କର୍ମଚାରୀଙ୍କୁ ପୁରସ୍କୃତ କଲେ ଜିଲାପାଳ

ଛତ୍ରପୁର,୨୪।୬(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲାପାଳ ଦିବ୍ୟ ଜ୍ୟୋତି ପରିଡା ଜିଲା ମୁଖ୍ୟ କାର୍ଯ୍ୟାଳୟ ଛତ୍ରପୁରଠାରେ ଜିଲା କୋଷାଗାରର ଦୁଇ କର୍ମଚାରୀଙ୍କୁ ୨୦୨୪-ମାର୍ଚ୍ଚ ପୁରସ୍କାର ପୁରସ୍କାର ପ୍ରଦାନ କରିଛନ୍ତି। ଏହି ନିରାଡ଼ମ୍ବର ଉତ୍ସବରେ ଅତିରିକ୍ତ ଜିଲାପାଳ ପ୍ରମୋଦ କୁମାର ପୃଷ୍ଟି, ଜିଲା କୋଷାଗାର ଅଧିକାରୀ ପ୍ରଣବ କୁମାର ତ୍ରିପାଠୀ, ଅତିରିକ୍ତ ଜିଲା କୋଷାଗାର ଅଧିକାରୀ ଅଳକାନନ୍ଦା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

ଜିଲା କୋଷାଗାରର ବରିଷ୍ଠ ଷ୍ଟେନୋ ସନ୍ତୋଷ କୁମାର ଦାଶ ଏବଂ ଡାଟାଏଣ୍ଟ୍ରି ଅପରେଟର ଜିତେନ୍ଦ୍ର କୁମାର ସେଠୀଙ୍କୁ ସମର୍ପିତ ଓ ଗୁଣାତ୍ମକ କାର୍ଯ୍ୟ ଲାଗି ଜିଲାପାଳ ଏହି ପୁରସ୍କାର ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ, ୨୦୨୩ରୁ ଜିଲା କୋଷାଗାର ଗଞ୍ଜାମ ଗୁଣାତ୍ମକ ସରକାରୀ ସେବା ଲାଗି ଜିଲାର କର୍ମଚାରୀଙ୍କୁ ମାର୍ଚ୍ଚ ପୁରସ୍କାର ଦେଇ ଆସୁଛି । ପୁରସ୍କାର ପ୍ରଦାନ କରିବା ଅବସରରେ ଜିଲାପାଳ ଦୁଇ ପୁରସ୍କୃତ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏପରିକି ସେମାନଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ଅତିରିକ୍ତ ଜିଲାପାଳ ଜିଲା କୋଷାଗାର ଏହି ଅଭିନବ ପୁରସ୍କାରର ଆୟୋଜନ ଲାଗି ଜିଲା କୋଷାଗାର ଅଧିକାରୀ ଓ ସମସ୍ତ କର୍ମଚାରୀଙ୍କୁ ସାଧୁବାଦ ଜଣାଇଥିଲେ। ଶେଷରେ ଜିଲା କୋଷାଗାରର ବରିଷ୍ଠ ଗାଣତିକ ରବୀନ୍ଦ୍ର ନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।