Categories: ଫୁରସତ

ଖ୍ରୀଷ୍ଟମାସ ବୋନସରେ କମ୍ପାନୀ ଦେଲା ସିଝା ଆଳୁ

ଦଶହରା ହେଉ କି ଦୀପାବଳି ଅବସରରେ କିଛି କମ୍ପାନୀ ଉପହାର ସ୍ବରପ କର୍ମଚାରୀଙ୍କୁ ବୋନସ ଦେଇଥାନ୍ତି। ବିଦେଶରେ ଖ୍ରୀଷ୍ଟମାସରେ ଲୋକେ ନିଜ ପ୍ରିୟଜନ କିମ୍ବା ବନ୍ଧୁଙ୍କୁ ଉପହାର ଦେଇଥାନ୍ତି। ନିକଟରେ ଗୋଟିଏ କମ୍ପାନୀ ଖ୍ରୀଷ୍ଟମାସ ଅବସରରେ କର୍ମଚାରୀଙ୍କୁ କିଛି ଏପରି ବନୋସ ଦେଇଛି ଯାହା ଶୁଣି ଆପଣ ତାଜୁବ ହୋଇଯିବେ। ଏସମ୍ପର୍କରେ କର୍ମଚାରୀଜଣକ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।

ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ‘ଅମାଣ୍ଡ ବେ’ ନାମକ ୟୁଜର ଏହି ବିଷୟରେ କହିଛନ୍ତି। ସେ କହିଛନ୍ତି, ମୁଁ ଏକ ହସ୍ପିଟାଲରେ କାମ କରୁଛି। ଏଥର ଖ୍ରୀଷ୍ଟମାସ ଉପଲକ୍ଷେ ଆମକୁ ବୋନସ ରୂପେ ସିଝା ଆଳୁ ଦିଆଯାଇଥିଲା। ଏହାର ଆମେରିକୀୟ ମୂଲ୍ୟ ୧୫ଡଲାର। ବୋନସ ଭାବେ ଏହାକୁ ଦେଲେ ମଧ୍ୟ ଏଥିରେ ଟ୍ୟାକ୍ସ ମଧ୍ୟ ଲଗାଯିବ। ଚାକିରିକୁ ନେଇ ମୁଁ ବହୁତ ଚିନ୍ତିତ ଅଛି। ଆପଣଙ୍କ ପାଖରେ ଆସିଷ୍ଟାଣ୍ଟ ଭାବେ କୌଣସି ପଦ ଖାଲି ଅଛି କି? ମୋତେ ଜଣାଇବେ।

Share