Categories: ବାଣିଜ୍ୟ

ଡାଟା ଶକ୍ତିର ବ୍ୟବହାରକୁ ଗୁରୁତ୍ୱାରୋପ

ନୂଆଦିଲ୍ଲୀ,୧।୨: ଆମାଜନ୍‌ ୱେବ୍‌ ସର୍ଭିସେସ୍‌ (ଏଡବ୍ଲ୍ୟୁଏସ୍‌)ର ଆଉ ଏକ ନୂତନ ରିସର୍ଚ୍ଚ ରିପୋର୍ଟର ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଭାରତରେ ଡାଟା ଶକ୍ତିର ବ୍ୟବହାର କରୁଥିବା ସଂସ୍ଥାଗୁଡ଼ିକ ନିଜର ବାର୍ଷିକ ବ୍ୟବସାୟ ରାଜସ୍ବକୁ ୧୩.୬% ଯାଏଁ ବୃଦ୍ଧିକରି ପାରିବେ ବୋଲି ଉକ୍ତ ରିର୍ପୋଟରେ ଉଲ୍ଲେଖ କରାଯାଇଛି। ଏପରିକି ବୃହତ୍‌ ସଂସ୍ଥାଗୁଡିକ ପାଇଁ ଏହା ଅତିରିକ୍ତ ବାର୍ଷିକ ରାଜସ୍ବରେ ୭୪୫୧ ମିଲିୟନ ଟଙ୍କା ସହ ସମାନ ବୋଲି ଏଡବ୍ଲ୍ୟୁଏସ୍‌ ପକ୍ଷରୁ ପ୍ରକାଶ କରାଯାଇଛି। ଏଡବ୍ଲ୍ୟୁଏସ୍‌ ଦ୍ୱାରା ନିର୍ଦ୍ଦେଶିତ ଓ ଡିଲଏଟ୍‌ ଆକ୍‌ସେସ୍‌ ଇକୋନୋମିକ୍ସ ଦ୍ୱାରା ପ୍ରସ୍ତୁତ ଡିମିଷ୍ଟିଫାଇଙ୍ଗ୍‌ ଡାଟା ୨୦୨୨ ରିପୋର୍ଟରେ ଭାରତୀୟ ସଂସ୍ଥାଗୁଡ଼ିକରେ ବ୍ୟବସାୟିକ ନିଷ୍ପତ୍ତି ନେଉଥିବା ୫୨୧ଜଣ ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ଏଡବ୍ଲ୍ୟୁଏସ୍‌ ସର୍ଭେ କରିଥିଲା। ଉକ୍ତ ସର୍ଭେରେ ସାମିଲ ହୋଇଥିବା ଭାରତୀୟ ସଂସ୍ଥାଗୁଡ଼ିକ ମଧ୍ୟରୁ ପ୍ରାୟ ୬୩% ଶେୟାର କରିଥିଲେ ଯେ, ପ୍ରଭାବୀ ରୂପେ ଡାଟା କ୍ୟାପ୍ଚର କରିବା ଓ ବିଶ୍ଳେଷଣ କରିବା ଦ୍ୱାରା ଉପତ୍ାଦକତା ବୃଦ୍ଧି ପାଇବା ସହ ବିକ୍ରି ଓ ରାଜସ୍ବ (୬୦%) ଏବଂ ଉନ୍ନତ ଗ୍ରାହକ ଅଭିଜ୍ଞତା (୫୬%) ମଧ୍ୟ ବୃଦ୍ଧି ପାଇପାରେ। ଏ ସମ୍ପର୍କରେ ଡିଲଏଟ୍‌ରେ ସହଯୋଗୀ ଥିବା ମୋନୋଜିତ୍‌ ମଜୁମଦାର କହିଛନ୍ତି, ‘ସଂସ୍ଥାଗୁଡ଼ିକ ଡିଜିଟାଲ ରୂପାନ୍ତରଣରେ ଅଧିକ ନିବେଶ କରୁଥିବାରୁ ଏହା ଉପତ୍ାଦକତା ବୃଦ୍ଧି କରିବା, ଉପଭୋକ୍ତାଙ୍କ ବ୍ୟବସାୟ ପାଇଁ ଆର୍ଥିକ ରିଟର୍ନ ସୃଷ୍ଟି କରିବା ଏବଂ ଅର୍ଥନୀତି ଉପରେ ଏକ ସକାରାତ୍ମକ ପ୍ରଭାବ ପକାଇବା ପାଇଁ ଡାଟାର ଉନ୍ନତ ଉପଯୋଗ ଲାଗି ଏକ ସୁଯୋଗ ସୃଷ୍ଟି କରିଛି।

Share