ତିହିଡ଼ି,୨୪ା୯(ସଞ୍ଜିତ ବଳ)- ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ମୁକୁନ୍ଦପୁର ଗ୍ରାମର ଆର୍ଏମ୍ଏସ୍ (ରେଲଓ୍ବେ ମେଲ୍ ସର୍ଭିସ) କର୍ମଚାରୀ ପ୍ରମୋଦ ନାୟକ(୫୦)ଙ୍କ ଟ୍ରେନ୍ରେ କଟି ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ପ୍ରମୋଦ କୋଲକାତାରେ ଆରଏମ୍ଏସ୍ କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ। ସେ ଇଷ୍ଟକୋଷ୍ଟ ଟ୍ରେନ୍ରେ ଘରକୁ ଫେରୁଥିଲେ। ଭଦ୍ରକସ୍ଥିତ ଚରମ୍ପା ରେଲୱେ ଷ୍ଟେଶନରେ ଟ୍ରେନ୍ ପହଞ୍ଚିବା ବେଳକୁ ସେ ଶୋଇପଡ଼ିଥିଲେ। ଟ୍ରେନ୍ ଛାଡ଼ିବା ପରେ ହଠାତ୍ ତାଙ୍କ ନିଦ ଭାଙ୍ଗିଯିବାରୁ ସେ ତରବର ହୋଇ ଚଳନ୍ତା ଟ୍ରେନ୍ରୁ ତଳକୁ ଡେଇଁ ପଡ଼ିବାରୁ କଟିଯାଇ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ରେଲୱେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇଛି।