନ କରି କାର୍ଯ୍ୟ କଲେ ଦୁର୍ଘଟଣା ହେବ ନାହିଁ ବୋଲି ମଧ୍ୟ ଅତିଥିମାନେ କହିଥିଲେ। ଲାଇନ୍ମ୍ୟାନ୍ ଆମର ମେରୁଦଣ୍ଡ। ସେମାନଙ୍କ କାର୍ଯ୍ୟଶୈଳୀ ହିଁ ବିଦ୍ୟୁତ୍ ବିଭାଗକୁ ପ୍ରଶଂସା ଆଣିଥାଏ ବୋଲି ମଧ୍ୟ ବକ୍ତାମାନେ କହିଥିଲେ। ଏହି ଅବସରରେ ଉତ୍ତମ କାର୍ଯ୍ୟ କରୁଥିବା କର୍ମଚାରୀ ଓ ଅଧିକାରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଭଞ୍ଜନଗର ଟାଟା ପାଓ୍ବାର ଅଧୀକ୍ଷଣ ଯନ୍ତ୍ରୀ ଅଭିଜିତ ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ବିଭିନ୍ନ କର୍ମଚାରୀଙ୍କୁ ସେମାନଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ଅଧୀକ୍ଷଣ ଯନ୍ତ୍ରୀ ପାଢ଼ୀ ସମନ୍ୟୟ ରକ୍ଷା କରି କାର୍ଯ୍ୟ କରିବାକୁ ସମସ୍ତ କର୍ମଚାରୀଙ୍କୁ କହିଥିଲେ। ଏଥିସହ ଜିରୋ ଦୁର୍ଘଟଣା ଯେଭଳି ହେବ ସେଥିପ୍ରତି ଦୃଷ୍ଟି ଦେବାକୁ ଉପସ୍ଥିତ ସମସ୍ତ କର୍ମଚାରୀଙ୍କୁ ଆହ୍ବାନ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ନିର୍ବାହୀଯନ୍ତ୍ରୀ ତପନ କୁମାର ସାର, ଅମିତ ରଞ୍ଜନ, ସୁବାସ ଚନ୍ଦ୍ର ସେଠୀ, ଅଶୋକ ଦାସ, ରାଜେଶ୍ୱରୀ ଦାସ, ଶଙ୍କର ପ୍ରସାଦ ସିଂଘ, ସୁଦୀପ କୁମାର ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସୁରକ୍ଷା ଅଧିକାରୀ ସୁବାସ ଚନ୍ଦ୍ର ସେଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।