ଏକ କୋଇଲା ଖଣିରେ କାମ କରୁଥିବା କର୍ମଚାରୀଙ୍କୁ ମାଲିକ ଦରମା ନ ଦେବାରୁ ସେ ଜେସିବି ଲଗାଇ ୫ଟି ଟ୍ରକ୍ ଭାଙ୍ଗି ଚୁର୍ମାର କରିଦେଇଛନ୍ତି। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଏକ ରିପୋର୍ଟ ଅନୁଯାୟୀ, କୋଇଲା ଖଣିରେ କାମ କରୁଥିବା ଜଣେ ବ୍ୟକ୍ତିଙ୍କୁ ତାଙ୍କ ମାଲିକ ଦରମା ଦେବାକୁ ମନା କରିଦେଇଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ବ୍ୟକ୍ତି ଜଣଙ୍କ ଜେସିବି ଚଢ଼ାଇ ୫ ଟ୍ରକ୍କୁ ମାଟିରେ ମିଶାଇ ଦେଇଛନ୍ତି। ଏହି ବ୍ୟକ୍ତିଙ୍କ ନାମ ହାକନ ଏମ୍। ଗତମାସରେ ତାଙ୍କୁ ଦରମା ମିଳି ନ ଥିଲା। ଏଥିରେ ସେ ରାଗି ଟ୍ରକ୍ଗୁଡ଼ିକୁ ଗୋଟିଏ ପରେ ଗୋଟିଏ ଭାଙ୍ଗି ଦେଇଥିଲେ। ଯାହା ଦେଖି ଅନ୍ୟ କର୍ମଚାରୀମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି।