ଅକ୍ସିଜେନ୍‌ ସପୋର୍ଟରେ ବ୍ୟାଙ୍କରେ ପହଞ୍ଚିଲେ କର୍ମଚାରୀ, ଅଧିକାରୀ ଛୁଟି ଦେଉ ନ ଥିବା ଅଭିଯୋଗ…

ରାଞ୍ଚି,୨୬।୫: ଝାଡ଼ଖଣ୍ଡ ରାଞ୍ଚିରେ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ଜଣେ କର୍ମଚାରୀଙ୍କୁ ଅଧିକାରୀ ଛୁଟି ନ ଦେବାରୁ ସେ ଅକ୍ସିଜେନ୍‌ ସପୋର୍ଟରେ ବ୍ୟାଙ୍କରେ ପହଞ୍ଚିଛନ୍ତି। କର୍ମଚାରୀଙ୍କ ପରିବାର ସଦସ୍ୟ ସିଲିଣ୍ଡର ନେଇ ତାଙ୍କ ସହିତ ଆସିଛନ୍ତି। ବୋକାରୋ ସ୍ଥିତ ସେକ୍ଟର-୪ଠାରେ ଥିବା ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରେ ଏଭଳି ଘଟିଛି। ଏବେ ଏହା ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସେକ୍ଟର-୨ରେ ବାସ କରୁଥିବା କର୍ମଚାରୀ ଅରବିନ୍ଦ କୁମାର କରୋନାରେ ଆକ୍ରାନ୍ତ ଥିଲେ। ସୁସ୍ଥ ହେବା ପରେ ଫୁସ୍‌ଫୁସ୍‌ରେ ସଂକ୍ରମଣ ଯୋଗୁ ସେ ଅକ୍ସିଜେନ୍‌ ସପୋର୍ଟରେ ଥିଲେ। ତାଙ୍କୁ ନିଶ୍ୱାସ ନେବାରେ କଷ୍ଟ ହେଉଥିଲା। ତେବେ ବ୍ୟାଙ୍କର ଅଧିକାରୀ ଛୁଟି ଦେବାକୁ ମନା କରିଥିଲେ। ଶେଷରେ ଅରବିନ୍ଦ ବାଧ୍ୟ ହୋଇ ଅକ୍ସିଜେନ୍‌ ସପୋର୍ଟରେ ବ୍ୟାଙ୍କରେ ପହଞ୍ଚିଥିଲେ।

Share