Categories: ବାଣିଜ୍ୟ

‘ଏମ୍ପ୍ଲୟି ଓ୍ବେଲ୍‌ନେସମ ଆଣ୍ଡ ଲାଇଫଷ୍ଟାଇଲ ପ୍ରୋଗ୍ରାମ’

ଭୁବନେଶ୍ୱର,୨୧।୩: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଏକ ଅଭିନବ କାର୍ଯ୍ୟକ୍ରମ ‘ଏମ୍ପ୍ଲୟି ଓ୍ବେଲ୍‌ନେସ ଆଣ୍ଡ ଲାଇଫଷ୍ଟାଇଲ ପ୍ରୋଗ୍ରାମ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବିଶ୍ୱ ଖୁସି ଦିବସ ଅବସରରେ କମ୍ପାନୀ ତା’ର କର୍ମଚାରୀ ଏବଂ ସେମାନଙ୍କ ପରିବାରର କଲ୍ୟାଣ ଓ ଜୀବନରେ ଉନ୍ନତି ଆଣିବା ପାଇଁ ଏଭଳି ଏକ ଅଭିନବ କାର୍ଯ୍ୟକ୍ରମର ଅୟମାରମ୍ଭ କରିଛି, କର୍ମଚାରୀ ସୁସ୍ଥତା ଓ ଜୀବନଶୈଳୀ ସହ କାର୍ଯ୍ୟକ୍ରମ ‘ଉମଙ୍ଗ’ର ଶୁଭାରମ୍ଭ ହୋଇଯାଇଛି। ଏଥିପାଇଁ ସ୍ବାସ୍ଥ୍ୟ ଓ ପ୍ରଯୁକ୍ତିବଦ୍ୟା କମ୍ପାନୀ ‘ମନ୍ତ୍ରା କେୟାର’ ସହ ବେଦାନ୍ତ ସହଭାଗିତା ଘୋଷଣା କରିଥିବା ଜଣାପଡିଛି। ସେହିଭଳି କମ୍ପାନୀ ତା’ର ସ୍ବାସ୍ଥ୍ୟ ବିଭାଗ ଉପରେ ବିଶେଷ ଗୁରୁତ୍ୱ ଦେଇଥାଏ। ସେଥିପାଇଁ କମ୍ପାନୀ ବର୍ଷସାରା ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଆୟୋଜନ କରିଥାଏ। ବିଶେଷ କରି କର୍ମଚାରୀ ଓ ସେମାନଙ୍କ ପରିବାରର ସୁସ୍ଥତା ପ୍ରତି ଧ୍ୟାନ ଦେବା ସହ ଉମଙ୍ଗ କାର୍ଯ୍ୟକ୍ରମ ଅନ୍ତର୍ଗତ ଅନଲାଇନ ପରାମର୍ଶ, ଫିଜିଓଥେରାପି,ଯୋଗ, ଧ୍ୟାନ, ନିଶା ନିବାରଣ ଓ ଅନ୍ୟାନ୍ୟ ସେବା ପ୍ରଦାନ କରିଥାଏ।
ଏ ସମ୍ପର୍କରେ ବେଦାନ୍ତ ଲିମିଟେଡର ସିଇଓ (ଆଲୁମିନିୟମ ବ୍ୟବସାୟ) ରାହୁଲ ଶର୍ମା କହିଛନ୍ତି, ଆଲୁମିନିୟମରେ ଆମେ ବିଶ୍ୱରେ ଅଗ୍ରଣୀ ହେବା ପାଇଁ ଲକ୍ଷ୍ୟ ରଖିଛୁ ଓ ଏଥିପାଇଁ ଆମେ ସର୍ବଦା ଆମର କର୍ମଚାରୀଙ୍କ କଲ୍ୟାଣ ପ୍ରତି ଯତ୍ନବାନ ଅଛୁ। ଏଥିପାଇଁ ଆମେ ବିଭିନ୍ନ ପର୍ଯ୍ୟାୟରେ ଅନେକ କଲ୍ୟାଣକାରୀ ପଦକ୍ଷେପ ଗ୍ରହଣ କରିଛୁ। ସେହିପରି ମନ୍ତ୍ରା କେୟାରର ସିଇଓ ହିମାଂଶୁ ଜୈନ କହିଛନ୍ତି, ଭାରତର ଏକ ଅଗ୍ରଣୀ ସଂସ୍ଥା ବେଦାନ୍ତ ସହ ମିଶି କାର୍ଯ୍ୟ କରୁଥିବାରୁ ଆମେ ବେଶ୍‌ ଆନନ୍ଦିତ। ଏପରିକି ବେଦାନ୍ତ କର୍ମଚାରୀଙ୍କ ସୁସ୍ଥତା ଓ ଉପଯୁକ୍ତ ଜୀବନଶୈଳୀ ଆମ ପାଇଁ ଏକ ପ୍ରମୁଖ ପ୍ରାଥମିକତା ଅଟେ।

Share