Categories: ବାଣିଜ୍ୟ

କର୍ମଚାରୀ କମ୍ପାନୀର ବଡ଼ ସମ୍ପତ୍ତି

ଭୁବନେଶ୍ୱର,୧୯।୫: ବେଦାନ୍ତ ଆଲୁମିନିୟମ ପକ୍ଷରୁ ଅନ୍ତଜାର୍ତୀୟ ପରିବାର ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ଓଡ଼ିଶା ଓ ଛତିଶଗଡ଼ ୟୁନିଟ୍‌ରେ କାର୍ଯ୍ୟରତ କର୍ମଚାରୀଙ୍କ ପରିବାର ଲୋକଙ୍କ ପାଇଁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏପରିକି ଗର୍ବିତ ପରିବାର ପଦକ୍ଷେପ ମାଧ୍ୟମରେ କମ୍ପାନୀ ଚଳିତ ସପ୍ତାହରେ ଶହ ଶହ କର୍ମଚାରୀ ପରିବାରଙ୍କ ପାଇଁ ପରିବାର ଦିବସ କାର୍ଯ୍ୟକ୍ରମର ଆୟୋଜନ କରିଥିଲା। ସୂଚନାଯୋଗ୍ୟ, ବେଦାନ୍ତ ଆଲୁମିନିୟମର ଓଡ଼ିଶା ଓ ଛତିଶଗଡ଼ ୟୁନିଟ୍‌ରେ କାର୍ଯ୍ୟରତ କର୍ମଚାରୀଙ୍କ ପରିବାରଙ୍କ ପାଇଁ ଏହା ଏକ ସ୍ମରଣୀୟ ମୁହୂର୍ତ୍ତ ହୋଇ ରହିବ। ବିଶେଷ କରି ଓଡ଼ିଶାର ଲାଞ୍ଜିଗଡ଼ସ୍ଥିତ ବିଶ୍ୱସ୍ତରୀୟ ଆଲୁମିନା ବିଶୋଧନାଗାର ସହିତ ଝାରସୁଗୁଡ଼ାର ଆଲୁମିନିୟମ ପାର୍କ ଏବଂ ଛତିଶଗଡ଼ର କୋରବାଠାରେ ଥିବା ଭାରତର ଆଇକନିକ୍‌ ବାଲ୍‌କୋ କାରଖାନା ପରିସରକୁ କର୍ମଚାରୀଙ୍କ ପିତାମାତାଙ୍କୁ ଭ୍ରମଣରେ ନିଆଯାଇଥିଲା। ବିଶେଷକରି କୋଭିଡ୍‌ ମହାମାରୀ ପରେ କମ୍ପାନୀର କର୍ମଚାରୀଙ୍କ ପରିବାରଙ୍କ ପାଇଁ ଏହା ପ୍ରଥମ ଭାବ ବିନିମୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବେଦାନ୍ତ ଲିମିଟେଡ୍‌ର ସିଇଓ (ଆଲୁମିନିୟମ ବ୍ୟବସାୟ) ରାହୁଲ ଶର୍ମା କହିଥିଲେ, କର୍ମଚାରୀ ହେଉଛନ୍ତି କମ୍ପାନୀର ବଡ଼ ସମ୍ପତ୍ତି। କାରଣ କର୍ମଚାରୀଙ୍କ ବିନା କମ୍ପାନୀର ମୂଲ୍ୟ ନ ଥାଏ। ସେଥିପାଇଁ ଆମେ ବିଶ୍ୱାସ କରୁଛୁ ଯେ କର୍ମଚାରୀମାନେ ହେଉଛନ୍ତି ଆମର ବଡ଼ ସମ୍ପତ୍ତି ଓ ସେମାନଙ୍କ ପରିବାରକୁ ସମ୍ମାନ ଜଣାଇବା ହେଉଛି ଆମର ପ୍ରଥମ କର୍ତ୍ତବ୍ୟ।

Share